ଝାରସୁଗୁଡା଼,:ବେଦାନ୍ତ ଲିମିଟେଡ, ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟ ସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେ ରୋଗୀଙ୍କୁ ଚିକିତ୍ସା ପରାମର୍ଶ, ରକ୍ତଚାପ ପରୀକ୍ଷା ଓ ସାଧାରଣ ରୋଗ ପରିଚାଳନା ଦିଗରେ ଉପଯୁକ୍ତ ପରାମର୍ଶ ଦେଉଛନ୍ତି । ସେବାଗୁଡ଼ିକ ମାଗଣାରେ ଉପଲବ୍ଧ ହେଉଛି । ବର୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଜାମଖାଣି, ଗରିସିମା, ଝରପଲମ, ଘୋଗରପଲ୍ଲୀ, ଭୋଗ୍ରାକଚର, ଲତାପାଣି, ରେଙ୍ଗଲପାଣି, ଗର୍ଜଞ୍ଜୋର, ମେଣ୍ଡ୍ରା, ମୁଣ୍ଡରଖେଟ୍, ବିଲାମୁଣ୍ଡା ବଜାର ଏବଂ ଲୁବାହାଲ୍ praଭୃତି ଗ୍ରାମରେ ଏହି ସୁବିଧା ପ୍ରଦାନ କରାଯାଉଛି ।
ଲୋକମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ପରାମର୍ଶ, ଔଷଧ ପ୍ରଦାନ କରି ଏମଏଚଭି ପଦକ୍ଷେପ ୧୮୦୦ରୁ ଅଧିକ ଲୋକମାନଙ୍କୁ ସେବା ଯୋଗାଇଛି । ବେଦାନ୍ତ ଆଲୁମିନିୟମ ମଧ୍ୟ ଏହି ଅଂଚଳରେ ନିୟମିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଆସୁଛି । ମୋବାଇଲ ସ୍ୱାସ୍ଥ୍ୟସେବା ଜରିଆରେ ଲୋକମାନଙ୍କ ଠାରେ ରହିଥିବା ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ନିରୂପଣ କରାଯାଇ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଉଛି ।
ଏହି ପଦକ୍ଷେପ ସଂପର୍କରେ ଶ୍ରୀଭି. ଶ୍ରୀକାନ୍ତ, ସିଇଓ-ମାଇନ୍ସ, ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ- ଆମ ଗୋଷ୍ଠୀର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଆମର ମୂଳଲକ୍ଷ୍ୟ । ଆମେ ଯେଉଁ ଅଂଚଳରେ କାମ କରୁଛୁ ସେହି ଅଂଚଳ ରଉନ୍ନତ ସ୍ୱାସ୍ଥ୍ୟସେବା ଓ ସ୍ୱଛତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟାକରୁଛୁ । ଆମର ବହୁମଖୀ ପଦକ୍ଷେପ ଜରିଆରେ ଗ୍ରାମାଂଚଳର ସ୍ୱାସ୍ଥ୍ୟସେବା ବ୍ୟବଧାନକୁ ଦୂର କରିବା ପାଇଁ ପ୍ରୟାସ ଜାରୀ ରଖିଛୁ ।
କମ୍ପାନିର ପ୍ରୟାସକୁ ପ୍ରଶଂସା କରି ଝରପଲମ ଗ୍ରାମର ସରପଂଚ ଶ୍ରୀ ଚନ୍ଦ୍ରବା ମାଝୀ କହିଥିଲେ ଯେ ଝରପଲମ ପରି ଦୁର୍ଗମ ସ୍ଥାନରେ ଏମଏଚଭି ପ୍ରୋଗ୍ରାମ ଆମ ବାସିନ୍ଦାଙ୍କୁ ବହୁତ ସହାୟତା କରୁଛି । ଏହି ପଦକ୍ଷେପ ଜରିଆରେ ଆମ ଅଂଚଳର ଲୋକମାନେ ସ୍ୱାସ୍ଥ୍ୟ ସଚେତନ ହୋଇପାରୁଛନ୍ତି । ବେଦାନ୍ତ ଲୋkମାନଙ୍କ ଜୀବନରେ ପରିବର୍ତନ ଆଣିବାରେ ସାହାଯ୍ୟ କରିବ ।
ବେଦାନ୍ତ ଆଲୁମିନିୟମର ମାଇନ ଓ ବ୍ୟବସାୟ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ତୃଣମୂଳ କ୍ରୀଡ଼ା ଉପରେ ଧ୍ୟାନ ପ୍ରଦାନ କରି ଗୋଷ୍ଠୀର ବିକାଶ ଦିଗରେ କାର୍ଯ୍ୟ କରୁଛି । ଏହାର ଅନେକ ଗୁଡ଼ିଏ ପଦକ୍ଷେପ ଯଥା ଆଧୁନିକ ଅଙ୍ଗନବାଡ଼ି ମହିଳା ଓ ଶିଶୁ ବିକାଶ ପାଇଁ ଏକ ଗୋଷ୍ଠୀ ହବ ଭାବେ କାର୍ଯ୍ୟ କରୁଛି । ବେଦାନ୍ତ ସ୍ଥାନୀୟ ପ୍ରଶାସନ ସହଯୋଗରେ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପକୁ ଗୋଷ୍ଠୀରେ ପ୍ରସାର କରୁଛି । ବିଭିନ୍ନ ଯୋଜନା ମାଧ୍ୟମରେ ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବାକୁ ଚେଷ୍ଟା କରୁଛି ।