ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ଛାତ୍ରୀ ରୁପାଲୀ ହାତୀ, ଚଳିତ ବର୍ଷ ଶ୍ରେଷ୍ଠ ସ୍ବେଛାସେବୀ ଭାବେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ଵରୀୟ ଯୁବ ପ୍ରତିଭା ସମ୍ମାନ ସମାରୋହରେ ସମ୍ବୋର୍ଦ୍ଧିତ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ମୁତାବକ ଗତ ଆନ୍ତର୍ଜାତୀୟ ସ୍ବେଛାସେବୀ ଦିବସରେ ଓଡ଼ିଶାର ବିଭିନ୍ନ ସଙ୍ଗଠନ ଦ୍ୱାରା ଆୟୋଜିତ ଯୁବ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ବର୍ଷ ତମାମ ସମାଜ ସେବା କ୍ଷେତ୍ରରେ ବିଭିନ୍ନ ଉଦାହରଣ ମୂଳକ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲାର ଶ୍ରେଷ୍ଠ ଯୁବ ପ୍ରତିଭାକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସର୍ବ ଭାରତୀୟ ସ୍ତରରେ କାର୍ଯ୍ୟ କରୁଥିବା ଜାତୀୟ ଯୁବ ପ୍ରକଳ୍ପ (ଏନୱାଇପି) ମୟୂରଭଞ୍ଜ ୟୁନିଟର ସଦସ୍ୟା ରୁପାଲୀ ହାତୀ ଗ୍ରାଜୁଏସନ ପାଠ୍ୟ ଅଧ୍ୟୟନ ସମୟରେ ଜାତୀୟ ସେବା ଯୋଜନା ସହିତ ଯୋଡି ହୋଇ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରୁଥିବା ବେଳେ, ପର ମୁହୂର୍ତ୍ତରେ ଡ଼ ଏସ ଏନ ସୁବ୍ବାରାଓ ଙ୍କ ଦ୍ୱାରା ପ୍ରତିଷ୍ଠିତ ଜାତୀୟ ଯୁବ ପ୍ରକଳ୍ପ ସ୍ବେଛାସେବୀ ସଂଗଠନ ସହିତ ଯୋଡିହୋଇ, ଏକାଧିକ ଜାତୀୟ ଯୁବ ଶିବିରରେ ଅଂଶଗ୍ରହଣ କରି ତାଲିମ ପାଇବା ପରେ ନିଜ ଅଞ୍ଚଳରେ ଅନେକ ଉଦାହରଣ ମୂଳକ କାର୍ଯ୍ୟ କରିଥିଲେ। ସମର ଚିଲଡ୍ରେନ କ୍ୟାମ୍ପ, ଯୁବ କାର୍ଯ୍ୟକ୍ରମ, ସର୍ବଧର୍ମ ଏକତା ଜାଗରଣ, ସେଲ୍ଫ ଡ଼ିଫେନ୍ସ ଟ୍ରେନିଂ ପରି ଉଲ୍ଲେଖନୀୟ ପଦକ୍ଷେପ ପାଇଁ ରୁପାଲିଙ୍କୁ ଜିଲ୍ଲାର ଶ୍ରେଷ୍ଠ ସ୍ବେଛାସେବୀ ଭାବେ ସଙ୍ଗଠନ ତରଫରୁ ଚୟନ କରାଯାଇଥିଲା। ଏହାକୁ ଭିତ୍ତି କରି ଆନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ଅବସରରେ ରୁପାଲିଙ୍କୁ ସିୱାଇଏସଡ଼ି ଠାରେ ବିଶିଷ୍ଟ ସମାଜସେବୀ ତଥା ଯୁବ ପ୍ରତିଭାଙ୍କ ମାର୍ଗ ଦର୍ଶକ ଡ଼ ଭଗବାନ ପ୍ରସାଦ ଏବଂ ଡ଼ ପ୍ରଫୁଲ୍ଲ କୁମାର ସାହୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତେବେ ଏହି ସଫଳତା ପଛରେ ଜାତୀୟ ଯୁବ ପ୍ରକଳ୍ପ ଓଡିଶାର ମୁଖ୍ୟ ସଂଯୋଜକ ମଧୁସୂଦନ ଦାସ ତଥା ମୟୂରଭଞ୍ଜ ଜିଲ୍ଲା ସଙ୍ଗଠନ ର ଭାଇ ଭଉଣୀଙ୍କ ସହଯୋଗ ରହିଥିବା ରୁପାଲୀ ପ୍ରକାଶ କରିଛନ୍ତି। ରୁପାଲୀ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଗ୍ରହଣ କରିବା ସମୟରେ ତାଙ୍କ ମା ବାପା ମଧ୍ୟ ଉପସ୍ଥିତ ରହି ଝିଅକୁ ଆଶୀର୍ବାଦ କରିଥିଲେ।
ରାଜ୍ୟ
ମୟୂରଭଞ୍ଜ ଜିଲ୍ଲା ରୁ ରୁପାଲୀ ପାଇଲେ ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ସ୍ବେଛାସେବୀ ସମ୍ମାନ!
- Hits: 7











