ଭଦ୍ରକ-୩୧/୩/୨୩-ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଳା କଂଗ୍ରେସ ସଭାପତି ସୁବ୍ରତ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଗଣେଶ୍ୱର ବେହେରା ବକ୍ତବ୍ୟ ରଖି କହିଛନ୍ତି ଯେ ଦେଶରେ ଗଣତନ୍ତ୍ର ବିପନ୍ନ ହୋଇଛି,ସମ୍ବିଧାନ ର ଉଲଂଘନ ହେଉଛି ଓ ବ୍ୟକ୍ତି ସ୍ୱାଧୀନତା ଉପରେ କୁଠାରଘାତ କରାଯାଉଛି।ସଂସଦରେ ସାଂସଦ ମାନଙ୍କୁ ନିଜର ମତ ରଖିବାର ଅଧିଜାରରୁ ବଞ୍ଚିତ କରାଯାଉଛି।କେନ୍ଦ୍ର ମୋଦି ସରକାର ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦି ସତ୍ୟ ର ସାମ୍ନା କରିବାକୁ ଭୟ କରୁଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ମୋଦି-ଆଦାନୀ ସମ୍ପର୍କରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ ହଠାତ କେନ୍ଦ୍ର ସରକାର ସରବ୍ୟ କରିଛନ୍ତି।ସେ ନିର୍ଦ୍ଧିଷ୍ଟ ଭାବରେ ପଚାରିଥିଲେ ଯେ ଆଦାନୀ ସେଲ କମ୍ପାନୀ ମାନଙ୍କରେ ବିନିଯୋଗ ହୋଇଥିବା ୨୩ ହଜାର କୋଟି ଟଙ୍କା ପୁଞ୍ଜି କେଉଁଠୁ ଆସିଛି ? ଏହି ପ୍ରଶ୍ନ ଉପରେ ମୋଦି ନିରବ କାହିଁକି ? ମୋଦିଙ୍କ ତରଫରୁ ତାଙ୍କ ମନ୍ତ୍ରୀମାନେ ଏହି ପ୍ରଶ୍ନ ର ଉତ୍ତର ନ ଦେଇ ଏଜତରଫା ଭାଷଣବାଜି କରୁଛନ୍ତି କାହିଁକି ?
ଜେପିସି ତଦନ୍ତକୁ ପ୍ରଧାନମନ୍ତ୍ରୀ ଡରୁଛନ୍ତି କାହିଁକି ? ମୋଦି- ଆଦାନୀ ମହା କେଳେଙ୍କାରୀର ପରଦାଫାସ ହେତୁ ରାହୁଲ ଗାନ୍ଧୀଙ୍କ ଉପରେ ଗୋଟିଏ ପରେ ଗୋଟିଏ ସଡ଼ଯନ୍ତ୍ର ରଚନା କରି ଚାଲିଛନ୍ତି।ପ୍ରଥମେ ସଂସଦରେ ତାଙ୍କ ବକ୍ତବ୍ୟକୁ ବିବରଣୀରୁ ବାଦ ଦେବା ଦୂତୀୟ ରେ ସଂସଦ ବାହାରେ ରଖିଥିବା ବକ୍ତବ୍ୟ ପାଇଁ କ୍ଷମାପାର୍ଥନା କରିବାକୁ ଦାବି କରିବା ଓ ତୃତୀୟ ରେ ସଂସଦରେ ତାଙ୍କୁ କହିବାକୁ ସୁଯୋଗ ନ ଦେବା ଘଟଣାରୁ ବିଜେପି ର ଆକ୍ରୋଶ ରାଜନୀତି ସ୍ପଷ୍ଟ ପ୍ରମାଣିତ ହେଉଛି।କଂଗ୍ରେସ ଏହାର ଦୃଡ଼ ନିନ୍ଦା କରୁଛି।
ସଂସଦରୁ ରାହୁଲ ଗାନ୍ଧୀଙ୍କୁ ଚକ୍ରାନ୍ତ କରି ଅଯୋଗ୍ୟ ଘୋଷଣା କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୁର୍ଣ୍ୟ ମାନସିକତା ପରିଚୟ ଦେଉଛି।ଫେବୃଆରୀ ୨୭ ରୁ ମାର୍ଚ୍ଚ ୨୩ ଏକ ମାସରୁ କମ ସମୟ ମଧ୍ୟରେ ସୁରଟ କୌର୍ଟ ଶୁଣାଣି କରି ରାୟ ଦେବା ଓ ଏପରି ଏକ ମାନହାନି ମକୋଦମା ରେ ସର୍ବାଧିକ ୨ ବର୍ଷର ଜେଲଦଣ୍ଡ ଦେବା ପଛରେ ଏକ ଅଭିସନ୍ଧି ଲୁଚି ରହିଛି ବୋଲି ଦେଶର ସର୍ବତ୍ର ଆଲୋଚିତ ହେଉଛି।ତେବେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏଥିରେ ଭୟଭୀତ ନ ହୋଇ ସତ୍ୟର ଉଦଘାଟନ ତଥା ଦେଶବାସୀଙ୍କ ଗଣତନ୍ତ୍ରର ଅଧିଜାରର ସୁରକ୍ଷା ପାଇଁ ନିରବଛିନ୍ନ ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ବେହେରା ଚେତାଇ ଦେଇଛନ୍ତି।
ଓଡ଼ିଶା ବିଜେଡି କେନ୍ଦ୍ର ବିଜେପି ସରକାରର ଗଣତନ୍ତ୍ର ତଥା ସମ୍ବିଧାନ ଉପରେ ଚଳାଇଥିବା ଆକ୍ରମଣ ପ୍ରତି ଆଖି ବୁଜିଦେବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ବେହେରା ପ୍ରତିକ୍ରିୟା ରଖିଛନ୍ତି।
ରାହୁଲ ଗାନ୍ଧୀ ଙ୍କ ବେଆଇନ ସଭ୍ୟପଦ ରଦ୍ଧ ଘଟଣାର ପ୍ରତିବାଦରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦେଶରେ ବ୍ଲକ,ଜିଲ୍ଲା ଓ ରାଜ୍ୟ ସ୍ତରରେ ଏପ୍ରିଲ ମାସ ତମାମ "ଜୟ ଭାରତ ସତ୍ୟାଗ୍ରହ" ଆନ୍ଦୋଳନ କରାଯିବ ବୋଲି ପିସିସି ପକ୍ଷରୁ କଂଗ୍ରେସ ନେତା ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି।
ଏହି ସମ୍ମିଳନୀରେ ଶ୍ରୀ ଦାସ ଘୋଷଣା କରିଥିଲେ ଯେ ଭଦ୍ରକ ଜିଲ୍ଲା କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସହ ସବୁବେଳେ ରହିଛି ଓ ରହିବ ଏବଂ ପିସିସିର ପ୍ରତ୍ୟେକ ଆନ୍ଦୋଳନ କୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ନଳିନୀ ମହାନ୍ତି,ସବିତା ଚାନ୍ଦ,ସତ୍ୟବାନ ଦାଶ,ଗୋଲକ ବେହେରା ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି ହୋଇଛି-କଂଗ୍ରେସ
- Hits: 248











