ହେଡଲାଇନସ୍:

ମନମୋହନଙ୍କ ଜିଲ୍ଲାରେ ବିଜେଡିର ମୋର୍ଚ୍ଚା ସମ୍ଭାଳିବେ ଧୂରୀଣ ପ୍ରତାପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି l

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ): ଆମେ କହୁଛୁ ସେହି ଦରଦୀ ବିଶାଳ ହୃଦୟ କରିତକର୍ମା ବରିଷ୍ଟ ନେତା ପ୍ରତାପ ଜେନା ଙ୍କ କଥା l ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଶ୍ୱକର୍ମା ବିଧାୟକ ପ୍ରତାପ ଜେନା ଙ୍କୁ ଆଜି ବିଜୁ ଜନତା ଦଳ ପକ୍ଷରୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରଯାଇଛି ଯାହାପାଇଁ ଆଜି ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ସେହି ବରିଷ୍ଟ ନେତା ପ୍ରତାପ ଜେନାଙ୍କ ରାଜନୈତିକ ଜୀବନ ଆରମ୍ଭ ହୁଏ ୧୯୮୫ ମସିହା ଛାତ୍ର ବୟସରୁ । ପ୍ରଥମେ ବିଜ୍ଞାନ ବିଭାଗର ସମ୍ପାଦକ ଭାବେ ରାଜନୈତିକ ଜୀବନ ଆରମ୍ଭ କଲାପରେ ୧୯୯୦-୯୧ ମସିହାରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ର ଛାତ୍ର ସଂଘର ସଭାପତି ଭାବେ ମନୋନିତ ହୋଇଥିଲେ । ୧୯୯୨ ରୁ ୨୦୦୨ ମସିହାରେ ରାଜ୍ୟ ଛାତ୍ର ଜନତା ଦଳ ସଭାପତି ଭାବେ ଜନତା ଦଳରୁ ବିଜୟ ଲାଭ କରି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ବହନ କରିଥିଲେ । ଏପରିକି ପ୍ରଥମ କରି ୨୦୦୦ ମସିହାରେ ଜନତା ଦଳ ପକ୍ଷରୁ ଶ୍ରୀଯୁକ୍ତ ପ୍ରତାପ ଜେନା ବିଧାନସଭା ନିର୍ବାଚନରେ କିଶନନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ପାଦ ଥାପିଥିଲେ ଏବଂ ବିରୋଧୀ ଦଳକୁ ୧୭ ହଜାର ୬୯୫ ଖଣ୍ଡ ଭୋଟ ଅନ୍ତରରେ ପରାଜୟ କରି ବିଜୟ ଲାଭ କରିଥିଲେ । ପୁନର୍ବାର ୨୦୦୪ ମସିହା ବିଧାନସଭା ନିର୍ବାଚନ ରେ କିଶନନଗର ନିର୍ବାଚନ ମଣ୍ଡଳୀ ରୁ ଦ୍ୱିତୀୟବାର ବିଧାୟକ ଭାବେ ବିରୋଧୀ ଦଳକୁ ୨୪ ହଜାର ୭୬୮ ଖଣ୍ଡ ଭୋଟ ଅନ୍ତରରେ ପରାଜୟ କରି ବିଜୟ ର ଟୀକା ପିନ୍ଧି ପାରିଥିଲେ ଶ୍ରୀ ଜେନା । ତେବେ ଏହି କିଶନନଗର ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ବିକାସମୁଖୀ ବିଧାୟକ ଭାବେ ଲୋକମାନଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରି ଶ୍ରୀ ଜେନା ଜଣେ ଲୋକପ୍ରିୟ ବିଧାୟକ ଭାବେ ସାରା ନିର୍ବାଚନ ମଣ୍ଡଳୀରେ ପରିଚିତ ହୋଇପାରିଥିଲେ । ଯେଉଁଥିପାଇଁ ଏବେ ବି ମଧ୍ୟ କିଶନନଗର ନିର୍ବାଚନ ମଣ୍ଡଳବାସୀ ବିଧାୟକ ପ୍ରତାପ ଜେନାଙ୍କ ଗାଥା ଗାଉଥିବାର କଥାକୁ ଏଡାଇ ଦିଆଯାଇନପାରେ । ସେହିପରି ଭାବେ ଶ୍ରୀ ଜେନା ପୁର୍ନବାର ତୃତୀୟଥର ପାଇଁ ୨୦୦୯ ମସିହାରେ ସଂସ୍କୃତିସମ୍ପର୍ଣ୍ଣ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚନ ଲଢ଼ି ୨୯ ହଜାର ୨୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିରୋଧୀ ଙ୍କୁ ପରାଜୟ କରି ବିଜୟ ଲାଭ କରିଥିଲେ । ଶ୍ରୀ ଜେନା ବିଜୟ ଲାଭ କଲାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ ସମର୍ଥନ ବଳରେ ଓଡିଶା ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ "ବିଦ୍ୟାଳୟ ଓ ଗଣଶିକ୍ଷା" ବିଭାଗ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସମଗ୍ର ରାଜ୍ୟ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶୈକ୍ଷିକ ବିକାଶ କରିପାରି ସୁନାମ ଅର୍ଜନ କରିପାରିଥିଲେ । ପୁର୍ନବାର ୨୦୧୪ ମସିହାରେ ୪ର୍ଥ ଥର ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ୨୭ ହଜାର ୮୭୪ ଖଣ୍ଡ ଭୋଟ ଅନ୍ତରରେ ବିରୋଧୀ ଙ୍କୁ ହରାଇ ବିଜୟ ଲାଭ କରିଥିଲେ । ଯାହାଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ରେ ଜଣେ ବିଜୟୀ ଓ ଶୁଭଙ୍କର ନେତା ଭାବେ ସାରା ଓଡ଼ିଶାରେ ପରିଚିତ ହୋଇପାରିଥିଲେ । ୨୦୧୭ ମସିହାରେ ଓଡିଶା ସରକାରଙ୍କ ମନ୍ତ୍ରୀମଣ୍ଡଳ ରେ ସ୍ୱାସ୍ଥ୍ୟ ,ପରିବାର କଲ୍ୟାଣ ଏବଂ ଆଇନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ, ୨୦୧୮ ମସିହାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ପୁର୍ନବାର ଲଗାତାର ଭାବେ ୨୦୧୯ ମସିହାରେ ୫ମ ଥର ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ଙ୍କ ପ୍ରତି ମାହାଙ୍ଗା ନିର୍ବାଚନ ମଣ୍ଡଳୀବାସୀ ଜନସାଧାରଣଙ୍କ ଆଶୀର୍ବାଦ ଓ ଭଲପାଇବା ଅତି ଉଚ୍ଚକୋଟୀର ରହିଥିବାରୁ ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ସ୍ୱଚ୍ଛ, ନିର୍ମଳ ଶାସନରେ ୨୯ ହଜାର ୫୮୫ ଖଣ୍ଡ ଭୋଟ ବ୍ୟବଧାନ ରେ ବିରୋଧୀ ଦଳକୁ ପରାସ୍ତ କରି ବିଜୟଲାଭ କରି ଜଣେ ଲୋକପ୍ରିୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା:- ପଞ୍ଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଭାବେ ପ୍ରତାପ ଜେନା ଦାୟିତ୍ୱ ତୁଲାଇ ଆସୁଛନ୍ତି । ଯାହାଫଳରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ବିକାଶମୂଳକ କାର୍ଯ୍ୟମାନ କରି ନବୀନ ପଟ୍ଟନାୟକଙ୍କ ଶାସନ ରେ ବିଜୁ ଜନତା ଦଳ ପାଇଁ ଜଣେ ସୁନାମଧନ୍ୟ, ଶୁଭଙ୍କର, ଲୋକପ୍ରିୟ ମନ୍ତ୍ରୀ ଭାବେ ପରିଚିତ ହୋଇପାରିଲେ । ଏପରିକି ସମଗ୍ର ଓଡ଼ିଶାରେ ୧ନଂ ମନ୍ତ୍ରୀ ଭାବେ "Fame India Best Minister Award" ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସମର୍ଦ୍ଧିତ ହୋଇଥିଲେ । ଯାହାପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନାମକୁ ସାରା ଓଡ଼ିଶାରେ ଗର୍ବିତ କରିପାରିଥିଲେ । ତେବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ୫ ଥର ବିଧାୟକ ଭାବେ ବିଜୟ ଲାଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ ସମର୍ଥନ ବଳରେ ରାଜ୍ୟ ମନ୍ତ୍ରୀ ମଣ୍ଡଳୀର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଆସିଛନ୍ତି । ଆଉ ଜଣେ ଶୁଭଙ୍କର, ଲୋକପ୍ରିୟ ,ବିକାସମୁଖୀ ମନ୍ତ୍ରୀ ଭାବେ ବିଜୁ ଜନତା ଦଳ ପାଇଁ ସୁନାମ ଆଣି ପାରିଛନ୍ତି । 2022 ରେ ମଧ୍ୟ 7 ଜିଲ୍ଲା ର ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇଥିଲେ ବିଜେଡି ସଭାପତି | ସମ୍ପ୍ରତି ବିଜେପି ରାଜ୍ୟ ସଙ୍ଗଠନରେ ପରିବର୍ତ୍ତନ ପରେ ପରିବର୍ତ୍ତିତ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଭଦ୍ରକ ଜିଲ୍ଲା ବିଜେଡି ସଂଗଠନ ମଜଭୁତ କରିବା ଦାୟିତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ନୂତନ ପର୍ଯ୍ୟବେକ୍ଷକ ଭାବେ ବିଧାୟକ ପ୍ରତାପ ଜେନାଙ୍କୁ ନିଯୁକ୍ତ କରାଯାଇଥିବାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଜନସାଧାରଣ ଏବଂ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ବିଧାୟକଙ୍କୁ ଶୁଭେଚ୍ଛା ଜଣାଯାଇଛି l

0
0
0
s2sdefault