ହେଡଲାଇନସ୍:

ହତ୍ୟା ମାମଲାରେ ଦେଢ଼ ବର୍ଷ ଧରି ଫେରାର ଥିବା ପୁତୁରା କୁ ଗିରଫ କଲା ଉମରକୋଟ ପୋଲିସ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁତୁରା ଆକ୍ରମଣରେ ବଡବାପା ମୃତ ଘଟଣା। 

ଉମରକୋଟ/ଜିତେନ୍ଦ୍ର ମହାନ୍ତି: ପୁତୁରା ଆକ୍ରମଣରେ ବଡବାପା ମୃତ ଉକ୍ତ ଘଟଣାରେ ଜଡ଼ିତ ଅଭିଯୁକ୍ତ କୁ ଉମରକୋଟ ପୋଲିସ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରୁ ଗିରଫ କରିବାରେ ସଫଳ ହେଇଛି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲା ଉମରକୋଟ ସହରର ଝରିଗାଁ ରୋଡ଼ ସାହି ଠାରେ ଦେଡ ବର୍ଷ ତଳେ ଘରୋଇ କଳହ ରୁ ସାମାନ୍ୟ ବଚସା ପରେ ୨୬/୦୧/୨୨ ତାରିଖରେ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ଘଟିଥିଲା। ପେଣ୍ଡରା ବେହେରା ଓ ତାଙ୍କ ୨ପୁଅ ଶୁଭମ ଓ ଚନ୍ଦନ , ପେଣ୍ଡରା ର ବଡଭାଇ ସନାତନ ବେହେରା , ସ୍ତ୍ରୀ ଝୁନୁ ବେହେରା, ପୁଅ ପ୍ରଶାନ୍ତ ବେହେରା, ବୋହୁ ରେଣୁପ୍ରଭା ବେହେରା ଙ୍କ ଉପରେ ଏକ ଷ୍ଟିଲ ପାଇପ ଯୋଗେ ଆକ୍ରମଣ କରିଥିଲେ। ସନାତନ ବେହେରା ଓ ସନାତନ ଙ୍କ ସ୍ତ୍ରୀ ,ପୁଅ, ବୋହୁ ଙ୍କୁ ପେଣ୍ଡରା ବେହେରା ଓ ସାନ ପୁଅ ଶୁଭମ ଙ୍କୁ ଧରିଥିଲେ ଓ ବଡ ପୁଅ ଚନ୍ଦନ ଏକ ଷ୍ଟିଲ ପାଇପ ଧରି ଅତର୍କିତ ଆକ୍ରମଣ କରିଥିଲା। ଫଳରେ ୨୮ ତାରିଖ ଦିନ ସନାତନକୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ୍ କଲେଜରୁ କଟକ ବଡ ମେଡିକାଲକୁ ନେଉଥିବା ସମୟରେ ଖୋର୍ଦ୍ଧା ଠାରେ ମୃତ୍ୟୁ ବରଣ କରିଥିଲେ।ଚନ୍ଦନର ଆକ୍ରମଣ ରେ ସନାତନ ଙ୍କ ସ୍ତ୍ରୀ ଝୁନୁ ବେହେରା, ପୁଅ ପ୍ରଶାନ୍ତ କୁମାର ବେହେରା ଓ ବୋହୂ ରେଣୁପ୍ରଭା ବେହେରା ମଧ୍ୟ ଗୁରୁତର ହୋଇ ହସପିଟାଲ ରେ ଦୀର୍ଘ ଦିନ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିଲେ।
୨୬/୦୧/୨୨ ତାରିଖ ଦିନ ସନାତନଙ୍କ ବୋହୂ ରେଣୁପ୍ରଭା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ପେଣ୍ଡରା ବେହେରା ଓ ସାନ ପୁଅ ଶୁଭମକୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ପେଣ୍ଡରା ଜେଲରେ ଥିବା ବେକେ ୨ ମାସ ତଳେ ନାବାଳକ ଥିବା ଯୋଗୁଁ ଶୁଭମ୍ ବେହେରା ଜେଲରୁ ମୁକୁଳି ଥିଲେ କିନ୍ତୁ ଘଟଣା ଘଟିବା ପରଦିନ ଠାରୁ ଚନ୍ଦନ ବେହେରା ଫେରାର ଥିଲା।
ମୃତ ସନାତନଙ୍କ ପୁଅ ଓ ବୋହୂ ବାରମ୍ବାର ଉମରକୋଟ ପୋଲିସ ଓ ଏସପିଙ୍କୁ ଗିରଫ ପାଈଁ ଗୁହାରୀ କରି ଆସୁଥିଲେ।ଅନ୍ୟପଟେ ଉମରକୋଟ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଅଭିଯୁକ୍ତ ଚନ୍ଦନ ବେହେରା କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଚନ୍ଦନର ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିଲେ। ଚନ୍ଦନ ଗଞ୍ଜାମ ଜିଲାର କୁକୁଡ଼ାଖଣ୍ଡି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଠାରେ ସମ୍ପର୍କୀୟ ଙ୍କ ଘରେ ଥିବା ଖବର ପାଇଥିଲେ ଓ ଗୋବିନ୍ଦ ଚନ୍ଦ୍ର ବୁରୁଦା ଏକ ଟିମ ପ୍ରସ୍ତୁତ କରି ୫ ତାରିଖ ଦିନ ଏସଆଇ ଅକ୍ଷୟ ମିଶ୍ର, ଏଏସଆଇ ରାମ ବେହେରା ,ଗଣପତ ମାଝୀ,ସନ୍ତୋଷ ଦାସ ଙ୍କୁ ରାମଚନ୍ଦ୍ରପୁର ପଠାଇଥିଲେ। ଶେଷରେ ଉମରକୋଟ ପୋଲିସ ଟିମ ଚନ୍ଦନ କୁ ଧରିବାରେ ସଫଳ ହୋଇଥିଲେ ଓ ଉମରକୋଟ ଆଣି କୋର୍ଟରେ ହାଜର କରିଥିଲେ। ଜାମିନ ନାମଞ୍ଜୁର ହେବା ପରେ ଜେଲକୁ ପଠାଇ ଦିଆ ଯାଇଛି।

ମୃତ ସନାତନ ଙ୍କ ପୁଅ ବୋହୂ ଅଭିଯୁକ୍ତ ଚନ୍ଦନ ବେହେରା ଙ୍କୁ ଯେଉଁ ସମ୍ପର୍କୀୟ ମାନେ ଆଶ୍ରୟ ଦେଇଥିଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗଞ୍ଜାମ ଓ ନବରଙ୍ଗପୁର ଏସପି ଙ୍କ ନିକଟରେ ଦାବି ଜଣାଇବେ ବୋଲି କହିଛନ୍ତି।ଉକ୍ତ ଘଟଣାରେ ଚନ୍ଦନ ବେହେରା ନାମରେ ଉମରକୋଟ ଥାନାରେ ପୂର୍ବରୁ ୩୯/୨୨ ରେ ମୋକଦ୍ଧମା ରୁଜୁ ହୋଇଛି।

0
0
0
s2sdefault