ହେଡଲାଇନସ୍:

ପାରାଦୀପ ଅଞ୍ଚଳର ଜଳବନ୍ଦୀମାନଙ୍କୁ ରିଲିପ ବଣ୍ଟନ : ଦୁର୍ଦ୍ଦଶାରେ ଲୋକେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଏନଏସି କାର୍ଯ୍ୟାଳୟରେ ଜଳବନ୍ଦୀ ସ୍ଥିତି ସମୀକ୍ଷା କଲେ ଦାମୋଦର 

  • ଜଳବନ୍ଦୀ ଅଂଚଳ ବୁଲି ଲୋକଙ୍କ ଦୁର୍ଦ୍ଦଶା ଦେଖିଲେ ଓ ରିଲିଫ ବାଣ୍ଟିଲେ ସର୍ଖେଲ 

  • ପାରାଦୀପ ଇଫକୋ ୟୁନିଟ ତରଫରୁ ଲୋକମାନଙ୍କୁ ରିଲିପ ଓ ରନ୍ଧନ ଖାଦ୍ୟ ପରିବେଷଣ 

ପାରାଦୀପ :  ଲଘୁଚାପ ଜନିତ ୩ଦିନ ଲଗାଣ ବର୍ଷାରେ ପାରାଦୀପ ମୁନିସପାଲଟି ଅଧିନରେ ଥିବା ୧୬ଟି ଯାକ ୱାର୍ଡର ଲୋକ ମାନଙ୍କ ଘରେ ପାଣି ପସିଯିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହରକତ୍ ହୋଇଥିବାବେଳେ ଏବେବି ୫ନଂ ୱାର୍ଡର ଲୋକ ମାନେ ଜଳବନ୍ଦୀରେ ଅଛନ୍ତି । ଲଘୁଚାପ ଜନିତ ବର୍ଷାର ପ୍ରକୋପ ହ୍ରାସ ପାଇବାପରେ ବନ୍ଦର ନଗରୀର ଲୋକମାନେ ଟିକେ ଆସ୍ୱସ୍ଥ ଲାଭ କରିଛନ୍ତି । ତଥାପି ଆଜି ସହରରେ ୫ନଂ ୱାର୍ଡର ଲୋକ ଜଳବନ୍ଦୀ ଥିବାରୁ ବିଧାୟକ ଡ. ଦାମୋଦର ରାଉତ ପାରାଦୀପ ପୌରପାଳିକା କାର୍ଯ୍ୟାଳୟରେ ପହଁଞ୍ଚି ପାରାଦୀପ ସ୍ଥିତି  ବିଷୟରେ ପଚାରି ବୁଝିଥିଲେ ।

 ଜଳବନ୍ଦୀ ଲୋକଙ୍କ ପାଇଁ ସୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବା ପାଇଁ ପାରଦୀପ ମୁନିସପାଲଟିର ଅଧ୍ୟକ୍ଷ  ବସନ୍ତ କୁମାର ବିଶ୍ୱାଳ , କାର୍ଯ୍ୟନିର୍ବାହି ଅଧିକାରୀ ମିଳିତ ଉଦ୍ୟୋଗରେ କରାଯାଇଅଛି । ଏଥିସହ ପାରଦୀପ ଉପକଣ୍ଠ ଉଦୟବଟ, ବାଲିଝରା,ଭିତରଗଡ,ବାଉରିଆପାଳନ୍ଦା,ବଙ୍ଗାଳୀପଡା ଆଦି କଲୋନୀ ଜଳମଗ୍ନ ଅବସ୍ତାରେ ଥିବାକଥା ଜାଣିବା ପରେ ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ସଡଙ୍ଗୀ କ୍ଷେୟକ୍ଷେତିର ଆକଳନ ପାଇଁ କୁଜଙ୍ଗ ତହସିଲଦାର ଓ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି ।

 ଏହି ଦୁର୍ଦ୍ଦଶାକୁ ଲକ୍ଷକରି କଂଗ୍ରେସ  ନେତା ବାପି ସର୍ଖେଲ  ପାରାଦୀପ ବନ୍ୟା ଜଳ ପ୍ଲାବିତ ଅଂଚଳ ଗସ୍ତ କରିଥିଲେ | ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବା ବାଲିଝରା ବାଉରିଆପାଳନ୍ଦା ବୁଲି ଦେଖିବା ସହ ରିଲିଫ  ସାମଗ୍ରି ଓ ସହାୟତା  ମଧ୍ୟ କରିଛନ୍ତି । ପ୍ରଭାବିତ ଲୋକମାନଙ୍କୁ ପର୍ୟାପ୍ତ ପରିମାଣରେ ରିଲିଫ ସାମଗ୍ରୀ ଯୋଗାଇ ଦେବା ପାଇଁ ପ୍ରଶାସନକୁ ଶ୍ରୀ ସର୍ଖେଲ ଦାବି କରିଛନ୍ତି | ଏଥିସହ ପାରାଦୀପ ଇଫକୋ ୟୁନିଟ ତରଫରୁ ପାରାଦୀପ ବିଜୟଚନ୍ଦ୍ରପୁରୁ , ସୁଖୁଆଖଳା , ମୁଶାଡିଆ, ଭିଣାନାସି, ଖର୍ନାସି , ରାମନଗର , ପ୍ରଭୃତି ଏରିଆର ଲୋକମାନଙ୍କୁ ରିଲିପ ଓ ରନ୍ଧନ ଖାଦ୍ୟ ପରିବେଷଣ କରାଯାଇଥିବାବେଳେ ଏହାର ନେତୃତ୍ୱ ପିଆରଓ ଶ୍ରୀ ବେଉରା କରିଥିବାର ଦେଖାଯାଇଛି । 

 

 

0
0
0
s2sdefault