ହେଡଲାଇନସ୍:

ଓଡିଶାର ଗର୍ବ ୬ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମ୍ବର୍ଦ୍ଧିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ସଚିବାଳୟ  ସମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି।୧୮ ତମ ଏସିୟ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଫେରିଥିବା ପୁରୁଷ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିତ ଦାସ ଙ୍କୁ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କାର ଚେକ ଦେଇଥିବାବେଳେ ମହିଳା ହକି ଖେଳାଳୀ ଦୀପଗ୍ରେସ ଏକ୍କା , ସୁନିତା ଲାକ୍ରା ,ଲିଲୀମା ମିଞ୍ଜ ଓ ନମିତା ଟପ୍ପୋଙ୍କୁ ୧ କୋଟି ଟଙ୍କାର ଚେକ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।ଏହି ସମ୍ବର୍ଦ୍ଧନା ଉତ୍ସବ ରେ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କ୍ରୀଡା ସଚିବ ବିଶାଳ  ଦେବ,କ୍ରୀଡା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ନ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନକୁ ଅଗାମୀ ଦିନର ସୁବେଛା ଜଣାଇଥିଲେ।

0
0
0
s2sdefault