ହେଡଲାଇନସ୍:

କଟକ ପାରାଦୀପ ମୁଖ୍ୟରାସ୍ତା ଅବରୋଧ କଲେ ନବନିର୍ମାଣ କୃଷକ ସଂଗଠନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ (ଉପେନ୍ଦ୍ର ଗୁରୁ) ବର୍ଷାଜଳ ନିସ୍କାସନ ପାଇଁ କଟକ ପାରାଦୀପ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ୭ଟି ପଞ୍ଚାୟତ ବାସିନ୍ଦା । କଟକ ପାରାଦୀପର ଚକ୍ରଧର ପୁର ଛକ ନିକଟରେ ମୁଖ୍ୟ ରାସ୍ତା ଉପରେ ବସିଛନ୍ତି ଶହଶହ ଲୋକ । ପାରାଦୀପ ଗଡ, ଭୂତମୁଣ୍ଡାଇ, କୋଠି, ବଗଦିଆ, ବିଶ୍ୱାଳୀ, ନୂଆଗଡ ଓ ଗଣ୍ଡିକିପୁରୁ ପଞ୍ଚାୟତର ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ କଟକ ପାରାଦୀପ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି । ଏହି ସବୁ ପଞ୍ଚାୟତରେ ସବୁସମୟରେ ବର୍ଷାଜଳ ବିତ୍ପାତ ସୃଷ୍ଟି  କରିଥିବାବେଳେ ପ୍ରସାଶନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ  କିଛି ଫଳମିଳୁନାହିଁ । ତେବେ ନିକଟରେ ଥିବା ହଳଦୀପାଣି ନଦୀ ଜଳକୁ ସିଧାସଳଖ ମହାନଦୀକୁ ଛାଡିବାର ସୁବିଧା କରାଇବା ସହ ଲୋକନାଥ ପଡାଠାରେ ଏକ କଲଭର୍ଟ   ନିର୍ମାଣ ହେଲେ ବର୍ଷାଜଳ ନିଷ୍କାସନ ହୋଇପାରିବ ବୋଲି ଲୋକମାନେ ଦାବି କରିଛନ୍ତି । ପ୍ରସାଶନ ଏହାର ସମାଧାନ ନକରିବାରୁ ହଜାର ହଜାର ଲୋକ ଜଳବନ୍ଦୀରେ ରହୁଛନ୍ତି । ତେଣୁ ଆଜି ସେମାନେ ବାଧ୍ୟହୋଇ ରାଜରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ ସମୟ ରାସ୍ତା ଅବରୋଧ ରହିବାପରେ କୁଜଙ୍ଗ ତହସିଲଦାର ଓ ପାରାଦୀପ ଅତିରିକ୍ତ ଏଏସପି ଘଟଣା ସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ସେମାନଙ୍କ ସହ ଆଲୋଚନା କରିଥିଲେ । ଏବଂ ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ୧୫ଦିନ ଭିତରେ ଜଳ ନିସ୍କାଷନ ସମାସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରତିସୃତି ଦେବାପରେ ଦୀର୍ଘ ୫ଘଣ୍ଟାପରେ ରାସ୍ତା ଅବରୋଧ ହଟିଥିଲା । ଏହା ଫଳରେ ରାସ୍ତାରେ ଗାଡି ମଟୋର ଯାତାୟତରେ ବାଧା ଉପୁଜିଥିଲା ସହ ସହ ଗାଡି ମଟର ଲାଇନ ଭାବରେ ରାସ୍ତା ଉପରେ ଉଭୟ ପାଶ୍ୱର୍ରେ ଛିଡା ହୋଇ ରହିଥିଲେ ।  ତେବେ ବର୍ତ୍ତମାନ ହୋଇଥିବା ଜଳବନ୍ଦୀର ସାମୟୀକ ଭାବେ ସମାଧାନ ପାଇଁ ଦୁଇଗୋଟି ଜେସିପି ସାହାଜ୍ୟରେ ଜଳ ନିସ୍କାଷନ ବାଟ କଟାଯିବ ବୋଲି ମଧ୍ୟ ତହସିଲ ଦାର ପ୍ରତିସୃତି ଦେଇଛନ୍ତି । ଅନ୍ୟପଟେ ଦାବି ପୂରଣ ନହେଲେ ପୁନରବାର ଧାରଣା ଦିଆଯିବ ବୋଲି ଧାରଣାକାରୀ ଚେତାବନୀ ଦେଇଛନ୍ତି ।    

0
0
0
s2sdefault