ପନ୍ଦର ଦିନରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଅପରାହ୍ନରେ ବ୍ରହ୍ମପୁର ସହର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ | ଆଜି ଥିଲା ବ୍ରହ୍ମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ର ଶେଷ ଦିନ | ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ରେ ମାଆଙ୍କ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ | ପରେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ର ବିକାଶ ସମ୍ପର୍କରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ |
ବୁଢୀ ଠାକୁରାଣୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର .ପ୍ରତିଦିନ ଏଠାକୁ ଶହ ଶହ ଭକ୍ତ ଆସିଥାନ୍ତି | ତେଣୁ ଯାତ୍ରୀ ମାନଙ୍କ ସୁବିଧା କୁ ଦୃଷ୍ଟିରେ ରଖି ସେଠାରେ ଉପଯୁକ୍ତ ଭିତ୍ତିଭୂମି ର ବିକାଶ କରିବାକୁ ସ୍ଥିର କରାଯାଇଥିଲା | ଏ ସମ୍ପର୍କରେ ପନ୍ଦର ଦିନ ରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ |
ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ବ୍ରହ୍ମପୁର୍ ମେୟର ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ .