ହେଡଲାଇନସ୍:

ସାଇନିଙ୍ଗ ଷ୍ଟାର ଶିକ୍ଷଣ ଶିବିର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୨ୟ ସାଇନିଙ୍ଗ ଷ୍ଟାର ଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀ ଚନ୍ଦ୍ରଭାନୁ ପଧାନ ମୁଖ୍ୟଅତିଥି, ରାଜବୋଡାସମ୍ବର  ବି.ଇ.ଓ ସୁନୀଲ ମୁଣ୍ଡ , ପାଇକମାଲ ବି.ଇ.ଓ ଚୂଡାମଣି ବାରିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଉନ୍ନତି ତଥା ଡି.ଇ.ଓ ପ୍ରକାଶ ଯୋଶୀଙ୍କ ଶିକ୍ଷା କ୍ଷେତ୍ରରେ ଅଭିନବ ଯୋଜନାଗୁଡିକର ଭୂୟସୀ ପ୍ରଶଂସା କରିଥିଲେ।ଏଥିରେ ୪ଟି ବ୍ଲକରୁ ୧୨ ଜଣ ଶିକ୍ଷାର୍ଥୀ ଯୋଗଦେଇଥିଲେ।ଶିବିରରେ ସ୍ଵତନ୍ତ୍ର ଶିକ୍ଷାଦାନ କରିଥିଲେ ଶ୍ରୀ କାର୍ତ୍ତିକ ଦାଶ, ଗଙ୍ଗାଧର ମହାନ୍ତି,ଜିତେନ୍ଦ୍ର କୁମାର ପଣ୍ଡା, ହୃଦାନନ୍ଦ ଭୋଇ, ଅଶ୍ବିନୀ କୁମାର ବେହେରା ସାଧନ କର୍ମୀଗଣ ଶିବିରର ସୁପରିଚାଳନରେ ସହଯୋଗ କରିଥିଲେ। ସୁନୀଲ କୁମାର ସିହ୍ନା, କ୍ଷୀରସିନ୍ଧୁ ସୁନା , ଅଭିଳାଷ ସାହୁ, ମୋହନ ବନଛୋର ଓ ଦୀପକ ତିଵାରୀ । ଶେଷରେ ଶିକ୍ଷକ ରାଜେଶ କୁମାର ଖମାରୀ ଧନ୍ୟବାଦ ଦେଇଥିଲେ।

0
0
0
s2sdefault