ନୃସିଂହନାଥ ପରିସରରେ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଉଦଯାପିତ ହେଲା ବିଶ୍ବଶନ୍ତି ମହାଯଜ୍ଞ, ୧ଲକ୍ଷ ୨୫ହଜାର ନୃସିଂହ ବିଜମନ୍ତ୍ର ଜପ , 

  • ପବିତ୍ର ଝରଣାରେ ବୁଡ ପକାଇଲେ ହଜାର ହଜାର ଭକ୍ତ

ବରଗଡ:- ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳାରେ ବିଶ୍ବଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତ ସହ ସମାପ୍ତ ହୋଇ ଯାଇଛି । ଏହି ବୈଶାଖ ମେଳା ରେ ବିଶ୍ୱଶାନ୍ତି ମହାଯଜ୍ଞ ଗତ ୧ ତାରିଖ ରେ ଆରମ୍ଭ ହୋଇ ୫ ତାରିଖ ଶୁକ୍ରବାର ଉଦଯାପିତ ହୋଇଯାଇଛି । ୧୭ ଜଣ ଦକ୍ଷ ପଣ୍ତିତଙ୍କ ଦ୍ବାରା ୧ଲକ୍ଷ ୨୫ହଜାର ନୃସିଂହ ବିଜମନ୍ତ୍ର ଜପ କରାଯାଇଥିଲା । ବିଶ୍ବଶାନ୍ତି ମହାଯଜ୍ଞ ପିଠରେ ବିଜମନ୍ତ୍ର ଜପ ଶେଷ ହେବା ପରେ ଯଜ୍ଞ କୁଣ୍ତରେ ହୋମ ଆହୁତି ସମସ୍ତ ଦେବା ଦେବୀଙ୍କ ନାମରେ ଅର୍ପଣ କରାଯାଇଥିଲା । ବିଶ୍ବଶାନ୍ତି ମହାଯଜ୍ଞ ଜପ ଶେଷ ପରେ ଅପରାହ୍ନରେ ପାପହାରିଣୀ ଝରଣାରେ କଳସ ବିସର୍ଜନ କରାଯାଇଥିଲା । ବିଶ୍ବଶାନ୍ତି ମହାଯଜ୍ଞ ପରିସର ରେ ମନ୍ଦିର ଟ୍ରଷ୍ଟି ତଥା ବିଡିଓ ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ୧୭ଜଣ ପଣ୍ତିତ ଙ୍କୁ ମେଳା କମିଟି ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଯଜ୍ଞ ମଣ୍ତପରେ ସାହାର୍ଯ୍ୟ କରୁଥିବା ଅନିଲ ସାହୁ ଓ ଚିନ୍ତାମଣୀ ରାଓଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଗିରିଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ବର୍ଷ ୫ ଦିନ ଯାକ ଠିକ ମୌସମ ହେତୁ ଗରମ ଅନୁଭୁତି ହୋଇନଥିଲା । ଚତୃର୍ଦ୍ଦଶୀ ରେ ହଜାର ହଜାର ଭକ୍ତ ବୁଡ ପକାଇଲେ । ଆଜି ପୂର୍ଣ୍ଣିମା ଅବସର ରେ ସବୁଦିନ ପରି ନୃସିଂହ ମହାପ୍ରଭୁଙ୍କ ରିତି ନିତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଲକ୍ଷାଧିକ ଭକ୍ତ ଏକତ୍ରିତ ହୋଇଥିବା ଯୋଗୁଁ ଠାକୁରଙ୍କୁ ଦର୍ଶନ କରିବା ବିଳମ୍ବ ହୋଇଥିବାର ଦେଖିବାକୁ ମିଳିଥିଲା । ମଧ୍ୟାନ୍ୟ ସମୟରେ ଜୈବିକ ଚାଷ ସଚେତନ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଶୋଭାଯାତ୍ରା ମେଳା ପରିସର ବୁଲି ସଚେତନ କରିଥିଲେ । ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଇଁ ୫ ଦିନ ବୈଶାଖ ମେଳାର ଆୟୋଜନ କରାହୁଏ।ଦୁରଦୁରାନ୍ତରୁ ଭକ୍ତ,ବ୍ୟବସାୟୀ ଆସିଥାନ୍ତି । ବିଭିନ୍ନ ଅନୁଷ୍ଠାନ ସେବା ଓ ସେବକ ଙ୍କ ସମାଗ। ଓଡିଶା ଭାରତ ସ୍କାଉଟ ଓ ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘ ଏବଂ ଯାଦବ ସମାଜ ପକ୍ଷରୁ ତିନିଦିନ ଧରି ଥଣ୍ତା ପାନିୟ ଜଳ ଓ ମିଠା ସରବତ ବଣ୍ଟନ କରିଥିଲେ । ସେହିପରି ନିସର୍ଗ ନିବାସରେ ପଞ୍ଚ କୁଣ୍ତିୟ ଗାୟତ୍ରୀ ଯଜ୍ଞ ସହ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । କପିଳମୁନି ଆଶ୍ରମ, ଭଗବତ ପୁରାଣ ଆଶ୍ରମ, ମହିମା ମଠ ଠାରେ ପୂଜାର୍ଚ୍ଚନା ହୋମ କରାଯାଇଥିଲା।

0
0
0
s2sdefault