ହେଡଲାଇନସ୍:

ଓଡ଼ିଶା ଓବିସି ଅନ୍ୟାନ୍ୟ ରାଜ୍ୟଠାରୁ ଅଧିକ ଅବହେଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ୧୯୯୪ମସିହାରେ ଚାକିରୀ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୨୭% ଆରକ୍ଷଣ ସରକାରଙ୍କର ଅବହେଳାରୁ ଉପଲବ୍ଧ ହୋଇପାରୁନାହିଁ  । ରାଜ୍ୟରେ ବାସ କରୁଥିବା ୫୨ ପ୍ରତିଶତ ପଛୁଆବର୍ଗ ଚାକିରୀ କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆରକ୍ଷଣ ପାଉଛନ୍ତି  । ରାଜ୍ୟରେ ଶିକ୍ଷାନୁଷ୍ଠାନ ରେ ନାମଲେଖା ନିମନ୍ତେ ଓବିସିଙ୍କ ପାଇଁ ଆଦୌ ଆରକ୍ଷଣ ନାହିଁ  । ରାଜ୍ୟରେ ଓବିସି କମିଶନ କାର୍ଯ୍ୟକ୍ଷମ ନାହିଁ  । ସରକାର ଓବିସି ବର୍ଗିକରଣ ଉପରେ ଆଦୌ ଚିନ୍ତା କରୁନାହାଁନ୍ତି  । ଓଡ଼ିଶା ଓବିସି ଅର୍ଥ ଓ ବିକାଶ ନିଗମକୁ ଗତ ଦଶବର୍ଷ ହେବ କାର୍ଯ୍ୟକ୍ଷମ କରାଯାଉନାହିଁ  । ରାଜ୍ୟରେ ଓବିସି ବର୍ଗଙ୍କ ପାଇଁ ଆବାସିକ ଶିକ୍ଷାନୁଷ୍ଠାନ  ନାହିଁ  । ରାଜ୍ୟରେ ଓବିସି ଜନଗଣନା ହୋଇନାହିଁ  । ଆରକ୍ଷଣ ଜନିତ ସମସ୍ୟାର ସମାଧାନ ପାଇଁ ସରକାର ସର୍ବୋଚ୍ଚ କୋର୍ଟଙ୍କ ଆଦେଶାନୁସାରେ ଉଚିତ୍ ପଦକ୍ଷେପ ନେଉନାହାଁନ୍ତି  । ଏହି ସବୁ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଓଡ଼ିଶା ପଛୁଆବର୍ଗ ବିକାଶମଞ୍ଚ ଆସନ୍ତା ୧୦.୯.୨୦୧୮ରିଖରେ ଲୋୟର ପି.ଏମ୍.ଜି.ରେ ଧାରଣା, ପ୍ରତିବାଦ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ କରାଯିବ  । ପ୍ରାୟ ସକାଳ ୧୧ ଘଟିକା ସମୟରେ ରେଳ ଷ୍ଟେସନ୍ ସମ୍ମୁଖରୁ ରାଲି ବାହାରି ଲୋୟର ପିଏମ୍ଜିରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ମଞ୍ଚର କାର୍ଯ୍ୟକାରୀ ସଭାପତି ଶ୍ରୀ ଧୂଳେଶ୍ୱର ମାଣିଆ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି  । ଉକ୍ତ ସଭାରେ ପ୍ରାୟ ୧୫୦୦ରୁ ଊଦ୍ଧ୍ୱର୍ ଓବିସି ନେତୃବୃନ୍ଦ ଓ କର୍ମୀ ଯୋଗ ଦେବେ  ।  ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସାଧାରଣ ସମ୍ପାଦକ ସରୋଜ କୁମାର ବେହେରା ଓ କୋଷାଧ୍ୟକ୍ଷ ଶ୍ରୀଧର ଦାସ ଉପସ୍ଥିତ ଥିଲେ  । 

 

0
0
0
s2sdefault