ବହୁ ଚର୍ଚ୍ଚିତ ଭୋଲା ହତ୍ୟାକାଣ୍ଡ ଘଟଣାର ପର୍ଦାଫାଶ : ଦୁଇ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଡ଼ବିଲ (ଶାସକ ପ୍ରଶାସକ) ଗତ ମଇ ମାସ ୧ ତାରିଖ ଦିନ ବଡ଼ବିଲ ସହରର ଜନଗହଳି ପୂର୍ଣ୍ଣ ମୋନି ଟାୱାର ନିକଟରେ ହେଇଥିବା ଗୁଳିକାଣ୍ଡ ଓ ହତ୍ୟା ଘଟଣାର ପର୍ଦାଫାଶ କରିଛି ବଡ଼ବିଲ ପୋଲିସ। ପ୍ରକାଶ ଥାଉକି ଗତ ୧ ତାରିଖ ସୋମବାର ସକାଳ ୯.୨୦ ମିନଟ ସମୟରେ ବଡ଼ବିଲ ପୋୖରାଧକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ଘନିଷ୍ଟ ସହଯୋଗୀ ସୁନୀଲ ସିହ୍ନା(ଭୋଲା) ସ୍କୁଟି ଯୋଗେ ବଜ଼ାରରୁ ଘରକୁ ଯାଉଥିବା ସମୟରେ ମୋନି ଟାୱାର ନିକଟରେ ଜଣେ ଦୁର୍ବୁତ୍ତ ତାଙ୍କ ମୁଣ୍ଡ ପଛପଟେ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ବଡ଼ବିଲ ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା କାରଣ ଗତ ମାସ ଦାମୁ ହଟିଂ ପଛପଟ ଜଙ୍ଗଲରେ ଜମି ବିବାଦକୁ ନେଇ ଜଣକୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତା ପୂର୍ବରୁ ବଲାଣି ଥାନା ଲସର୍ଦ୍ଧା ଠାରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ବଡ଼ବିଲ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ମହିଳା ମାଷ୍ଟର ମାଇଣ୍ଡ ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସୁଖବିନ୍ଦର କୋର ଓରଫ ରଜି ଓ ବଡ଼ବିଲ ଆଜାଦ ବସ୍ତି ଅଂଚଳର ସାକୀର ହୁସେନ ବୋଲି ଜଣାପଡିଛି। ବଡ଼ବିଲ ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୨ ପୌର ନିର୍ବାଚନ ପୂର୍ବରୁ ଲକ୍ଷ୍ମଣ ମହାନ୍ତଙ୍କ ସହ ରଜିଙ୍କର ଘନିଷ୍ଠ ସମ୍ପର୍କ ଥିଲା ତେଣୁ ନିର୍ବାଚନରେ ସମସ୍ତ ସଭା ସମିତିର ଆୟୋଜନ ଓ ହିସାବ କିତାବ ରଜି ବୁଝାବୁଝି କରୁଥିଲେ ତେବେ ନିର୍ବାଚନରେ ଲାଲଟୁ ଜିତି ପୋୖରାଧକ୍ଷ ହେବା ପରେ ସୁନୀଲ ସିହ୍ନା ଓରଫ ଭୋଲାଙ୍କୁ ସମସ୍ତ ଦାଇତ୍ୱ ଦେଇଦେବା ସହ ରଜିଙ୍କୁ ପୂର୍ବରୁ ଦେଉଥିବା ଖର୍ଚ ମଧ୍ୟ ଠିକ ଭାବେ ଦେଉ ନ ଥିବା କାରଣରୁ ରଜି ଭୋଲାକୁ ରାସ୍ତାରୁ ହଟେଇ ଦେବା ପାଇଁ ଚିନ୍ତା କରିଥିଲା। ତେବେ ରଜି ତାଙ୍କର ଆଉ ଜଣେ ଘନିଷ୍ଠ ଆଜାଦ ବସ୍ତି ଅଂଚଳ ର ସାକୀରଙ୍କୁ କହିବା ପରେ ସାକୀର ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର ଅଂଚଳର ରିଆସତ ହୁସେନ ଓ ରବିକୁ ଭୋଳାଙ୍କୁ ରାସ୍ତାରୁ ହଟେଇବା ପାଇଁ ଗତ ଛଅ ମାସ ପୂର୍ବେ ଯୋଜନା କରିଥିଲେ। ତେବେ ଗତ ମାର୍ଚ୍ଚ ମାସରେ ୪ଲକ୍ଷ ୫୦ ହଜ଼ାର ଟଙ୍କାର ସୁପାରୀ ନେବା ପରେ ସୁଟର ରବି ରାମନବମୀ ଦିନ ଭୋଲାଙ୍କୁ ମାରିବା ପାଇଁ ପ୍ରଥମ ଉଦ୍ୟମ କରିଥିଲେ, ହେଲେ ସେଥିରେ ବିଫଳ ହେବା ପରେ ରବି ଗତ ରବିବାର ବଡ଼ବିଲ ଆସି ସୋମବାର ସକାଳେ ଗୁଳି କରି ହତ୍ୟା କରିବା ପରେ ଫେରାର ହେଇଯାଇଥିଲା। ତେବେ ପୋଲିସ ବଡ଼ବିଲ ସହରରେ ଲାଗିଥିବା ସିସିଟିଭି ଫୁଟେଜରୁ ସୁରାକ ପାଇ ପ୍ରଥମେ ଅଭିଯୁକ୍ତ ବ୍ୟବହାର କରିଥିବା ବୋଲେରୋ ଗାଡି ନଂ ଓଆର୦୯ପି୮୮୬୫ କୁ ଠାବ କରି ଜବତ କରିବା ସହ ସାକୀର ହୁସେନକୁ କାବୁ କରିବା ପରେ ପୋଲିସକୁ ସଫଳତା ମିଳିଥିଲା। ତେବେ ଆଜି ମୁଖ୍ୟ ଅଭିଯୁକ୍ତ ରଜି ଓ ସାକୀର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସୁଟର ରବି ଓ ରିଆସତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରମୋଦିନି ସାହୁ ସୂଚନା ଦେଇଛନ୍ତି l

0
0
0
s2sdefault