ବରଗଡ :- ପୋଲିସ ର ନାମ ଶୁଣିଲେ କିଛି ବର୍ଷ ପୂର୍ବରୁ ମୁଖ୍ୟତଃ ଗ୍ରାମାଞ୍ଚଳ ରେ ଲୋକଙ୍କ ମନରେ ଛନକା ପଶି ଯାଉଥିଲା । ପୋଲିସ ସହିତ କଥା ହେବା ତ ଦୁରର କଥା ଲୋକେ ପୋଲିସ କୁ ଦେଖିଲେ ଦଉଡି ପଳେଇ ଯାଉଥିଲେ । ବିଗତ କିଛି ବର୍ଷ ହେଲା ପୋଲିସ କୁ ଲୋକଙ୍କ ନିକଟତର କରିବା ପାଇଁ ବିଭାଗ ଓ ସରକାର ଙ୍କର ତରଫରୁ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଆମ ପୋଲିସ ସମିତି କାର୍ଯକ୍ରମ ମାଧ୍ୟମରେ ଲୋକଙ୍କ ଭରସା ଜିତିବା ପାଇଁ ଓ ଲୋକଙ୍କୁ ସଚେତନ କରେଇବା ପାଇଁ ପୋଲିସ ବିଭାଗ ବିଭିନ୍ନ ଗ୍ରାମରେ ଅନେକ କାର୍ଯକ୍ରମ କରୁଛି । ଇତି ମଧ୍ୟରେ ଅପରାଧ ର ତରିକା ମଧ୍ୟ ଅନେକ ବଦଳି ଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ର ଯୁଗରେ ଅପରାଧୀ ମାନେ ମଧ୍ୟ ହାଇଟେକ ତରିଜାରେ ଅପରାଧ କରୁଛନ୍ତି । ସାଇବର କ୍ରାଇମ ଭଳି ଅନେକ ଅପରାଧ ଲୋକଙ୍କ ଭିତରେ ସଚେତନତା ର ଅଭାବରୁ ଘଟି ଯାଉଛି । ମୁଖ୍ୟତଃ ସାଇବର ଠକେଇ ପ୍ରତି ଲୋକଙ୍କୁ ସଚେତନ କରେଇବା ପାଇଁ ଓ ଅନ୍ୟ ଅପରାଧ ଉପରେ ଗ୍ରାମାଞ୍ଚଳ ର ଲୋକଙ୍କ ସହଯୋଗରେ କିଛି ମାତ୍ରାରେ କାବୁ କରିବା ପାଇଁ ଆମ ପୋଲିସ ସମିତି ଜରିଆରେ କାର୍ଯ୍ୟକ୍ରମ କରାଯାଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ , ଜାମସେଠ ଗ୍ରାମରେ ପାଇକମାଳ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ , ସରପଞ୍ଚ , ସମିତି ,ଜିଲ୍ଲା ପରିଷଦ ଏବଂ ସେହି ଅଞ୍ଚଳର ଅନେକ ଜନସାଧାରଣ ଯୋଗ ଦେଇଥିଲେ। ଏହି ବୈଠକରେ ସାଇବର ଠକେଇ , ନିଶା ନିବାରଣ , ଚୋରି , ଠକେଇ ଓ ରାହାଜାନୀ ବିଷୟରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢେଇ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସର୍ବସାଧାରଣଙ୍କ ଅବଗତ କରାଇବା ସହିତ ଲୋକଙ୍କୁ ମୁଖ୍ୟତଃ ସାଇବର ଠକେଇ ଉପରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ପୋଲିସ କୁ ନିଜର ବନ୍ଧୁ ଭାବି ଜେକୋଣସି ମୁହୂର୍ତ୍ତରେ ଜେ କୋଣସି ଅସାମାଜିକ ଗତିବିଧି ଉପରେ ସୂଚନା ପ୍ରଦାନ କରିବାକୁ କହିଥିଲେ । ଆମ ପୋଲିସ ର ଏହି ଭଳି ସଚେତନତା କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରିବାକୁ ସଭାରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ରଖିଥିଲେ ।
ରାଜ୍ୟ
ଲୋକଙ୍କ ପାଖରେ ପୋଲିସ
- Hits: 647











