-
ରୂପାନ୍ତରିତ ହେବ ରାଜ୍ୟର ୧୦ ହଜାର ପ୍ରାଥମିକ ବିଦ୍ୟାଳୟ
-
ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ ସ୍କୁଲ୍ କ୍ଲବ୍
-
ଛାତ୍ରଛାତ୍ରୀଙ୍କୁ ଅନୁପ୍ରେରିତ କରିବାକୁ ଆରମ୍ଭ ହେବ ପ୍ରେରଣାଦାୟକ ବକ୍ତୃତା ସିରିଜ୍
ଭୁବନେଶ୍ୱର,:ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ସରକାର ଶିକ୍ଷାକ୍ଷେତ୍ରରେ ବ୍ୟାପକ ପୁଞ୍ଜି ବିନିଯୋଗ କରିଛନ୍ତିା ସ୍କୁଲ୍ ଭିତ୍ତିଭୂମି ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତିା ବିଦ୍ୟାଳୟ ରୂପାନ୍ତରୀକରଣ ଦ୍ୱାରା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ହୋଇଛିା ରାଜ୍ୟ ସରକାର, ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ସରକାରୀ ସ୍କୁଲର ଶୈକ୍ଷିକ ବାତାବରଣରେ ଅଭୂତପୂର୍ବ ପରିବର୍ତ୍ତନ ଅଣାଯାଇଛିା "ମୋ ସ୍କୁଲ୍ ଅଭିଯାନ' ଏହି ଦିଗରେ ଉଲ୍ଲେଖନୀୟ ସହଯୋଗ ଯୋଗାଇ ଦେଇଛିା ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି "ମୋ ସ୍କୁଲ୍ ଅଭିଯାନ' ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ କହିଛନ୍ତିା
ସୋମବାର ଅନୁଷ୍ଠିତ "ମୋ ସ୍କୁଲ'ର ୧୦ମ ପରିଚାଳନା ପରିଷଦ ବୈଠକକୁ ସମ୍ବୋଧିତ କରି ଶ୍ରୀମତୀ ବାଗ୍ଚୀ କହିଥିଲେ, ମୋ ସ୍କୁଲର ସଫଳତାର ଗାଥା ପ୍ରତି ବିଦ୍ୟାଳୟ ଓ ଗାଁରେ ପହଞ୍ଚିଛିା ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀ କେବଳ ମୋ ସ୍କୁଲ୍ ସମ୍ପର୍କରେ ଜାଣୁନାହାନ୍ତି, ବରଂ ଏହାର ସଫଳତାକୁ ମଧ୍ୟ ଅନୁଭବ କରୁଛନ୍ତିା ବିକଶିତ ଭିତ୍ତିଭୂମିର ସୁବିଧା ପାଉଛନ୍ତିା
ଉଚ୍ଚ ବିଦ୍ୟାଳୟଗୁିକର ସଫଳ ରୂପାନ୍ତରୀକରଣ ପରେ ଏବେ ୧୦ହଜାର ପ୍ରାଥମିକ ବିଦ୍ୟାଳୟର ନବୀକରଣ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛିା ସ୍ଥାନୀୟ କର୍ପୋରେଟ୍ ଓ ଶିଳ୍ପ ସଂସ୍ଥଗୁଡ଼ିକର ସିଏସ୍ଆର୍ ପା=ି ସହାୟତା ଓ ପୁରାତନ ଛାତ୍ରଛାତ୍ରୀଙ୍କ ସାହାଯ୍ୟରେ ଏହି ସ୍କୁଲ୍ଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବା ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍କୁଲ୍ଗୁଡ଼ିକର ଭିତ୍ତିଭୂମିର ତଦାରଖ କରାଯାଇ ସ୍କୁଲ୍ ଚୟନ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମନୋନୀତ ବିଦ୍ୟାଳୟଗୁଡ଼ିକର ସାମଗ୍ରୀକ ବିକାଶ କରାଯିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବା ଆଭ୍ୟନ୍ତରୀଣ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶରେ ଏହା ବିଶେଷ ସହାୟକ ହେବା ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ତୃଣମୂଳସ୍ତରରେ "ମୋ ସ୍କୁଲ' ଉକ୍ତ ବିଦ୍ୟାଳୟଗୁଡିକର ପ୍ରକଳ୍ପ ଅଗ୍ରଗତି, କାର୍ଯ୍ୟକାରିତା ଆଦି ତଦାରଖ କରିବା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ଥି ଏସ୍. ଯୋଗଦେଇ କହିଲେ ମୋ ସ୍କୁଲ ଅଧୀନରେ ହେଉଥିବା ପ୍ରକଳ୍ପଗୁଡ଼ିକର ତଦାରଖର ଆବଶ୍ୟକତା ରହିଛିା ସ୍କୁଲ୍ ଓ ରାଜ୍ୟସ୍ତରରେ ବ୍ୟାପକ ସମୀକ୍ଷା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ ପ୍ରତି ଜିଲ୍ଲାରେ "ସ୍କୁଲ୍ କ୍ଲବ୍'ର ସୁପରିଚାଳନା ପାଇଁ ଏକ ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ୟାଡର୍ ଗଠନ କରିବାକୁ ପରିଚାଳନା ପରିଷଦ ବୈଠକରେ ଆଲୋଚନା କରାଯାଇଥିଲାା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କ୍ଲବ୍ଗୁଡ଼ିକ କାର୍ଯ୍ୟ କରିବା ସହ ବିଭିନ୍ନ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମର ପରିଚାଳନା କରିବୋ ଏହି ପ୍ରସ୍ତାବକୁ ପ୍ରଶଂସା କରିବା ସହ ଶ୍ରୀମତୀ ବାଗ୍ଚୀ ଏକବିଂଶ ଶତାବ୍ଦୀର ଦକ୍ଷତା ବିକାଶର ଉପାଦାନଗୁଡ଼ିକୁ "ଛାତ୍ରକ୍ଲବ୍' ମାଧ୍ୟମରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲୋ
ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ହାଉସ୍ ସିଷ୍ଟମ୍କୁ କାର୍ଯ୍ୟକ୍ଷମ କରିବା ଦିଗରେ ମୋ ସ୍କୁଲ୍ ଅଭିଯାନ ସମସ୍ତ ସହଯୋଗ ଯୋଗାଇଦେବା ଆକାଂକ୍ଷୀ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ଖ୍ୟାତନାମା ତଥା ସଫଳ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରେରଣାଦାୟକ ବକ୍ତୃତା ସିରିଜ୍ର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛିା ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେୟୁଟ୍ୟìବ୍ରେ ପ୍ରସାରିତ ହେବା
ବୈଠକରେ "ମୋ ସ୍କୁଲ୍' ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲୋ "ମୋ ସ୍କୁଲ୍ ଅଭିଯାନ' ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲୋ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଖୋର୍ଦ୍ଧା ଏଡିଏମ୍ ଶ୍ରୀ ଏସ୍.ଏମ୍ ପ୍ରଧାନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ତରାଇ, "ମୋ ସ୍କୁଲ୍ ଅଭିଯାନ'ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମଣିପ୍ରସାଦ ମିଶ୍ରଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲୋ











