ହେଡଲାଇନସ୍:

ଡବଲ ବେନିଫିଟ : ସୁରକ୍ଷାକୁ ପାଇଲା, ପ୍ରତିବାଦକୁ ବି ପାଇବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟର ସବୁ ସ୍କୁଲ ଛୁଟି କଲେ ସରକାର 

ଭୁବନେଶ୍ୱର ():  ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସ ଓ ବାମଦଳର ବନ୍ଦ ଡାକରା ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ୧୦ ତାରିଖକୁ ସ୍କୁଲ କଲେଜ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି | ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ‘ଭାରତ ବନ୍ଦ’ ଡାକରା ପରିପ୍ରେକ୍ଷୀରେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ପିଲାମାନଙ୍କ ସୁରକ୍ଷାକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି | ଭଲ କଥା, ସରକାରଙ୍କ ଏ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ |  ହେଲେ ଏହି ନିଷ୍ପତ୍ତି ଯେତିକି ପ୍ରଶାସନିକ ଲାଗୁଛି,  ତାଠାରୁ ଅଧିକ ରାଜନୈତିକ ନିଷ୍ପତ୍ତି ଭଳି ଅନୁଭବ ହେଉଛି |

କାରଣ ବିଜେଡି ମଧ୍ୟ ତୈଳଦର ବୃଦ୍ଧିକୁ ରାଜନୈତିକ ପ୍ରସଙ୍ଗ କରି ବିରୋଧ କରୁଛି |  ଆଉ ୭ ତାରିଖରୁ ତାହାର ପ୍ରତିବାଦ ପର୍ବ ବି ଯାରୀ ରଖିଛି | ରାଜ୍ୟର ସବୁ ସ୍ଥାନରେ ଏହାକୁ ଜୋରଦାର କରି ପେଟ୍ରୋଲ ଟାଙ୍କି  ସାମନାରେ ବିରୋଧ ଚଳାଇଛି | ଯାହାହେଲେବି ତୈଳଦରକୁ ବିରୋଧ କରୀ ବିଜେଡି ପଦାକୁ ଓଲ୍ହାଇ ସାରିଥିବା ବେଳେ ଏହି ପ୍ରସଙ୍ଗରେ ତୈଳମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘେରିବା ପାଇଁ ଅଭ୍ଯାନ ଜାରି ରଖିଛି | ସରକାର ହିସାବରେ ବନ୍ଦ ଡାକରା ଦେଇ ବି ପାରିବନି | ଆଉ ଏହାରି ବିରୋଧରେ ବିଜେଡି ବି ଚାହୁଁଛି ଗୋଟାଏ ରାୟ ବ୍ୟାପି ବନ୍ଦ ହେବ ଦରକାର ଓ ଲୋକଙ୍କ ପ୍ରତିବାଦ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚିବା ଦରକାର | ଆଉ ବିଜେଡି ଜାଣିଛି କଂଗ୍ରେସ ବନ୍ଦ ଡାକରା ଦେଇଛି ମାନେ ତାହା କେଉଁ ଧରଣର ହେବ | ତେଣୁ ଆନ୍ଦୋଳନ କରି ରାଜ୍ୟବ୍ୟାପୀ ଯାହା ମାଇଲେଜ ନେବା କଥା ବିଜେଡି ନେଇସାରିଛି | ଆଉ ବନ୍ଦ ସରକାର ତା କରି ପାରିବେନି, ତେଣୁ କଂଗ୍ରେସ ଯଦି କରୁଛି କରୁ !  ଖୋଲାଖୋଲି ତ ସମର୍ଥନ କରିପାରିବନି,  ପରୋକ୍ଷରେ ଏହା ବିଜେଡିର ନିରବ ସମର୍ଥନ ବୋଲି ସାଧାରଣରେ ଚର୍ଚା ହେଉଛି |

0
0
0
s2sdefault