ହେଡଲାଇନସ୍:

ପୁଲିସ-ଆଇନଜୀବୀ ବିବାଦ : ବଳି ପଡ଼ୁଛନ୍ତି ବିଚାର ଜନତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଅଗଷ୍ଟ ୨୮ରେ ଏକ ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହିତ ପୁଲିସର ଯୁକ୍ତିତର୍କ ହୋଇଥିଲା । ଏଥିରେ ପୁଲିସ ବାବୁ କୁଆଡେ଼ ଉତକ୍ଷିପ୍ତ ହୋଇ ଆଇନଜୀବୀ ଶ୍ରୀପଟ୍ଟନାୟକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା । ହାଇକୋର୍ଟରେ ମାମଲାର ଶୁଣାଣି ହୋଇ ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚହାତକୁ ଦେବା ନିମନ୍ତେ ଆଦେଶ ଦିଆଗଲା । କିନ୍ତୁ ଏହି ମାମଲା ଶାନ୍ତି ପଡ଼ିଲା ନାହିଁ । ପୁଲିସ ଓ ଓକିଲ ମୁହାଁ ମୁହିଁ ଅବସ୍ଥାକୁ ଆସିଯାଇଛନ୍ତି । ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ସହିତ ଅବିଳମ୍ବେ ଗିରଫ ଦାବି ନେଇ ଆଇନଜୀବୀମାନେ ଆନେ୍ଦାଳନକୁ ଉହ୍ଲାଇ ଆସିଛନ୍ତି । ଏହାକୁ ସମର୍ଥନ ଜଣାଇ ସମଗ୍ର ଓଡ଼ିଶାର ଓକିଲ ସଂଘ କୋର୍ଟ କାମକାର୍ଯ୍ୟ ବନ୍ଦ କରିଦେଇଛନ୍ତି । ଶୁକ୍ରବାର ମୟୂରଭଞ୍ଜ ବାର ଆସୋସିଏସନର ନିଷ୍ପତ୍ତିକ୍ରମେ ବାରିପଦାରେ କୋର୍ଟ କାର୍ଯ୍ୟ ବନ୍ଦ ରଖିଛନ୍ତି ଓ ଏହା ଆସନ୍ତା ୧୦ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବାର ଆସୋସିଏସନର ସଭାପତି ବିପ୍ଳବ କୁମାର ବାରିକ ସୂଚନା ଦେଇଛନ୍ତି । ଫଳରେ ଆଦାଲତରେ କୌଣସି ମାମଲାର ଶୁଣାଣି ହୋଇପାରୁ ନାହିଁ । ଯାହାଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ପରିଲକ୍ଷିତ ହୋଇଛି । ଏହି ବିବାଦ ଦିନକୁ ଦିନ ଅଧିକ ତୀବ୍ର ରୂପ ଧାରଣ କରିବାକୁ ଯାଉଥିବାରୁ ଏହାର ପରିସମାପ୍ତି କେଉଁଠି, ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ ।

0
0
0
s2sdefault