ହେଡଲାଇନସ୍:

ଓଡିଶା ସରକାର ଦୁର୍ବଳତାର ସୁଯୋଗ ନେଇ ଆନ୍ଧ୍ରର ଦାଦାଗିରି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଗଜପତି ଜିଲ୍ଲା (ଓଡିଶା) ଜାଗାରେ ଆନ୍ଧ୍ରର ବେଆଇନ ରାସ୍ତା ନିର୍ମାଣ : ଘଟଣାସ୍ଥଳରେ  ଜିଲ୍ଲା ପ୍ରଶାସନ ଅଧିକାରୀ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣିପେଣ୍ଠା ପଞ୍ଚାୟତର ଖିଙ୍ଗା ଗ୍ରାମକୁ ସୀମାନ୍ତ ଭିତରେ ଆନ୍ଧ୍ର ବେଆଇନ ଭାବେ ଅନୁପ୍ରବେଶ କରି ରାସ୍ତା ନିର୍ମାଣ କାର୍ଯ୍ୟ ଚଲାଇଛି । ଏହି ଘଟଣା ପ୍ରଘଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଏବଂ କାଶୀନଗର ସହକାରୀ ତହସିଲଦାର ଆୟୁବ ମଣ୍ଡଳ ପ୍ରମୁଖ ଘଟଣାସ୍ଥଳକୁ ଭିନ୍ନ ଭିନ୍ନ ଭାବେ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଠିକାଦାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଖିଙ୍ଗା ଗ୍ରାମ ଗଜପତି ଜିଲ୍ଲାର ଗୋବିନ୍ଦପୁର ମୌଜାରେ ରହିଛି ଏବଂ ଏହି ମୌଜାରେ ଅନୁପ୍ରବେଶ କରି ଆନ୍ଧ୍ରର ତାମରାପେଟା ଠାରୁ ସୌରା ସିଧାମଡଙ୍ଗ ପର୍ଯ୍ୟନ୍ତ ପ୍ରାୟ ୬କିମି ଦୂରତା ରାସ୍ତାରେ ମୋରମ ମାଟି ଓ ମେଟେଲ ପକାଇ ରୋଲର ମେସିନ ଯୋଗେ ରାସ୍ତାନିର୍ମାଣ କରାଯାଉଛି । ଜିଲ୍ଲା ପ୍ରଶାସନ ଏହା ଜାଣିବା ପରେ ସେଠାକୁ ଯାଇ କିଛି ଦିନ ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରାଇ ସେଠାରେ ଓଡିଶାର ସୀମା ନିଦ୍ଧାରଣ କରାଇ ଅନୁପ୍ରବେଶ ଦଣ୍ଡନୀୟ ବୋଲି ଏକ ସୂଚନା ଫଳକ ଲଗାଇଛନ୍ତି । ହେଲେ ଏହି ସୂଚନା ଫଳକୁ ଅଣଦେଖା କରି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏଠାରେ ସୁଚନା ଯୋଗ୍ୟ ଯେ ଆନ୍ଧ୍ର ତାମରପେଟା ଠାରୁ ଓଡିଶାର ସୌରା ସିଦ୍ଧାମଡଙ୍ଗ ଗ୍ରାମ ମଧ୍ୟରେ ପ୍ରାୟ ୫/୬ ଗ୍ରାମର ୩ହଜାର ଉଦ୍ର୍ଧ୍ୱ ଲୋକେ ଏହି ରାସ୍ତା ଉପରେ ନିର୍ଭର । ଏଠାରେ ପିଚୁରାସ୍ତାର ଆବଶ୍ୟକତା ରହିଛି । ହେଲେ ଓଡିଶା ସରକାର ଗଜପତି ଜିଲ୍ଲା ପ୍ରଶାସନର କୌଣସି ଅନୁମତି ନନେଇ ବେଆଇନ ଭାବେ ଓଡିଶା ଜାଗା ଭିତରେ ଅନୁପ୍ରବେଶ କରି ରାସ୍ତା ନିର୍ମାଣ କରିବା ଅତ୍ୟନ୍ତ ବେଆଇନ ଓ ଆଇନ ଉଲଙ୍ଘନ କାର୍ଯ୍ୟ ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଗ୍ରାମର ଇସ୍ରାଏଲ ନିଲାପୁ, ଅଟୋ ଡ୍ରାଇଭର ଏମ୍‍ ରାମୁ, ବି,ୟୁସୁପ ପ୍ରମୁଖ କହିଛନ୍ତି ଯେ ଲୋକଙ୍କ ଯାତାୟତର ବିଶେଷ ସୁବିଧା ପାଇଁ ରାସ୍ତା ହେବା ଦରକାର । ଯେଉଁ ସରକାର ହେଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ କଲେ ଲୋକଙ୍କ ସବୁ କ୍ଷେତ୍ରରେ ଉପଯୋଗୀ ହୋଇପାରିବ । ହେଲେ ଏହା ସିମାନ୍ତରେ ଥିବା ଯୋଗୁଁ ଉଭୟ ରାଜ୍ୟର ସହମତି ଥାଇ ଏହା ହେବା ଆବଶ୍ୟକ ବୋଲି କହିଥିଲେ । ଉପ ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ କହିଛନ୍ତି ଯେ ଆନ୍ଧ୍ରର ତାମରପେଟା ଗ୍ରାମରୁ ଓଡିଶାର ସୌରାସିଦ୍ଧାମଡଙ୍ଗ ଯେଉଁ ୬କିମି ଦୂରତା ରାସ୍ତା ରହି ଏହାର ମିଝିଭାଗର ୨ଗୋଟି ପଏଣ୍ଟ ଠାରେ ଓଡିଶାର ୨୦୦ମିଟର ଏବଂ ୧୫୦ମିଟର ଜାଗା ରହିଛି । ଗତ ବର୍ଷ ଏଥି ପାଇଁ ବିବାଦୀୟ ଦେଖାଦେବା ପରେ ଗଜପତି ଓ ଆନ୍ଧ୍ର  ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସୀମା ନିଦ୍ଧାରଣ କରି ଖୁଣ୍ଟ ପୋତା ହୋଇଥିଲା । କିଛି ଦିନ ପରେ ଆନ୍ଧ୍ର ପକ୍ଷରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବା ଜାଣି ଆମେ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିଲୁ । ସେଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛୁ ।

0
0
0
s2sdefault