ହେଡଲାଇନସ୍:

ଟଙ୍କା  ଦେଲେ ଭୂମିହୀନଙ୍କୁ ମିଳିବ ଜମି !!!!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ

କନ୍ଧମାଳ : ଘୁ ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷଙ୍କ ନାମରେ ଭୂମି ହୀନ ହିତାଧିକାରୀ ଆଣିଲେ ଗୁରୁତର ଅଭିଯୋଗ | ଭୂମିହୀନକୁ ଜମି ଯୋଗାଇଦେବା ପାଇଁ ୫୦୦୦୦ରୁ ଲକ୍ଷେ ତାଙ୍କ ଦାବି କରିଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ | ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେଇଥିବା ଜଣାଇଛନ୍ତି ହିତାଧିକାରୀ ମାନେ | ଅଧ୍ୟକ୍ଷ ତାଙ୍କ ଲୋକ ପଠାଇ ଉପରୋକ୍ତ ପରିମାଣର ଅର୍ଥ ନଦେଲେ ଜମି ଦିଆଯିବ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି | ଏପରିକି ଏ ତାଙ୍କ କେବଳ ଅଧ୍ୟକ୍ଷ ନୁହନ୍ତି ତହସିଲଦାରଙ୍କ ପର୍ଯ୍ୟନ୍ତ ଯିବ  ବୋଲି ସେମାନେ କହିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀମାନେ |  ହେଲେ ସତ କଣ ମିଛ କଣ ଆଗକୁ ଜଣାପଡିବ  |ଏହାକୁ ନେଇ ଏବେ ଘୁ ଉଦୟଗିରିରେ ଚର୍ଚ୍ଚା ଜୋର ଧରିଛି | ଏ ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ | 

0
0
0
s2sdefault