ହେଡଲାଇନସ୍:

ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଉଦ୍ଘାଟିତ : ଏକାସାଙ୍ଗରେ ଲୋକାର୍ପିତ ହେଲା ୯ଜିଲ୍ଲା ର ୪୧ଟି ପଏଣ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାର କଥା ରଖିବାକୁ ଉଦ୍ୟମ କରିଥିବା ଯୋଗୁ ସାଧୁବାଦ ଜଣାଇଲେ ବିରୋଧୀ ଦଳ ନେତା 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଉଦ୍ଘାଟିତ ହୋଇ ଯାଇଛି | ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୪୧ଟି ପଏଣ୍ଟ ଲୋକାର୍ପିତ କରିଛନ୍ତି | ୯ ଟି ଜିଲ୍ଲାରେ ଥିବା ପଏଣ୍ଟ ଗୁଡିକ ଦ୍ୱାରା ଦ୍ୱାରା ୫୦୦୦୦ ହେକ୍ଟର ଚାଷଜମି ଜଳସେଚିତ ହେବ | 

ଏହାକୁ ଉଦ୍ଘାଟନ କରିବା ଅବସରରେ ବିଭିନ୍ନ  ପଏଣ୍ଟରେ ଉପସ୍ଥିତ ଲୋକଙ୍କୁ ଉଦ୍ବୋଧନ ଦେଇ  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷ ପାଇଁ ଜଳସେଚନର ଭୂମିକା ଗୁରୁତ୍ୱପୂର୍ଣ | ୨୦୧୯ ସୁଦ୍ଧ| ରାଜ୍ୟ ସରକାର ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ୭ଲକ୍ଷ ହେକ୍ଟରକୁ ଜଳସେଚନ ଯୋଗାଇ ଦିଆଯାଇ ସାରିଲାଣି | ରାଜ୍ୟର ଉଚା ଜମି ଅଂଚଳରେ ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ଲୋକପ୍ରିୟ ହୋଇ ପାରିଛି | ସରକାରଙ୍କ ଏହି ଉଦ୍ୟମ ଯାଇ ରହିବ ଓ ୫ବର୍ଷରେ ଏହି ବାବଦରେ ୧୦ହଜାର ତାଙ୍କ ଖର୍ଚ ହେବ | 

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୁରାଣ କରିବା ପାଇଁ ପଦକ୍ଷେପ ନେଇଥିବା ଯୋଗୁ ସେ ସାଧୁବାଦ ଜଣାଇଥିଲେ | ବଲାଙ୍ଗୀର ଜିଲ୍ଲାରେ ଯେପରି ଅଧିକରୁ ଅଧିକ ଜଳସେଚନ ସୁବିଧା ହୋଇ ପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ବିରୋଧୀ ଦଳ ନେତା | 

ସୂଚନାଯୋଗ୍ୟ ଯେ ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଅନ୍ତର୍ଗତ ୨୩ ଜିଲ୍ଲାରେ ୧୯୯ ପ୍ରକଳ୍ପ ମାଧ୍ୟମରେ ୨.୮୬ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ ରଖାଯାଇଛି | 

0
0
0
s2sdefault