ହେଡଲାଇନସ୍:

୨ଲକ୍ଷ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍  ପାଣ୍ଠିକୁ ଦେଲେ  ଶ୍ରମିକ ସଂଗଠନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱକର୍ମା ପୂଜା ବାବଦ  ଖର୍ଚ୍ଚରୁ  କାଟ କରି ଦିଆଗଲା ସହାୟତା ରାଶି

ପାରାଦୀପ(ଉପେନ୍ଦ୍ର ଗୁରୁ) ସମଗ୍ର କେରଳ ରାଜ୍ୟରେ ବର୍ଷା ଓ ପ୍ରଳୟଙ୍କାରୀ ବନ୍ୟାରେ ସାରା କେରଳ ଦେଶ ଭାସିଯାଇଥିବା ବେଳେ ପାରାଦୀପର ଅଗ୍ରଣୀ ୫ଟି ସଂଗଠନ ମିଳିତ ଭାବେ ଏହି ଦେଶ ପାଇଁ ୨ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ୫ଟି ସଂଗଠନ ମଧ୍ୟରେ ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ , ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତି , ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ, ପାରାଦୀପ ବନ୍ଦର କ୍ଷେତିଗ୍ରସ୍ତ ଜମିହରା କୃଷକ ସଂଘ ଓ ପାରାଦୀପ ପୋର୍ଟ ବଣିକ ସଂଘ ତରଫରୁ ମିଳିତ ଭାବେ ଏହି ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ସବୁ ସଂଗଠନର ମୁଖ୍ୟ ତଥା ସଭାପତି ସନ୍ତୋଷ ପଟ୍ଟନାୟକ ଯୋଜନା କରିଥିଲେ । କେରଳକୁ ସହାୟତା ଯୋଗାଇ ଦେବାପାଇଁ ସେମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିପ୍ ପାଣ୍ଠିକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ , ସନ୍ତୋଷ ପଟ୍ଟନାୟକ, ମନିନ୍ଦ୍ର ଗୁରୁ, ମିହିର କାନ୍ତ ସାହୁ, ରତ୍ନାକର ଜେନା, ନିତ୍ୟାନନ୍ଦ ଲେଙ୍କା ପ୍ରମୁଖ ଉପସ୍ଥିତରେ ୨ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଥିଲେ । ଏହି ପାଞ୍ଚଟି ସଂଗଠନର ଆଗକୁ ବିଶ୍ୱକର୍ମା ପୂଜା ଥିବା ସତ୍ତ୍ୱେ  ସେଥିମଧ୍ୟରୁ ଖର୍ଚ୍ଚ କାଟ କରି ଏହି ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି । 

 

0
0
0
s2sdefault