ପୁରୀ (ଅନିମେଶ ପଟ୍ଟନାୟକ ): ସ୍ଥାୟୀ ବିକାଶ ଲକ୍ଷ୍ୟ ବା ସସ୍ଟେନେବଲ୍ ଡେଭେଲ୍ପମେଣ୍ଟ ଗୋଲ ସମ୍ପର୍କରେ ଏକ ବିଜ୍ଞାନ ପ୍ରଦର୍ଶନୀ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୫୧ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଏହାକୁ ଉଦଘାଟନ କରିବା ସହ ନିରନ୍ତର ବିକାଶ ଲକ୍ଷ୍ୟ ରେ ଏହି ପ୍ରକଳ୍ପ ଗୁଡିକ ସହଯୋଗ କରିପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ପିଲା ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଓ ଦକ୍ଷତା ରହିଛି । ଏହି ଭଳି ପ୍ରଦର୍ଶନୀ ତାହାର ପରିପ୍ରକାଶ ଦିଗରେ ସହାୟକ ହେବ ବୋଲି ସେ କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱିତୀକାନ୍ତ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ ।
ରାଜ୍ୟ
ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ
- Hits: 5











