କେନ୍ଦୁଝର,ତା୧୪/୧୧- କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲରେ ଦୁଇ ମାସ ତଳେ ଦନ୍ତା ହାତୀ ଆକ୍ରମଣରେ ଆହତ ହୋଇଥିବା ମାଖନା ହାତୀର ଚିକିତ୍ସା କରାଯାଉଛି,ବନ ବିଭାଗର ଏକ ସ୍ବତନ୍ତ୍ର ଚିକିତ୍ସାକାରୀ ଦଳ ଟ୍ରାଙ୍କୁଲାଇଜିଙ୍ଗ୍ କରିବା ସହିତ ଚିକିତ୍ସା କରିଛନ୍ତି। ତେଲକୋଇ ରେଞ୍ଜ ଦେଉଳଡିହା ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗାଁ ନିକଟସ୍ଥ ଏକ ପାହାଡ଼ ତଳେ ପ୍ରଥମେ ମାଖନା ହାତୀକୁ ଟ୍ରାଙ୍କୁଲାଜିଙ୍ଗ୍ ଦ୍ବାରା କାବୁ କରାଯିବା ପରେ ଚିକିତ୍ସା କରାଯାଇଛି। ପୂର୍ବରୁ ବିଭିନ୍ନ ସମୟରେ ଖାଦ୍ୟରେ ଔଷଧ ଦେଇ ଚିକିତ୍ସା କରାଯାଉଥିଲା କିନ୍ତୁ ଅନ୍ୟ ଦନ୍ତା ଆକ୍ରମଣରେ ମାଖନାର ଆଗ ବାମ ଗୋଡ଼ରେ ଓ ଅନ୍ୟାନ୍ୟ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। କିଛି ଦିନ ତଳେ ପୁଣି ଦନ୍ତା ହାତୀ ଆକ୍ରମଣରେ ମାଖନା ଆହତ ହୋଇଥିଲା ଏବଂ ଆହତ ଅବସ୍ଥାରେ ଏଣେତେଣେ ଘୁରି ବୁଲୁଥିଲା।ଦୁଇ ମାସ ହେଲାଣି ବନ ବିଭାଗର ଏକ ସ୍ବତନ୍ତ୍ର ଦଳ ଗତିବିଧି ଉପରେ ନଜର ରଖିଥିବା କେନ୍ଦୁଝର ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି। ଏବେ ଚିକିତ୍ସାକାରୀ ଦଳରେ ଏସିଏଫ ଡାକ୍ତର ସୁଦୀପ୍ତ କୁମାର ପଣ୍ଡା,ଏସଟିଆର ଭିଏଏସ ଡାକ୍ତର ଅଭିଳାଷ ଆଚାର୍ଯ୍ୟ,କେନ୍ଦୁଝର ଡବ୍ଲୁଟିଆଇ ଭିଏଏସ ଡାକ୍ତର ବ୍ରଜରାଜ ଯାଦବ,ଶିମିଳିପାଳ ଡବ୍ଲୁଟିଆଇ ଭିଏଏସ ଡାକ୍ତର ଜୁୟେଲ,ଶିରିଗିଡା ଭିଏଏସ ଡାକ୍ତର ଅଭିଷେକ ନାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଆହତ ମାଖନା ହାତୀର ଚିକିତ୍ସା କରିଛନ୍ତି।ମାଖନା ସ୍ବାଭାବିକ ଭାବେ ଖାଦ୍ୟ ଖାଇବା ସହିତ ଆହତ ଅବସ୍ଥାରେ ଚଳପ୍ରଚଳ କରୁଛି,ଏହାର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି।ତେବେ ଅନ୍ୟ ଦନ୍ତାହାତୀ ଆକ୍ରମଣରୁ ସୁରକ୍ଷିତ ରହିଲେ ଏହା ଖୁବଶୀଘ୍ର ସୁସ୍ଥ ହୋଇଯିବା କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି।
ରାଜ୍ୟ
ଆହତ ମାଖନା ହାତୀକୁ ଟ୍ରାଙ୍କୁଲାଜିଙ୍ଗ୍ କରି ଚିକିତ୍ସା କଲା ବନବିଭାଗ।।
- Hits: 6











