ହେଡଲାଇନସ୍:

ଆଇ ପି ଏଲ ଢାଞ୍ଚାରେ ବି ପି ଏଲ : ଅନ୍ୟ ଅଧିକାରୀ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଙ୍କର ଅଧୀନରେ ସି ଆର ସି ସି ଭାବରେ କାର୍ଯରତ ଯୁବ ଶିକ୍ଷକ ଦିବସ କୁମାର ସାହୁ ତାଙ୍କର ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନେକ ପ୍ରକାର ଗଠନ ମୂଳକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ପାଠ ପଢା ସହିତ ଗ୍ରାମାଞ୍ଚଳର ଛୁଆ ମାନଙ୍କର ଭିତରେ କେମିତି ଖେଳକୁଦ , ସ୍ୱାସ୍ଥ୍ୟ, ପରିବେଶ ଦେଶଭକ୍ତି ସମାଜସେବୀ ସ୍ୱଚ୍ଛତା ଆଦି ଦିଗରେ ଛୁଆ ମାନେ ମନ ବଳାଇବେ ସେଥିପ୍ରତି ପ୍ରସାୟ ମଧ୍ୟ ଚଳେଇ ଥାନ୍ତି । ତାଙ୍କ ଦ୍ୱାରା ଛୁଆ ମାନଙ୍କ ପାଇଁ କରାଯାଇଥିବା ପ୍ରତ୍ୟେକ ଟି କାମ ଅନ୍ୟ ଅଧିକାରୀ ମାନଙ୍କ ପାଇଁ ଶିକ୍ଷଣୀୟ । ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ଛୁଆ ମାନଙ୍କୁ ନେଇ ନିଜ କ୍ଲସ୍ଟର ରେ ଆଇ ପି ଏଲ ଢାଞ୍ଚାରେ କ୍ରିକେଟ ମେଚ ର ଆୟୋଜନ କରି ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦିବସ ।
ପ୍ରାପ୍ତ ସୁଚନା ଅନୁସାରେ ବୈତାଳି ସିଆରସିସି ଦିବସ କୁମାର ସାହୁ ବର୍ତ୍ତମାନ ଏକ ଅଭିନବ ପ୍ରୟାସ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ନିଜ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟରେ ଥିବା କ୍ରୀଡ଼ା ପ୍ରତିଭାମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ କ୍ଲଷ୍ଟର ସ୍ତରୀୟ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛନ୍ତି ଯାହାକି ଅନ୍ତର୍ଜାତୀୟ ସ୍ତରରେ ହେଉଥିବା କ୍ରିକେଟ ଖେଳ ଭଲିଆ ହେଇ ସମସ୍ତଙ୍କ ମନ ମୋହିଥିଲା।
ରାଷ୍ଟ୍ରୀୟ ଯୁବଶକ୍ତି କ୍ରିକେଟ ପଡ଼ିଆ,ବୈତାଳିରେ ଆୟୋଜିତ ଏକ କ୍ଲଷ୍ଟର ପ୍ରିମିୟର ଲିଗ ରେ ସର୍ବମୋଟ ୯ ଟି ଦଳ ଭାଗ ନେଇଥିଲେ, ସେମାନଙ୍କ ନାମ କିଛି ଏଭଳି ଥିଲା ଅମଠି ଆଭେଞ୍ଜର୍ସ,ରୟାଲ ଚ୍ୟାଲେଞ୍ଜର୍ସ ବୈତାଳି,ଡ୍ରିମ କିଲର୍ସ ଧନେଶ୍ୱର, ରାଇଜିଙ୍ଗ ଷ୍ଟାର୍ସ ତୁମୁରିପାଣି, ସାଇଲେଣ୍ଟ କିଲର୍ସ ସଂକ୍ରି, ପାୱାର ହିଟର୍ସ ପୁଟୁକିଡୁଙ୍ଗୁରି,ସନଦାଦର ସୁପରଷ୍ଟାର୍ସ,ଡୁଙ୍ଗୁରିଚଢା ଡେୟାର ଡେଭିଲସ ଏବଂ ରୟାଲ ଟାଇଗର୍ସ ଟୁହୁଙ୍ଗିଦାଦର।
ଏହି କାର୍ଯ୍ୟକ୍ରମର ଉଦଘାଟନି ଉତ୍ସବରେ ଝାରବନ୍ଧ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ସାହୁ,ଅମଠି ପଞ୍ଚାୟତ ସମିତି ସଭ୍ୟ ହେମାନନ୍ଦ ଚୌଧୁରୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ଏହାପରେ ଲିଗ ମ୍ୟାଚ ଗୁଡିକ ଆରମ୍ଭ ହୋଇଥିଲା ଏଥିରେ ବିଜୟ ଲାଭ କରି ୪ ଟି ଦଳ ସେମି ଫାଇନାଲ କୁ ଯାଇଥିଲେ।ପ୍ରଥମ ସେମି ଫାଇନାଲ ରୟାଲ ଚ୍ୟାଲେଞ୍ଜର୍ସ ବୈତାଳି ଏବଂ ଅମଠି ଆଭେଞ୍ଚର୍ସ ମଧ୍ୟରେ ହୋଇଥିଲା ଯେଉଁଥିରେ ଅମଠି ଆଭେଞ୍ଚର୍ସ ପ୍ରଥମ ଦଳ ଭାବେ ଫାଇନାଲକୁ ଯାଇଥିଲା ଦ୍ଵିତୀୟ ସେମି ଫାଇନାଲରେ ରୟାଲ ଟାଇଗର୍ସ ଟୁହୁଙ୍ଗିଦାଦର ଏକ ରୋମାଞ୍ଚକର ମ୍ୟାଚରେ ପାୱାର ହିଟର୍ସ ପୁଟୁକିଡୁଙ୍ଗୁରି କୁ ହରାଇ ଫାଇନାଲରେ ପହଞ୍ଚି ଥିଲେ।
ଏହାପରେ ସେମି ଫାଇନାଲରେ ବିଜୟଲାଭ କରିଥିବା ଉଭୟ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେଇଥିଲା ଯେଉଁଥିରେ ଅମଠି ଆଭେଞ୍ଜର୍ସ ଦଳ ରୟାଲ ଟାଇଗର୍ସ ଟୁହୁଙ୍ଗିଦାଦରକୁ ହରେଇ ବୈତାଳି କ୍ଲଷ୍ଟର ପ୍ରିମିୟର ଲିଗ ର ପ୍ରଥମ ସଂସ୍କରଣର ବିଜେତା ଘୋଷିତ ହୋଇଥିଲେ।
ଏହି ଟୁର୍ଣ୍ଣାମେଣ୍ଟର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲେ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ରୀମାନେ ଯେଉଁମାନେ ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନୃତ୍ୟ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

ବରଗଡ଼ ଜିଲ୍ଲାରେ ଝାରବନ୍ଧ ବ୍ଲକକୁ ଏକ ଉପାନ୍ତ ଅଞ୍ଚଳ ଭାବେ ପରିଗଣିତ କରାଯାଉଥିବା ବେଳେ ସେହି ଅଞ୍ଚଳରେ ବୈତାଳି କ୍ଲଷ୍ଟର ର ସିଆରସିସି ଭାବେ କାମ କରୁଥିବା ଶ୍ରୀ ଦିବସ କୁମାର ସାହୁଙ୍କ ଏଭଳି ନିଆରା ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି।ସେ ତାଙ୍କ କାର୍ଯ୍ୟ ମାଧ୍ୟମରେ ପ୍ରମାଣ କରି ଦେଖେଇ ଦେଖେଇଛନ୍ତି ଯେ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସବୁକିଛି ସମ୍ଭବ ହୋଇପାରିବ।

0
0
0
s2sdefault