ହେଡଲାଇନସ୍:

ବିରଳ ଗ୍ରେ ହେରନ ପକ୍ଷୀ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର:କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଇବୋଲ ପଞ୍ଚାୟତ ର କୋରିଆପାଳ ଗ୍ରାମ ଠାରେ ଏକ ବିରଳ ଗ୍ରେ ହେରନ ପକ୍ଷୀ ଉଦ୍ଧାର ହୋଇଯାଇଛି l ସୂଚନା ଅନୁସାରେ ଗତକାଲି ରାତିରେ ପକ୍ଷୀ ଟି ପଶ୍ଚିମାଝଡ଼ ପ୍ରଭାବ ରେ ଆସି ଆକାଶ ରୁ ତଳକୁ ଖସି ପଡି ଗ୍ରାମପାଖ ଏକ ବିଲ ରେ ଖସିପଡିଥିଲା l ସକାଳୁ ଗ୍ରାମବାସୀ ମାନେ ପକ୍ଷୀ ଟିକୁ ଦେଖି ତୁରନ୍ତ ଚିକିତ୍ସା କରିବା ସହ ବନବିଭାଗ କୁ ଖବର ଦେଇଥିଲେ l ଖବର ପାଇ ବିରାଶାଳ ଫରେଷ୍ଟ କର୍ମଚାରୀ ମାନେ ପହଞ୍ଚି ପକ୍ଷୀ ଟିକୁ ଉଦ୍ଧାର କରି କଙ୍କଡାହାଡ଼ ପ୍ରାଣୀ ଚିକିତ୍ସାଅଧିକାରୀ ଙ୍କ ନିକଟ କୁ ନେଇଥିଲେ l ପରେ କଙ୍କଡାହାଡ଼ ପ୍ରାଣୀ ଚିକିତ୍ସିକ ଙ୍କ ସାହାଯ୍ୟରେ ପକ୍ଷୀ ଟିକୁ କାମାକ୍ଷାନଗର ଅଣାଯାଇ ଏକ୍ସରେ କରାଯାଇ ତାହାର ଗୋଡ଼ ଭାଙ୍ଗି ଯାଇଥିବା ଜଣା ପଡିଥିଲା l ପରେ ପକ୍ଷୀ ଟିର ଗୋଡ଼ କୁ ବ୍ୟାଣ୍ଡେଜ କରାଯାଇ ବନ ବିଭାଗ କୁ ହସ୍ତାନ୍ତର କରାଯାଇଛି l ପକ୍ଷୀ ଟିର ଆନୁମାନିକ ବୟସ ପାଞ୍ଚ ବର୍ଷ ରୁ ଛଅ ବର୍ଷ ହେବ ବୋଲି ଜଣାପଡିବା ବେଳେ ଏହି ପକ୍ଷୀ ସାଧାରଣତଃ ଆଫ୍ରିକା, ଏସିଆ, ଅଧିକ ଭାବରେ ଦେଖାଯାଉଥିବା ନେଇ ଜଣାପଡିଛି l

0
0
0
s2sdefault