ଉମରକୋଟ/ଜିତେନ୍ଦ୍ର ମହାନ୍ତି-ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ଜଣେ କୁଖ୍ୟାତ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସୁବାଷ ବିଷୋୟି କୁ ଗିରଫ କରିବାରେ ସଫଳ ହୋଇଛି।ସୁବାଷର ନାମରେ ଓଡିଶା ଓ ଛତିଶଗଡ ରାଜ୍ୟର ବିଭିନ୍ନ ଥାନାରେ ୬ଟି ଏନଡିପିଏସ କେସ ରହିଥିବା ଉମରକୋଟ ପୋଲିସ ସୂଚନା ପ୍ରଦାନ କରିଛି।ସୂଚନା ଅନୁଯାୟୀ ଉମରକୋଟ ଥାନା ଅଧିନସ୍ଥ ବିଏସ ପଦର ନିକଟସ୍ଥ ବାଣୁଆ ଗୁଡା ଗ୍ରାମ ସୁବାଷ ବିଷୋୟୀ (୫୫) ବିଗତ କିଛି ବର୍ଷ ହେବ ରାଜ୍ୟ ତଥା ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରିବାରେ ସୁବାଷ ଲିପ୍ତ ଥିଲା। ଫଳରେ ସୁବାଷ ର ନାମରେ ଛତିଶଗଡ଼ ର ଜଗଦଲପୁର, ଓଡ଼ିଶାର ନବରଙ୍ଗପୁର, କୋଡ଼ିଙ୍ଗା, କୋଷାଗୁମଡା ଥାନାରେ ଅନେକ ମାମଲା ରହିଛି।ଏହି ଗଞେଇ ମାଫିଆର ନାମରେ ଆରେଷ୍ଟ ୱାରେଣ୍ଟ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସୁବାଷ ପୋଲିସ ଆଖିରେ ଧୂଳି ଦେଇ କିଛି ବର୍ଷ ହେବ ଫେରାର ରହିଥିଲା। ଉମରକୋଟ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଗଞ୍ଜେଇ ମାଫିଆ ସୁବାଷର ଗତିବିଧି ଉପରେ ନଜର ରଖି ଆସୁଥିଲେ। ତାର ଉପସ୍ଥିତି ଉପରେ ଖବର ପାଇ ତାକୁ କାବୁ କରିବାକୁ ପକ୍କା ନକସା ପ୍ରସ୍ତୁତ କରି ଏକ ଟିମ ପ୍ରସ୍ତୁତ କରିଥିଲେ। ଚଢ଼ାଉ କରି ଗତ ରାତିରେ ଅନ୍ତ ରାଜ୍ୟ ଗଞ୍ଜେଇ ମାଫିଆ ସୁବାସ ବିଷୋୟୀ କୁ ଓଡିଶା ଛତିଶଗଡ଼ ସୀମା ବର୍ତ୍ତି ଅଞ୍ଚଳରୁ କାବୁ କରିଥିଲେ। ଆଜି ତାକୁ ନବରଙ୍ଗପୁର ଏନ ଡି ପି ଏସ ସ୍ପେଶାଲ ବିଚାର ବିଭାଗୀୟ ବିଚାରପତିଙ୍କ କୋର୍ଟକୁ ପଠା ଯାଇଥିଲା ସେଠାରେ ଜାମିନ ନାମଞ୍ଜୁର ପରେ ଜେଲକୁ ପଠାଇ ଦିଆଯାଇଛି। ଚଢ଼ାଉ ସମୟରେ ସୁବାଷ ଠାରୁ ଏକ ବୁଲେଟ ମୋଟର ସାଇକେଲ ଜବତ କରିଛି ଉମରକୋଟ ପୋଲିସ।। ଯେଉଁ ଯେଉଁ ଥାନାରେ ମାମଲା ରୁଜୁ ହୋଇଛି ସେହି ଥାନା ଗୁଡ଼ିକ ପରବର୍ତ୍ତୀ ସମୟରେ ତାଙ୍କୁ ରିମାଣ୍ଡରେ ନେଇପାରନ୍ତି ବୋଲି ସୂଚନା ମିଳିଛି। ସୁବାଷକୁ ଧରିବାରେ ଏସଆଇ ସନ୍ତୋଷ ମାଝୀ ଓ ସୌମେନ୍ଦ୍ର କୁମାର ସେଠ, ଏଏସଆଇ ଶରତ ଚନ୍ଦ୍ର କୁଟୁରୁକା ,ରାମ ଚନ୍ଦ୍ର ବେହେରା , ସୁକଦେଵ ଛତ୍ରିୟା ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ରାଜ୍ୟ
ଗଞ୍ଜେଇ କାରବାର ରେ ଜଣେ ଗିରଫ।
- Hits: 279