ହେଡଲାଇନସ୍:

ଭାରତୀୟ ଖେତ ମଜଦୂର ୟୁନିୟନର ୧୦ମ ରାଜ୍ଯ ସମ୍ମିଳନୀରେ ରାଜ୍ଯବ୍ୟାପୀ ଆନ୍ଦୋଳନ ଆହ୍ଵାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଖେତ ମଜଦୂର ୟୁନିୟନର ୧୦ମ ରାଜ୍ଯ ସମ୍ମିଳନୀ ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଏପ୍ରିଲ ୨୯ ଓ ୩୦ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି।
ରାଜ୍ଯର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ଖେତ ମଜଦୂର ବର୍ଗ ସମ୍ମୁଖିନ ହେଉଥିଵା ବିଭିନ୍ନ ସମସ୍ଯା ଉପରେ ଆଲୋଚନା କରି ଆଗାମୀ ମେ ୧୫ ଠାରୁ ୩୧ ପର୍ଯ୍ଯନ୍ତ ରାଜ୍ଯ ବ୍ୟାପି ପଦଯାତ୍ରା , ଜୁନ ମାସରେ ଵ୍ଲକ ସ୍ତରୀୟ , ଜୁଲାଇରେ ଜିଲ୍ଲାସ୍ତରୀୟ ସମାବେଶ , ଜୁଲାଇ ଓ ଅଗଷ୍ଟ ମଧ୍ଯରେ ରାଜ୍ଯ ସ୍ତରୀୟ ଗଣ ଆନ୍ଦୋଳନ ପାଇଁ ସଂକଳ୍ପ ପାଳିତ ହୋଇଛି।
କୋଇଲା ଓ ଧାତବ ଖଣିଜ ଘରୋଇକରଣ କରି ଆଖିବୁଜା ଖଣିଜ ଉତ୍ତୋଳନ ନାମରେ ଜଙ୍ଗଲକାଟ ଚାଲିଥବାରୁ ଏହାକୁ ବନ୍ଦ କରିବା , ଆଦିବାସୀ ଓ ଜଙ୍ଗଲ ବାସିନ୍ଦାଙ୍କୁ ଭିଟା ମାଟିରୁ ଉଚ୍ଛେଦ ବନ୍ଦ କରିବା , କୋଇଲା ଓ ଫସିଲ ଇନ୍ଧନ ଜାଳେଣି ବନ୍ଦ କରିବା , ମାତ୍ର ଥରେ ବ୍ୟବହାର କରି ଫୋପାଡିଦିଆ ଯାଉଥିବା ପ୍ଲାଷ୍ଟିକ ସମ୍ପୁର୍ଣ୍ଣ ବନ୍ଦ କରିବା , ଖେତ ମଜଦୂରଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୭ଶହ ଟଙ୍କା ପ୍ରଦାନ କରବା , ନାମ ମାତ୍ର , କ୍ଷୁଦ୍ର ଓ ମଧ୍ଯମ କୃଷକଙ୍କ ଖେତରେ କୃଷି କାର୍ଯ୍ଯକୁ ମନରେଗା ଶ୍ରମ ଭାବେ ଗ୍ରହଣ କର , ମନରେଗା ବାବଦରେ ପ୍ରତ୍ଯେକ ଜବ କାର୍ଡଧାରୀଙ୍କୁ ବାର୍ଷିକ ଅନ୍ଯୁନ ୨ଶହ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଦିଅ-ନହେଲେ ପୁରା ମଜୁରୀ ଦେବା , କେନ୍ଦ୍ର ବଜେଟରେ ମନରେଗା ବାବଦରେ ବ୍ୟୟ ହ୍ରାସ ପରିବର୍ତ୍ତ ବାର୍ଷିକ ଅନ୍ଯୁନ ୨ଲକ୍ଷ କୋଟି ଟଙ୍କା ପ୍ରଦାନ କରବା , ଭୂମିହୀନ ଆଦିବାସୀ , ଦଳିତ , ପଛୁଆ ବର୍ଗ , ଖେତ ମଜଦୂର ମାନଙ୍କୁ ଘର ଡିହ ଓ ଫସଲ ଜମିର ପଟ୍ଟା ପ୍ରଦାନ କରବା , ଖେତ ମଜଦୂରଙ୍କୁ ଆବାସ ନିର୍ମାଣ ବାବଦରେ ଅନ୍ଯୁନ ୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରବା , ବୃଦ୍ଧ ଖେତ ମଜଦୂରଙ୍କୁ ମାସିକ ୫ହଜାର ଟଙ୍କା ହାରରେ ଭତ୍ତା ଇତ୍ଯାଦି ଦାବି ନେଇ ୧୫ ମେ ରୁ ୩୧ ମେ ପର୍ଯ୍ଯନ୍ତ ପଲ୍ଲୀରୁ ରାଜ୍ଯ ରାଜଧାନୀ ପର୍ଯ୍ଯନ୍ତ ରାଜ୍ଯ ବ୍ୟାପୀ ପଦଯାତ୍ରା ହେବ , ୩୦ ମେ ଭାରତର ରାଜଧାନୀ ଦିଲ୍ଲୀ ଅଭିଯାନ , ଅଗଷ୍ଟ ୯ରେ ରାଜ୍ଯ ରାଜଧାନୀ ଭୁବନେଶ୍ଵର ଅଭିଯାନର ଆହ୍ଵାନ ଦିଆଯାଇଛି।
ଏହି ସମ୍ମିଳନୀ ଆଗାମୀ ୩ ବର୍ଷ ପାଇଁ ୪୧ଜଣିଆ ରାଜ୍ଯ ପରିଷଦ ନିର୍ବାଚିତ କରିଥିବା ବେଳେ ରାଜ୍ଯ ସଭାପତି ଭାବେ ଜନ୍ନା ସୁବାସ ରାଓ , ଉପ ସଭାପତି ଭାବେ ରଘୁନାଥ ଗୌଡ଼ ଓ ପି ପଦ୍ମା ରାଜ୍ଯ ସମ୍ପାଦକ ଭାବେ ସୁର ଜେନା , ସହ ସମ୍ପାଦକ ଭାଵେ ଗୁରୁ ନାଥ ପ୍ରଧାନ , ତ୍ରୈଲୋକ୍ଯ ନାଥ ଓ ଶଙ୍କର ବାରିକ ନିର୍ବାଚିତ ହୋଇଛନ୍ତି।

0
0
0
s2sdefault