ହେଡଲାଇନସ୍:

"ସନ୍ତୁଳିତ ଓ ସଠିକ ଖାଦ୍ୟ ମା’ ଓ ଶିଶୁକୁ  ସୁସ୍ଥ ଓ ନିରାପଦ ରଖିଥାଏ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁରରେ ଜାତୀୟ ପୃଷ୍ଟି ସପ୍ତାହ ପାଳିତ ।

ଯାଜପୁର/Jayashankar Dash  : ସନ୍ତୁଳିତ ଓ ସଠିକ ଖାଦ୍ୟ ମା’ ଓ ଶିଶୁକୁ  ସୁସ୍ଥ ଓ ନିରାପଦ ରଖିଥାଏ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପୃଷ୍ଟି ସପ୍ତାହ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ପ୍ରତ୍ୟେକ ପରିବାରରେ ନାରୀଟିଏ ନିଜ ପ୍ରତି ନିଜେ ଅତ୍ୟାଚାର ଓ ଅବହେଳା କରିଥାଏ ବୋଲ କହିିଥିଲେ ।  ବାର ଅନୁସାରେ ବିବିଧ ପୂଜା, ଊପାସ ଇତ୍ୟାଦି ମାଧ୍ୟମରେ ପୃଷ୍ଟିକର ଖାଦ୍ୟରୁ ନିଜକୁ ଦୂରେଇ ଦେଊଥିବା ନାରୀଟି ଅନ୍ତତଃ ଏତିକି ବୁଝିବା ଆବଶ୍ୟକ ଯେ, ସେ ଖାଦ୍ୟାଭାବରୁ ଯେଊଁ ଅସୁସ୍ଥତା ଓ ଅସୁବିଧାର ସମ୍ମୁଖୀନ ହୁଏ ସେଥିରେ ଊଭୟ ଆର୍ଥିକ ଓ ମାନସିକ ଭାବେ  ପରିବାରଟି କ୍ଷତିଗ୍ରସ୍ତ ହୁଏ ।  ଗର୍ଭବତୀ ମା’ ଟିଏର ଖାଦ୍ୟ, ଚିକିତ୍ସା  ମଧ୍ୟ ତଦନୁରୂପ ହେଲେ ଗର୍ଭସ୍ଥ ଶିଶୁ ସହ ମା ମଧ୍ୟ ସୁସ୍ଥ ଓ ସମାଜ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇପାରିବ ।  ଆଜି କାଲି ପ୍ରତ୍ୟେକଙ୍କର ଜୀବନଚର୍ଯ୍ୟା ବଦଳି ଯାଇଚ୍ଥି ।  କିନ୍ତୁ ପାରମ୍ପରିକ ଖାଦ୍ୟକୁ ଯଦି ଆମେ ଊପଯୋଗ କରିପାରିବା ତେବେ ସୁସ୍ଥତା ପାଇଁ ତାହା ଅଧିକ ପଂଳପ୍ରଦ ହୋଇପାରିବ ବୋଲି କହିବା ସହ ଚ୍ଥୋଟ ଚ୍ଥୋଟ ଭିଡିଓ ମାଧ୍ୟମରେ ମା’ ମାନଙ୍କୁ ଏଥିପାଇଁ ସଚେତନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।  ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ ଅପଦୃଷ୍ଟି ଗରୀବ ଓ ଧନୀ ଊଭୟଙ୍କ ପାଖରେ ଦେଖା ଦେଇଥାଏ ।  ସନ୍ତୁଳିତ ଆହାର ଓ ସଠିକ ଜୀବନଚର୍ଯ୍ୟା ସଂପର୍କରେ ମା’ ମାନଙ୍କୁ ସଚେତନ କରାଇବାକୁ ସେ ଆହ୍ୱାନ ଦେବାସହ ଅସୁସ୍ଥ ଶିଶୁ ଓ ମା’ ସମାଜ ପାଇଁ ବୋଝ ସଦୃଶ ବୋଲି କହିଥିଲେ ।  ଜିଲ୍ଲା  ସମାଜ କଲ୍ୟାଣ ଅଧିକାରୀ ଅମିତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା  ମୁଖ୍ୟ ଚିକିତ୍ସାଧକାରୀ  ଡା. ରୁଦ୍ର ପ୍ରତାପ କର ନିଜ ବାଡିରେ ମିଳୁଥିବା ଶାଗ, ପନିପରିବା, ଚୁନା ମାଚ୍ଥ, ତନ୍ତୁ ଜାତୀୟ ଖାଦ୍ୟକୁ ବ୍ୟାପକ ବ୍ୟବହାର ସହ ଜଙ୍କ ପୁଂଡ୍ ଆଦୈା ବ୍ୟବହାର ନ କରିବାକୁ ପରାମର୍ଶ ଦେଇ ଏହାଦ୍ୱାରା ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ ବୋଲି କହିଥିଲେ ।  ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ  ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା  ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ, ପ୍ରୋଗ୍ରାମ ଅପିଂସର ମଞ୍ଜୁଳା ରଥ ସମସ୍ତ ସି.ଡି.ପି.ଓ., ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault