ଭୁବନେଶ୍ୱର ତା. ୨୭.୩- କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ସମ୍ବିଧାନ ବିରୋଧି କାର୍ଯ୍ୟ ଏବଂ ଦେଶର ଜାତୀୟ ସଂପତି କାହିଁକି ଜଣେ ବ୍ୟବସାୟୀଙ୍କ ହାତରେ ଟେକି ଦିଆଯାଉଛି ଏପରିକି ତାଙ୍କ ପରିବାର ଦ୍ୱାରା ବିଦେଶରେ ପରିଚାଳିତ ସେଲ କମ୍ପାନୀମାନଙ୍କ ଦ୍ୱାରା ଆଦାନୀ ଗ୍ରୁଫ ଅଫ କମ୍ପାନୀଜ୍ରେ ଯେଉଁ ୨୦ ହଜାର ଟଙ୍କ ବିନିଯୋଗ ହୋଇଛି ଏ ଟଙ୍କା କାହାର ଏ ପ୍ରଶ୍ନର ଉତର ଦେବା ପରିବର୍ତେ ରାହୁଲ ଗାନ୍ଧୀଙ୍କ ସଦ୍ୟସତା ପଦ ରଦ୍ଦ କରିବା ଏକବିଂଶ ଶତାବ୍ଦୀର ଗଣତନ୍ତ୍ର ପ୍ରତି ସବୁଠାରୁ ବଡ଼ ଉପହାସ ବୋଲି ଆଜି ଅଣବିଜେପି ଦଳମାନଙ୍କର ବୈଠକରେ ନେତୃବୃନ୍ଦମାନେ ଉଦ୍ବେଗ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏପଂ ପ୍ରସାଦ ହରିଚନ୍ଦନଙ୍କ ଆବାହକତ୍ୱରେ ଆଜି ଅଣବିଜେପି ଦଳମାନଙ୍କର ଭୁବନେଶ୍ୱରରେ ଏକ ବୈଠକ ବସିଥିଲା । ଏହି ବୈଠକରେ ସମସ୍ତ ଦଳର ନେତୃବୃନ୍ଦମାନେ ସ୍ଥିରକଲେ ଯେ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ସଂପର୍କ ଏବଂ ୨୦ ହଜାର କୋଟି ଟଙ୍କା କାହାର ଏବଂ ବିଦେଶରେ ପରିଚାଳିତ ସେଲକମ୍ପାନୀ ମାନଙ୍କର କାହିଁକି ଇଡି ଦ୍ୱାରା ତଦନ୍ତ କରାଯାଉ ନାହିଁ ଏସମସ୍ତ ପ୍ରସଙ୍ଗକୁ ନେଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ନେତୃତ୍ୱରେ ଆସନ୍ତା ଅପ୍ରେଲ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ଜୟଭାରତ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ।
ଏହି କାର୍ଯ୍ୟକ୍ରମରେ ସମସ୍ତ ସମଭାବାପନ୍ନ ଅଣବିଜେପି ଦଳର ନେତାମାନେ ଯୋଗଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଆଜିର ଏହି ବୈଠକରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ସିପିଆଇ,ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେର୍ଡଷ୍ଟାର), ଏନସିପି, ସମାଜବାଦିପାର୍ଟି, ଆରଜେଡି, ଆମଆଦିମପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇ,ଯେଏମଏମ ର ଶିର୍ଷ ନେତୃବୃନ୍ଦ ଓ କର୍ମକର୍ତା ସର୍ବଶ୍ରୀ ଅଭୟ ସାହୁ, ଆଶିଶ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁର ଜେନା, ଜ୍ୟୋତି ରଞ୍ଜନ ମହାପାତ୍ର, ଯୁଧିଷ୍ଠୀର ମହାପାତ୍ର, ପ୍ରମିଳା ବେହେରା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ୍ ଅବଦୁଲ ୱାଲି,ଶିବାଜୀ ମୌଲିକ ପ୍ରମୁଖ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ ।











