ବରଗଡ :- ବରଗଡ ଜିଲ୍ଲାରେ ଜଣାଶୁଣା ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବରେ ସଂକଲ୍ପ ପରିବାର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି । ଯିଏ ଯେତେବେଳେ ବି କୋଣସି ସମସ୍ୟାରେ ପଡ଼ିଥାଉ ସଂକଳ୍ପ ପରିବାର ପାଖରେ ଖବର ପହଁଚିଲେ ତୁରନ୍ତ ଏହାର ସ୍ବେଚ୍ଛାସେବୀ ମାନେ ବାହାରି ପଡନ୍ତି ସହଯୋଗ କରିବା ପାଇଁ । ଆଜି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ଥିବା ଏକ ଅସହାୟ ଶବକୁ ସମ୍ମାନର ସହିତ ସତ୍କାର କରିଛି ଅସହାୟର ବନ୍ଧୁ ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପରମାନପୁର ଗ୍ରାମରେ ଏକ ଅଜଣା ମୃତ ଶରୀର ପଡିରହିଥିବା ବିଷୟରେ ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲା l ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଳିବାରୁ ତାକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା । ଆଜି ଶନିବାର ସକାଳୁ ଅତାବିରା ପୋଲିସ ଖବର ପାଇଥିଲା ଯେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଲସ୍ତଲା ଗ୍ରାମର ୭୦ ବର୍ଷୀୟ
ବନହରି ଭୁଏ l ତାଙ୍କର ପରିବାର ରେ ତାଙ୍କ ଏକମାତ୍ର ପୁଅ ପ୍ରମୋଦ ଭୁଏ ଛଡା ତାଙ୍କର ଆଉ କେହି ଆତ୍ମୀୟ ସ୍ଵଜନ ନାହାନ୍ତି । ତେବେ ପୋଲିସ ଠାରୁ ଖବରପାଇବା ପରେ ତାଙ୍କର ପୁଅ ପ୍ରମୋଦ ଏକାକୀ ଶବ ସତ୍କାର କରିବାରେ ଅସମର୍ଥ ପ୍ରକାଶ କରିଥିଲେ । ତେଣୁ ଅତାବିରା ପୋଲିସ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର କୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲା ଏବଂ ସଂକଳ୍ପ ପରିବାର ମୁଣ୍ଡ ଫଟା ଖରାକୁ ଖାତିର ନକରି ନିଜ ସାମାଜିକ କର୍ତ୍ତବ୍ୟକୁ ପାଳନ କରିଥିଲା l ସଂକଲ୍ପ ପରିବାରର ସଦସ୍ୟ ଜି. ରମେଶ, ଅନନ୍ତ ଚରଣ ସାହୁ, ଚିନ୍ମୟ ପାଣ୍ଡେ ବିକାଶ ଅଗ୍ରୱାଲ ଓ ଟିଟୁ ତାଣ୍ଡି ପ୍ରମୁଖ ସମ୍ମାନ ର ସହିତ ମୃତ ଶରୀର କୁ ସ୍ଥାନୀୟ ପିପଳମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାର ରେ ସତ୍କାର କରିଥିଲେ ।
ରାଜ୍ୟ
ଅଜଣା ଶବର ସଂସ୍କାର କଲେ ସ୍ବେଚ୍ଛାସେବୀ
- Hits: 778











