ହେଡଲାଇନସ୍:

ନୁଆଁଖାଇ ପାଇଁ ୧୮ ତାରିଖ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ସ୍ଥଗିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଶାସନର ଅନୁରୋଧକୁ ଚାଷୀକୁଳ ଦେଲା ସମ୍ମାନ  , ପ୍ରତିଶ୍ରୁତି ନରଖିଲେ ତୀବ୍ରତର ହେବ ଆନ୍ଦୋଳନ

ଝାରବନ୍ଧ-ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକରେ ଦୀର୍ଘ ଦଶ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଦୄଷ୍ଟିରେ ରଖି ସାମୟିକ ଭାବରେ ସ୍ଥଗିତ କରାଯାଇଛି ।ଗତ ୨୦୧୭ ଖରିଫ ୠତୁରେ ଚାଷୀମାନେ ମରୁଡ଼ିର ସମ୍ମୁଖୀନ ହୋଇଥିଲେ ,ଉକ୍ତ ସମୟରେ ଫସଲକାଟ କରି କ୍ଷୟକ୍ଷତି ଆକଳନ କରାଯାଇ ବୀମାରାଶି ଘୋଷଣା କରାଯାଇଥିଲା।ହେଲେ ଏ.ସି.ଏଫ ନିୟମ ଲାଗୁକରି ପ୍ରାୟ ୫୦ ପ୍ରତିଶତ ବୀମାରାଶି କାଟି ଦେଇଛନ୍ତି । ବ୍ଳକର ୧୪ଗୋଟି ଗ୍ରାମପାୟତରୁ ୭ଗୋଟି ଗ୍ରାମପଞ୍ଚାୟତର ବୀମାରାଶି ଉକ୍ତ ନିୟମ ନିୟମ ଦ୍ବାରା କଟାଯାଇଥିବା ସୂଚନା ମିଳିଛି । ଏହାର ପ୍ରତିବାଦ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।ପ୍ରଥମେ ବ୍ଳକର ସମସ୍ତ ବ୍ୟାଙ୍କ କରିବା ପରେ ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ବନ୍ଦ କରି ରାଜ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଥିଲେ ।ବ୍ୟାଙ୍କ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ଯୋଗୁଁ ଝାରବନ୍ଧ ରେ ଅଚଳାବସ୍ଥା ପରିଲକ୍ଷିତ ହୋଇଥିଲା । ଚାଷୀ ରାଜରାସ୍ତାକୁ ଓହ୍ଲାଇ ଟାୟାର ଜାଲି ରାସ୍ତା ଅବରୋଧ କରିଥିଲେ। ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରକାର ,ଝାରବନ୍ଧ ବ୍ଳକ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡାଆନ୍ଦୋଳନକାରିଙ୍କ ସହ ଆଲୋଚନା କରିଥିଲେ ଏବଂ ୦୮/୦୯/୨୦୧୮ ଦିନ ଏ ବିଷୟରେ ଭୂବନେଶ୍ୱରରେ ଉଚ୍ଚ ସ୍ତରୀୟ ବୈଠକ ହେବାର ଥିବା ସୂଚନା ଦେଇଥିଲେ ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ କୁ ଆଖି ଆଗରେ ରଖି ଆସନ୍ତା ୧୮/୦୯/୨୦୧୮ ପର୍ଯ୍ୟନ୍ତ ସାମୟିକ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ । ଅପରପକ୍ଷରେ ଚାଷୀ ମାନେ ଏହି ଅନୁରୋଧକୁ ରକ୍ଷାକରିଥିଲେ କିନ୍ତୁ ଚାଷୀଙ୍କ ପୂର୍ବ ଘୋଷିତ ବୀମାରାଶି ପ୍ରଦାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରରୁପ ନେବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚାଷୀ ସଙ୍ଗଠନ ସୂଚନା ଦେଇଛନ୍ତି ।ଏହି ଆନ୍ଦୋଳନ କୁ ସଙ୍ଗଠନର ସଭାପତି ବିଦ୍ୟୁତ ରଞ୍ଜନ ପ୍ରଧାନ,ବିନୋଦ ବିହାରୀ ବାଗ,ସନ୍ତୋଷ ବେହେରା, ଅଶୋକ ସାହୁ,ନରେନ୍ଦ୍ର ପ୍ରଧାନ,ଦୀପକ ପାଣିଗ୍ରାହୀ,ଭୋଜରାଜ ବାଗ,ପ୍ରମୋଦ କୁମାର ରାୟ,ମାନଭଂଜନ ବେହେରା,ଧୄବଚରଣ ହାତୀ,ବଳରାମ ଖମାରୀ,ଗୋବିନ୍ଦ ପଟେଲ,ରାମକୃଷ୍ଣ ପ୍ରଧାନ, ଦୁର୍ଗାପ୍ରସାଦ ଅଗ୍ରୱାଲ,ମୀନା ବାଗ,ପରମାନନ୍ଦ ସେଠ ପ୍ରମୁଖ ଆନ୍ଦୋଳନର ନେତୄତ୍ବ ନେଇଥିଲେ ।

0
0
0
s2sdefault