ହେଡଲାଇନସ୍:

ଗଜପତି ଜିଲ୍ଲା ଦଳର ଐତିହାସିକ ବିଜୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୬୯ତମ ରାଜ୍ୟସ୍ତରୀୟ କ୍ରିକେଟ୍ ଚ୍ୟାମ୍ପିଅନସିପ୍–୨୦୨୫ ରେ ଯାଜପୁରକୁ ପରାଜିତ କରି ଗଜପତି ହେଲା ଚ୍ୟାମ୍ପିଅନ୍ଗ

ଜପତି / ବାଳକୃଷ୍ଣ ପାଣିଗ୍ରାହୀ : ୬୯ତମ ରାଜ୍ୟସ୍ତରୀୟ କ୍ରିକେଟ୍ ଚ୍ୟାମ୍ପିଅନସିପ୍–୨୦୨୫ ର ଫାଇନାଲ୍‌ରେ ଗଜପତି ଜିଲ୍ଲା ଦଳ ଯାଜପୁରକୁ ପରାଜିତ କରି ଚ୍ୟାମ୍ପିଅନ୍ ଖିତାବ ଅଧିକାର କରିଛି। ଏହି ବିଜୟ ସମଗ୍ର ଜିଲ୍ଲାରେ ଗର୍ବ ଓ ଉଲ୍ଲାସର ମହଲ ସୃଷ୍ଟି କରିଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମୟାଧର ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଦଳର ସମସ୍ତ ଖେଳାଳି , ଟିମ୍ ମ୍ୟାନେଜର୍ ଓ କୋଚ୍‌ଙ୍କୁ ଉଚ୍ଚ ସ୍ତୁତି କରି , ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି। ସେମାନେ ତାଙ୍କୁ ଭବିଷ୍ୟତ୍ରେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବା ସହିତ ଗଜପତି ଦଳର ଏହି ସଫଳତାରେ ଗର୍ବ ପ୍ରକାଶ କରିଛନ୍ତି।
ମ୍ୟାଚ୍ ସ୍କୋର
• ଗଜପତି : ୨୦୧ ରନ୍ (୨୦ ଓଭର , ୯ ୱିକେଟ୍)
• ଯାଜପୁର : ୧୬୬ ରନ୍ (୨୦ ଓଭର , ୭ ୱିକେଟ୍)

ବ୍ୟାଟିଂରେ ଉଲ୍ଲେଖନୀୟ ପ୍ରଦର୍ଶନ
୧. ଲିଭିଂଷ୍ଟୋନ୍ ମିଶାଲ – ୩୮ ବଲରେ ୫୩ ରନ୍
୨. ପି. କାର୍ଥିକ – ୩୪ ବଲରେ ୬୩ ରନ୍
୩. ସନ୍ତୋଷ ଲେଙ୍କା – ୧୫ ବଲରେ ୩୬ ରନ୍
୪. ଭର୍ଗବ – ୧୩ ବଲରେ ୨୭ ରନ୍
ତିନୋଟି ବିଭିନ୍ନ ଭାଗରେ ସମତୁଳ୍ୟ ଏବଂ ଆକ୍ରାମକ ବ୍ୟାଟିଂ ଗଜପତିଙ୍କୁ ୨୦୦+ ସ୍କୋରରେ ପହଞ୍ଚାଇଥିଲା , ଯାହା ମ୍ୟାଚ୍‌ର ଗତିକୁ ଗଜପତିଙ୍କ ପକ୍ଷରେ ନେଇଥିଲା।
ବୋଲିଂ ଏବଂ ଫିଲ୍ଡିଂରେ ଅସାଧାରଣ ପ୍ରଦର୍ଶନ :
• କେ. ମାଧବ – ୪ ୱିକେଟ୍
• ହୋଲିସ୍ଟୋନ୍ – ୧ ୱିକେଟ୍
• ଜେ. ଅଭିନାଶ – ୧ ୱିକେଟ୍
• କେ. ମଣିକାନ୍ତ – ୧ ୱିକେଟ୍
ନିୟନ୍ତ୍ରିତ ବୋଲିଂ, କଠୋର ଲାଇନ୍-ଲେଂଥ୍ ଓ ସୁଦୃଢ଼ ଫିଲ୍ଡିଂ ଗଜପତିଙ୍କୁ ୧୬୬ ରନ୍‌ରେ ଯାଜପୁରକୁ ରୋକିବାରେ ମୂଳ ଭୂମିକା ନେଇଥିଲା।
ଦଳର କୋଚ୍ , ପ୍ରଶାସନ ଓ କ୍ରୀଡାପ୍ରେମୀମାନେ ଏହି ବିଜୟକୁ “ଗଜପତି ଜିଲ୍ଲା କ୍ରିକେଟ୍ ଇତିହାସର ସୁବର୍ଣ୍ଣ ଅଧ୍ୟାୟ” ବୋଲି ବର୍ଣ୍ଣନା କରିଛନ୍ତି। ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଦଳକୁ ଅଭିନନ୍ଦନ ଓ ଭବିଷ୍ୟତ୍ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛି।
ଏହି ବିଜୟ ନିଶ୍ଚିତ ଭାବେ ଗଜପତି ଜିଲ୍ଲାର ଯୁବ କ୍ରୀଡାଳୁମାନଙ୍କୁ ଅଧିକ ପ୍ରେରଣା ଓ ଆତ୍ମବିଶ୍ୱାସ ଦେବ।

0
0
0
s2sdefault