ହେଡଲାଇନସ୍:

ମୁଁ କଣ ପାପ କରିଥିଲି ମା.... ମୁଁ କଣ ତୋ ପାଇଁ ଏତେ ଅଲୋଡ଼ା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ବଡ଼ବିଲ(ଚିତ ରଞ୍ଜନ କର) : ମା......ମୁଁ କଣ ଦୋଷ କରିଥିଲି ମା !!! ମୋର କଣ ଅପରାଧ ଥିଲା  । ମୋତେ ତୁ ଏମିତି ଅଲୋଡା ଭଳି ଫିଙ୍ଗି ଦେଇ ଛାଡି ଚାଲିଗଲୁ  । ମୋ ମୁଣ୍ଡରେ ସବୁଦିନ ପାଇଁ କଳଙ୍କ ଟୀକା ଲଗାଇଦେଲୁ ଯେ ମୁଁ ପିତାମାତା ପରିଚୟ ହୀନ ଶିଶୁ ! ତୁ ବି ଦିନେ କାହା ଝିଅ ଥିଲୁ  । ତୋ ମା ତ ତତେ ଏମିତି କେଉଁଠି ଜନ୍ମ କରି ଫିଙ୍କି ଦେଇନଥିଲା । ତୁୁ ପରା ମା...ତୋ ଗର୍ଭରୁ ଜନମ ନେଇ ମୁଁ ଆଉ କାହା ପାଖରେ ବଢିବି  । ତତେ କିଏ ସେ ଅଧିକାର ଦେଇଥିଲା ମୋତେ ଦୁନିଆକୁ ଆଣି ଦୁନିଆ ଆଖିରେ ଏମିତି କାହା ଦୟାରେ ବଞ୍ଚିବାକୁ ଛାଡିଦେବା ପାଇଁ !!! 

ନିଶ୍ଚିତ ଭାବେ ନିଷ୍ପାପ ଶିଶୁଟିର ଯଦି କହିବାର ଶକ୍ତି ଥାନ୍ତା, ସେ ଏମିତି କିଛି କହିଥାନ୍ତା....ହେଲେ ନିର୍ବାକ ଶିଶୁ ନିଷ୍ପାପ ସେ  । କିଛି କହିପାରିବନି ବୋଲି ମା ତାର ଲୁଚେଇ ତାକୁ ଜନ୍ମ କରି ରାସ୍ତାକଡରେ ଛାଡି ଚାଲିଦେଇଗଲା  । ଲୋକଙ୍କ ମୁହଁରେ ଶିଶୁଟି ପାଇଁ ଆହା, ଆଉ ମା ଟି ପାଇଁ ଛିଛାକର ପୂର୍ଣ୍ଣ ମନ୍ତବ୍ୟ ଲୋକଙ୍କ ମୁହଁରେ  । ସ୍ୱାଭାବିକ....ରାସ୍ତା କଡରେ ପରିତ୍ୟକ୍ତ ଭାବେ ସତେ ଯେମିତି ମା ମରିବା ପାଇଁ କନ୍ୟା ଶିଶୁଟିକୁ ଛାଡି ଚାଲିଯାଇଥିଲା  । ଏପରି ଏକ ଘଟଣାକୁ ନେଇ ବଡବିଲ ଅଞ୍ଚଳରେ ଆଜି ଦିନ ସାରା ଚର୍ଚ୍ଚା  ।

ଖବର ଆସିଲା....ବଡ଼ବିଲ୍ ୱାଡର଼୍ ନଂ ୪ ପଶୁପତି ନଗର ରାସ୍ତାକଡରେ ଏକ ଶିଶୁକନ୍ୟା ପଢିଛି ପରିତ୍ୟକ୍ତ ଭାବେ  ।  କେହି ନର୍ଦ୍ଧୟୀ ମା ଏହି ନବଜାତ ଶିଶୁ କନ୍ୟାକୁ ମରଣ ମୁହଁରେ ଛାଡ଼ି ·ଲିଯାଇଛି  ।  କଥାରେ ଅଛି ଜୀବନ ଯିଏ ଦେଇଛି ମରଣ ବି ତା ହାତରେ  । ଏ ଘଟଣାଟି ବିଜୁଳି ବେଗରେ ଚାରିଆଡେ ଖେଳିଗଲା  ।  ନିର୍ମାୟା ନିଷ୍ପାପ ଶିଶୁଟିର କିଛି ଅନିଷ୍ଟ ହେବା ପୂର୍ବରୁ ତାକୁ କିଛି ଭଲ ମଣିଷ ଯାଇ ଉଦ୍ଧାର କଲେ  । ଖବର ଅନୁଯାୟୀ , ରବିବାର ଭୋର୍ ସମୟରେ ଋଷି ଗିରି ନାମକ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିବା ସମୟରେ ନବଜାତ ଶିଶୁକନ୍ୟାକୁ ଦେଥିଲେ  । ଏକ ଅଖାରେ ଶିଶୁକନ୍ୟାଟି ଶୋଇ ରହିଥିଲା ଏବଂ ଗୋଟିଏ କାଉ ତାକୁ ଖୁମ୍ପିବା ପାଇଁ ଉଦ୍ୟମ କରୁଥିଲା  । ତେବେ ଶିଶୁକନ୍ୟାଟି ଜୀବିତ ଥିବାର ଜାଣିବା ପରେ ସେଠାରୁ ତାକୁ ଉଦ୍ଧାର କରି ଶ୍ରୀରାମନଗରକୁ ନେଇ ଆସିଥିଲେ ସେହି ବ୍ୟକ୍ତି  । ପରେ ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ବଡ଼ବିଲ୍ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରିଥିଲେ  । ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି  । ଏନେଇ କେନ୍ଦୁଝର ଚାଇଲ୍ଡ ଲାଇନକୁ ଖବର ଦିଆଯାଇଛି  । ଘଟଣା ସମ୍ପର୍କରେ ଖବର ପାଇ ବଡ଼ବିଲ ପୋଲିସ ଖୋଳତାଡ଼  ଆରମ୍ଭ କରିଛି  । ତେବେ କିଏ ଓ କାହିଁକି ଏହି ନିଷ୍ପାପ ଶିଶୁ କନ୍ୟାକୁ ମୃତ୍ୟୁ  ମୁଖରେ ଛାଡ଼ି ଦେଇଗଲା ସେନେଇ ଅନେକ ପ୍ରଶ୍ନ  । ତେବେ ସିଏ ଯିଏ ହେଉନା କାହିଁକି ଏଥିପାଇଁ ତାକୁ କଠୋର ଦଣ୍ଡ ଦେବାକୁ ଲୋକଙ୍କ ଭିତରେ ଦାବି ହୋଇଛି  ।

0
0
0
s2sdefault