ହେଡଲାଇନସ୍:

ଭଦ୍ରକ ବ୍ଲକ୍ରେ ୯୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  : ଆଜି ଭଦ୍ରକ ବ୍ଲକ ପରିସରରେ ଭଦ୍ରକ ପଞ୍ଚାୟତ ସମିତି ପକ୍ଷରୁ ମଧୁବାବୁ ଓ ଇନ୍ଦିରା ଗାନ୍ଧୀ ଯୋଜନା ଅଧିନରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୯୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ବ୍ଳକ ପରିସରରେ ଆୟୋଜିତ ଭତ୍ତା ବଣ୍ଟନ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଯୋଗ ଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରି ନବୀନ ସରକାର ଦୀନ ଦୁଃଖୀର ସରକାର ବୋଲି ମତ ପୋଷଣ କରିଥିଲୋ । ସମ୍ମାନୀତ ଅତିଥି ଭାବେ ବିଡିଓ ହରିଶ୍ଚନ୍ଦ୍ର ଜେନା, ବ୍ଳକ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାମଞ୍ଜରୀ ରାଉତ, ଜିଲ୍ଳା ପରିଷଦ ସଭ୍ୟ ହେମନ୍ତ ପାଢୀ, ସରୋଜ ନାୟକ, ସୁକାନ୍ତୀ ନାୟକ,ବରିଷ୍ଠ  ବିଜେଡି ନେତା ରାଧାକାନ୍ତ ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଗୀତାଞ୍ଜଳି ମହପାାତ୍ର, ତୃପ୍ତିମୟୀ ପାଢୀ ସହଯୋଗ ପ୍ରଦାନ କରିଥିଲେ । 

0
0
0
s2sdefault