ହେଡଲାଇନସ୍:

ରାଜ୍ୟରାଣୀ ଟ୍ରେନ ବ୍ୟତୀତ ନୌପଡା -ଗୁଣୁପୁର ରେଳପଥରେ ୧୦ ଦିନ ଧରି ଟ୍ରେନଚଳାଚଳ ଠପ ହେବ : ଅଞ୍ଚଳବାସୀ  ମହଲରେ ଘୋର ଅସନ୍ତୋଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ବିଶାଖାପାଟଣା ନିକଟସ୍ଥ କତାଭାଲସା ରେଳ ଜଙ୍ଗସନ ଠାରେ ସିଗନାଲ ମରାମତି କାର୍ଯ୍ୟ ଯୋଗୁଂ ପାରଳାଖେମୁଣ୍ଡି ମଧ୍ୟ ଦେଇ ଯାଇଥିବା ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ୧୧.୦୯.୨୦୧୮ ମଙ୍ଗଳବାର ଠାରୁ ୧୯.୦୯.୨୦୧୮ ବୁଧବାର ପର୍ଯ୍ୟନ୍ତ ୯ ଦିନ ଧରି ଏହି ଟ୍ରେନ ଚଳାଚଳ ବନ୍ଦ ରହିବ । ସେହିଭଳି ଗୁଣପୁର-ପୁରୀ ପାସେଞ୍ଜନର ଟ୍ରେନ ୧୦.୦୯.୨୦୧୮ ସୋମବାର ଠାରୁ ମଙ୍ଗଳବାର ୧୮.୦୯.୨୦୧୮ ପର୍ଯ୍ୟନ୍ତ ୯ଦିନ ଧରି, ପଲାସା -ଗୁଣୁପୁର ରାତ୍ରିକାଳୀନ (ପାହାନ୍ତିଆ) ଫାଷ୍ଟ ପାସେଞ୍ଜର ୧୦.୦୯.୨୦୧୮ ସୋମବାର ଠାରୁ ୧୮.୦୯.୨୦୧୮ ମଙ୍ଗଳବାର ପର୍ଯ୍ୟନ୍ତ ୯ଦିନ, ଗୁଣୁପୁର-ପଲାସା ରାତ୍ରକାଳୀନ ଫାଷ୍ଟ ପାସେଞ୍ଜର ୧୧.୦୯.୨୦୧୮ ମଙ୍ଗଳବାର ଠାରୁ ୧୯.୦୯.୨୦୧୮ ବୁଧବାର ପର୍ଯ୍ୟନ୍ତ ୯ଦିନ ଧରି ରେଳ ଚଳାଚଳ ବନ୍ଦ ରହିବ ବୋଲି ପୁର୍ବତଟ ବିଶାଖାପାଟଣା ମଣ୍ଡଳ ରେଳ ଅଧିକାରୀଙ୍କ ଠାରୁ ମିଳିଥିବା ସୁଚନା ଜଣାଯାଇଛି ।

କିନ୍ତୁ ଏହି ଦିନମାନଙ୍କରେ ଅନ୍ୟ ଦିନ ଭଳି ରାଜ୍ୟରାଣୀ ଏକ୍ସପ୍ରେସ ଉଭୟ ଦିଗରୁ ନିର୍ଦ୍ଧାରିତ ସମୟରେ ଚଳାଚଳ କରିବ ବୋଲି ଜଣାଯାଇଛି ।

କତାଭାଲସା ରେଳ ଜଙ୍କ୍ସନ ଠାରେ ରେଳ ପଥ ତଥା ସିଗନାଲ ମରାମତି କାର୍ଯ୍ୟ ଯୋଗୁଁ ଉପରୋକ୍ତ ଟ୍ରେନ ଗୁଡିକର ଚଳାଚଳ ବାତିଲ କରିବା ନେଇ ଅଞ୍ଚଳବାସୀ  ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

ସୁଚନା ଯୋଗ୍ୟ ଯେ ଏହି ରେଳପଥ ଗଜପତି ଜିଲ୍ଲା ସମେତ ଗୁଣୁପୁର ଅଞ୍ଚଳ ପାଇଁ ଗମନା ଗମନ କ୍ଷେତ୍ରରେ ଏବଂ ଜୀବନରେଖା ସଦସ୍ୟ ଏହି ରେଳ ଚଳାଚଳକୁ ବହୁ ଛାତ୍ରଛାତ୍ରୀ, କର୍ମଜିବୀ, ବ୍ୟବସାୟୀ ଓ ବରିଷ୍ଠନାଗରିକ ରୋଗୀ, ପ୍ରତିଦିନ ନିର୍ଭରଶୀଳ ହୋଇଥାନ୍ତି । ଉପରୋକ୍ତ ରେଳ ଚଳାଚଳ ବନ୍ଦ ହେବା ଯୋଗୁଁ ବିଶାଖାପଟଣା ରେଳ ମଣ୍ଡଳର ଏହି ଓଡିଶା ଉପାନ୍ତ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ରହିଥିବା ସ୍ପଷ୍ଟ ବାରି ହୋଇ ପଡୁଥିବା ଜଣାପଡୁଛି । । ବିଶାଖାପାଟଣା ଠାରୁ ୪୦ କିମି ଦୁରରେ ରହିଥିବା କତାଭାଲସା ଜଙ୍ଗସନ ନିକଟରେ ସିଗନଲା ଓ ରେଳପଥ ମରାମତିରେ ଏହି ରେଳପଥର ଟ୍ରେନ ଚଳାଚଳ ସମ୍ପର୍କତା  କଣ ବୋଲି ସାଧାରଣରେ ମତ ପ୍ରକାଶ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

0
0
0
s2sdefault