ହେଡଲାଇନସ୍:

   ତୁଷୁରା ଷ୍ଟେଟ ବ୍ୟାଙ୍କରେ କରାଯାଇ ପାରୁନି ଆଧାର କାର୍ଡ ଲିଙ୍କ, ହିତାଧିକାରୀ ହନ୍ତସନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଟିଟିଲାଗଡ଼(ସୁନୀଲ ବେହେରା)- କେନ୍ଦ୍ର ସରକାର ବିଭିନ୍ନ ସ୍ଥାନରେ ଆଧାାର କାର୍ଡ ସଂଯୋଗ କରିବା ପାଇଁ ଲୋକଙ୍କୁ ସଚେତନ କରୁଥିବା ବେଳେ ତୁଷୁରା ଭାରତୀୟ ଷ୍ଟେଟ ବ୍ୟାଙ୍କରେ କର୍ମଚାରୀ ଅଭାବ ଦର୍ଶାଇ ଆଧାର କାର୍ଡ ସଂଯୋଗ କରାଯାଉ ନଥିବା ଅଭିଯୋଗ ହେଉଛି । ଏପରିକି ଆଧାର କାର୍ଡ ସଂଯୋଗ ହୋଇ ପାରି ନଥିବାରୁ ବହୁ ଲୋକ ଗ୍ୟାସ ସବସିଡି, ଫସଳ ବୀମା ଟଙ୍କା, ମମତା ଯୋଜନାର ଟଙ୍କା ଆଦି ନପାରି ପ୍ରବଳ ହନ୍ତସନ୍ତ ହେଉଛନ୍ତି  । ଆଧାର କାର୍ଡ ସଂଯୋଗ କରାଇବା ପାଇଁ ହିତାଧିକାରୀ ମାନେ ବ୍ୟାଙ୍କ ଦୌଡି ଦୌଡି ହଇରାଣ ହୋଇ ଯାଇଥିବା ଅଭିଯୋଗ କରନ୍ତି । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ଅଜିତ ସେଠୀଙ୍କୁ ପଚାରିବାରୁ କହନ୍ତି ଯେ, ମୁଁ ନୂଆଁ ଆସିଛି ଆଉ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଏପରି ସମସ୍ୟା ଦେଖା ଦେଇଛି । ଏଥି ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେଲେ ବହୁ ହିତାଧିକାରୀ ମାନେ ସରକାରୀଯୋଜନାରେ  ମିଳୁଥିବା ସାହାଯ୍ୟ ପାଇପାରିବେ ବୋଲି  ସାଧାରଣରେ ମତ ପ୍ରକାଶ ପାଉଛି । 

0
0
0
s2sdefault