ବନ୍ଧୁକ ଓ କାର ଜବତ ,ଯୁବକ ଥାନାରେ ଅଟକ ।
କାମାକ୍ଷାନଗର/ରିତେଶ ବ୍ରହ୍ମା- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓପୁଟସାହି ବାଲିଘାଟରେ ଯୁବକଙ୍କ ଦାଦାଗିରି ବେଳେ ମାଡି ବସିଲା ପୋଲିସ । ଯୁବକଙ୍କ ଠାରୁ ଗୋଟିଏ ବନ୍ଧୁକ ଓ କାର ଜବତ କରିଛି ପୋଲିସ୍ । ଅଟକ ଯୁବକ ଜଣକ ତୁମୁସିଙ୍ଗା ଥାନା ଶ୍ରୀମୁଳା ଗାଁର ରଞ୍ଜନ କୁମାର ବେହେରା ଓରଫ ସିପୁନ । ସମ୍ପୃକ୍ତ ବାଲିଘାଟ ନିଲାମ ନେଇଥିବା ପୁରୀ ଡେଲାଙ୍ଗ ଅଂଚଳର ବାଙ୍କ ବିହାରୀ ପାତ୍ର ନିଜ ଶ୍ୱଶୁର କାମାକ୍ଷାନଗର ଥାନା ପୁରୁଣାରେକୁଳା ଗାଁର ରୋହିତ କୁମାର ନାୟକଙ୍କୁ ବାଲି ଘାଟ ଚଳାଇବା ପାଇଁ ଦାୟିତ୍ୱ ଦେଇଥିଲେ । କିନ୍ତୁ ବାଲିଘାଟରୁ ବାଲି ନଉଠେଇବା ପାଇଁ ସିପୁନ ସବୁବେଳେ ଧମକ ମଧ୍ୟ ଦେଉଥିଲେ ରୋହିତଙ୍କୁ। କିନ୍ତୁ କାଲ ରୋହିତ ବାଲିଘାଟକୁ ଯାଇଥିବାବେଳେ ସିପୁନ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ତୋତେ ଓ ତୋ ଜ୍ବାଇଁକୁ ଜିବନରେ ମାରିଦେବା ପାଇଁ ଧମକ ଦେଉଥିଲା। ଖବର ପାଇ ତୁମୁଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିପୁନକୁ ମାଡିବସିଲେ। ସିପୁନ ଠାରୁ ଗୋଟିଏ ବନ୍ଧୁକ ଓ କାର ଜବତ କରିବା ସହ ତାଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ତୁମୁସିଙ୍ଗା ପୋଲିସ ।