ହେଡଲାଇନସ୍:

  ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ସ୍ୱଛତା ଉପରେ ଗୁରୁତ୍ୱ  ଦେବା ଉଚିତ : ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ବିତରଣ 

ଜଗତସିଂହପୁର :  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟସ୍ୱଚ୍ଛ  ବିଦ୍ୟାଳୟ ପୁରସ୍ଖାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ୟାମିନୀ ଷଡଙ୍ଗୀ କହିଲେ ସ୍ୱଛ  ଭାରତ ମିଶନ ମାଧ୍ୟମରେ ସ୍ୱଛ  ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯାଉଛି । ଶୈାଚାଳୟ ପରିସ୍କାର ରଖିବା,ପରିବେଶକୁ ସ୍ୱଛ ରଖିବା ଆମର କର୍ତ୍ତବ୍ୟ । ରାଜ୍ୟ ସରକାର “ସ୍ୱଛ  ଓଡିଶା,ସୁସ୍ଥ ଓଡିଶା” କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଛତା ଉପରେ ଗୁରୁତ୍ୱ ଦେଇଛନ୍ତି । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ସ୍ୱଛତା ଉପରେ ଗୁରୁତ୍ୱ  ଦେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ ଯୋଗଦେଇ କହିଲେ ବିଦ୍ୟାଳୟ ଗୁଡିକ ସ୍ୱଛତା ପାଇଁ  ପ୍ରାଧାନ୍ୟ ଦେବେ । ବିଭିନ୍ନ ମାନଦଣ୍ଡକୁ ଆଧାର କରି ବିଦ୍ୟାଳୟ ଗୁଡିକୁ ମନୋନିତ କରାଯାଇଛି ଓ ସେମାନଙ୍କୁ ପୁରସ୍କୃତ କରାଯାଉଛି । ଆଗାମୀ ଦିନରେ ଅନ୍ୟ ବିଦ୍ୟାଳୟ ଗୁଡିକ ସ୍ୱଛତା ପାଇଁ ଅନୁପ୍ରାଣୀତ ହେବେ । ଏହି ସଭାରେ ସଭାପତିତ୍ୱ କରି ଜିଲ୍ଲା ପ୍ରକଳ୍ପ ସଂଯୋଜକ,ସର୍ବଶିକ୍ଷା ଅଭିଯାନ ଶ୍ରୀ ସପନ କୁମାର ଜେନା କହିଲେ ସ୍ୱଛତା ରହିଲେ ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ ସ୍ୱାସ୍ଥ୍ୟ ଠିକ୍ ରହିଲେ ସଂପର୍କ ଠିକ୍ ରହିବ । ସ୍କୁଲ ଏକମାତ୍ର ମାଧ୍ୟମ ଯେଉଁଠାରୁ ସ୍ୱଛତା ଆଭିଯାନ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କବ୍ୟବହାର ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଶୈାଚାଳୟ ନିର୍ମାଣ କରାଯାଇଛି । ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ଯୋଗଦେଇ କହିଲେ ପ୍ରତ୍ୟେକ ବିଦ୍ୟାଳୟରେ ଶୁଦ୍ଧ ପାନୀୟ ଜଳ,ସୁସ୍ଥ ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସଂପର୍କୀୟ ସଚେତନତା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକାନ୍ତ ଆବଶ୍ୟକତା । ଶୁଦ୍ଧ ପାନୀୟ ଜଳ,ପରିସ୍କାର ପରିଛନ୍ନ ପରିବେଶ ଏବଂ ଶୈାଚାଗାର ରହିଲେ  ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟରେ  ଉପସ୍ଥିତ ରହି ଉତ୍ତମ ଶିକ୍ଷା ଲାଭ କରିପାରିବେ । ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଶୈାଚାଳୟର ଆବଶ୍ୟକତା ରହିଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଶାରିରୀକ ସୁସ୍ଥ ରହିବା ସହିତ ଉତ୍ତମ ଶୈଖିକ ବାତାବରଣ ସୃଷ୍ଟି ହୋଇପାରିବ । ଜଗତସିଂହପୁରରେ ଦିଲ୍ଲୀ ପବ୍ଲିକ ସ୍କୁଲ,ପାରାଦ୍ୱୀପ ଜଗତସିଂହପୁର ତଥା ରାଜ୍ୟର ଏକମାତ୍ର  ବିଦ୍ୟାଳୟ ଭାବେ ସ୍ୱଛ ବିଦ୍ୟାଳୟ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଅଛି । ଦିଲ୍ଲୀ ପବ୍ଲିକ ସ୍କୁଲର ଅଧକ୍ଷଙ୍କୁ ଜିଲ୍ଲାପାଳ ଶ୍ରୀମତୀ ୟାମିନୀ ଷଡଙ୍ଗୀ ପୁରସ୍କୃତ କରିଥିଲେ । ଏହି ଅବସରରେ ୪୪ଟି ବିଦ୍ୟାଳୟକୁ ସ୍ୱଛ ବିଦ୍ୟାଳୟ ପୁରସ୍କାର ୨୦୧୭-୧୮ବର୍ଷ ପାଇଁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ଏହି ସଭାରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault