ହେଡଲାଇନସ୍:

ତେଲ ଦର ବିରୋଧରେ ବିଜେଡିର ଆନ୍ଦୋଳନ  ଲୋକ ଦେଖାଣିଆ, ଅସଲ କାରଣ ହେଉଛି ରାଜ୍ୟ ସରକାରଙ୍କୁ ଘାରିଛି ଧର୍ମେନ୍ଦ୍ର ପ୍ରଧାନ ଭୟ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଶାସକ ବିଜେଡି ତେଲ ଟାଙ୍କି ଆଗରେ ଧାରଣା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରୀ ତଥ୍ୟକୁ ନନେଇ କେବଳ ମିଥ୍ୟା ତଥ୍ୟ ଲୋକମାନଙ୍କ ଆଗରେ ରଖି ଓଡିଶାବାସୀଙ୍କୁ ବିଭ୍ରାନ୍ତି କରି ଚାଲିଛନ୍ତି । ତେଲ ଦର ବିରୋଧରେ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୟ ଘାରିଥିବାରୁ ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଶାସକ ବିଜେଡି ଏଭଳି ଡ୍ରାମା କରୁଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର  ଗୋଲକ ମହାପାତ୍ର କହିଛନ୍ତି । 

୨୦୧୪ ମସିହାରେ ତେଲ ଟିକସରୁ ରାଜ୍ୟ ସରକାର ୩୦୪୬ କୋଟି ଟଙ୍କା ଆଦାୟ କରୁଥିଲେ । ତାହା ଏବେ ବୃଦ୍ଧି ପାଇ ୬୯୩୦ କୋଟି ଟଙ୍କାରେ ପହଂଚିଛି । ରାଜ୍ୟ ସରକାର ତେଲରୁ କୋଟି କୋଟି ଟଙ୍କା ଟିକସ ଆଦାୟ କରୁଥିବାବେଳେ କେବଳ ଲୋକ ଦେଖାଣିଆ ଭାବେ ତେଲ ଟାଙ୍କି ଆଗରେ ପ୍ରତିବାଦ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା  । ରାଜ୍ୟସରକାର ୨୦୧୪ ମସିହାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୨୧ ପ୍ରତିଶତ ଟିକସ ନେଉଥିବା ସମୟରେ ଏବେ ୨୬ ପ୍ରତିଶତ ଟିକସ ନେଉଛନ୍ତି । ପଡୋଶୀ ରାଜ୍ୟ ତ୍ରିପୁରା ୧୩.୫ ପ୍ରତିଶତ ଟିକସ ଆଦାୟ କରୁଛି । ରାଜ୍ୟ ସରକାର ଟିକସ ଆଦାୟ କରି ରାଜ୍ୟ ରାଜକୋଷ ବୃଦ୍ଧି କରିଚାଲିଛନ୍ତି । ସେହିପରି ୨୦୧୭ ମସିହାରେ କେନ୍ଦ୍ରସରକାର ଏକ୍ସସାଇଜ ଡ୍ୟୁଟି ଉପରେ ୨ ଟଙ୍କା ଛାଡ କରିଥିଲେ । ଏହା ସତ୍ୱେ ରାଜ୍ୟସରକାର ରୋଜଗାର କମିଯିବା ସହ ୧ ଟଙ୍କା ୩୬ ପଇସା କ୍ଷତି ସହୁଛନ୍ତି ବୋଲି ରାଜ୍ୟ ଅର୍ଥ ମନ୍ତ୍ରୀ ସୂଚନା ଦେଇଥିଲେ । ଆଜିର ଦିନରେ ରାଜ୍ୟସରକାର ପେଟ୍ରୋଲ ଲିଟର ପିଛା ୧୫.୪୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୫.୩୩ ଟଙ୍କା ନିଜସ୍ୱ ଟିକସ ଆଦାୟ କରୁଛନ୍ତି । 

୨୦୧୪ ରୁ ୨୦୧୮ ଆର୍ଥିକ ବର୍ଷ ଭିତରେ ତୈଳ ଟିକସ ରାଜସ୍ୱରେ ୧୩୯.୮୩ ପ୍ରତିଶତ ବୃଦ୍ଧି ହୋଇଛିି ଏବଂ ଏହି ପରିମାଣ ସମଗ୍ର ରାଜ୍ୟ ରାଜସ୍ୱର ମୋଟ ୧୨ ପ୍ରତିଶତ ଅଟେ । ଯାହାକି ପୂର୍ବ ବର୍ଷ ତୁଳନାରେ ୪ ପ୍ରତିଶତ ଅଧିକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବାସ୍ତବରେ ରାଜ୍ୟସରକାର ତେଲ ଉପରେ ଟିକସ କମାଇବା ପାଇଁ କୌଣସି ପ୍ରକାରରେ ଆଗ୍ରହ ଦେଖାଉ ନାହାଁନ୍ତି । ରାଜ୍ୟସରକାର ଯଦି ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥାନ୍ତି ତେବେ ତୁରନ୍ତ ତେଲ ଉପରେ ଭାଟ କମ୍ କରନ୍ତୁ ଏବଂ ତୈଳଜାତ ଦ୍ରବ୍ୟକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ଜିଏସଟି କାଉନସିଲରେ ନେତୃତ୍ୱ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

0
0
0
s2sdefault