ହେଡଲାଇନସ୍:

ବିଦ୍ୟା ସଂସ୍କାର ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ, ନୂତନ ଶିକ୍ଷା ବର୍ଷ ୨୦୨୩-୨୪ ଶୁଭାରମ୍ଭରେ ବିଦ୍ୟାରମ୍ଭ ସଂସ୍କାର ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ପିଲାମାନେ ଶୁଦ୍ଧବସ୍ତ୍ର ପରିଧାନ ହାତରେ ଫୁଲ , ଧୂପ , ଦୀପ ଧରି ବିଦ୍ୟାଳୟକୁ ଆସିଥିଲେ। ଏହି ଅବସରରେ ଗାୟତ୍ରୀ ପରିବାରର ଶ୍ରୀଯୁକ୍ତ ଉମାଚରଣ ପଟ୍ଟନାୟକ ତଥା କର୍ମକର୍ତ୍ତା ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ସହଯୋଗରେ ବିଦ୍ୟାଳୟରେ ଗାୟତ୍ରୀ ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା।
ଏଥିରେ ଅବିଭାବକ ଶ୍ରୀଯୁକ୍ତ ନାରାୟଣ ଚାନ୍ଦ୍ ଓ ଶ୍ରୀମତୀ ସ୍ମିତା ଚାନ୍ଦ୍ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଶିକ୍ଷା ବର୍ଷ ୨୦୨୨-୨୩ର ବାର୍ଷିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା।
ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।

0
0
0
s2sdefault