ହେଡଲାଇନସ୍:

ପରଜଙ୍ଗ ରେ ବିଜେଡି ର ମହିଳା ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ

ପରଜଙ୍ଗ/କାମାକ୍ଷାନଗର/ରିତେଶ ବ୍ରହ୍ମା --- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ପାଣିପଞ୍ଚାୟତ ରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ମାସେ ବ୍ୟାପି ଚାଲିଥିବାବେଳେ ଆଜି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ନିର୍ବାଚନ ମଣ୍ଡଳୀର ଉଦୀୟମାନ ବିଜୁ ଜନତା ଦଳର ସଂଗଠକ ତଥା ଯୁବ ନେତା ଅସିତ କୁମାର ରାୟ ଚୌଧୁରୀ
ଙ୍କ ଅଧକ୍ଷତା ରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ମହିଳା ସମାବେଶ କରାଯାଇଅଛି,ଆଜିର ଏହି ମହିଳା ସମାବେଶର ମୁଖ୍ୟ ଅତିଥି ଡାକ୍ତର ନୃସିଂହ ଚରଣ ସାହୁ ଯୋଗଦେଇ ବିଜୁବାବୁଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅପ୍ରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି !! ଉକ୍ତ କାଯ୍ୟକ୍ରମ ଜିଲ୍ଲାପରିଷଦ ଉପାଧକ୍ଷା ତଥା ବିଜୁ ମହିଳା ସଭାନେତ୍ରୀ ବିଳାସିନୀ ସେଠୀ ତଥା ,ପରଜଙ୍ଗ ବ୍ଲକ ୧ଜୋନ ଜିଲ୍ଲାପରିଷଦ ସଦସ୍ୟା ରୁନୁ ବର୍ମା,୨ଜୋନ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ,କଙ୍କଡ଼ାହାଡ଼ ୨ଜୋନ ଜିଲ୍ଲାପରିଷଦ ସଦସ୍ୟା ରୀନା ହେସା,ଜିଲ୍ଲା ବିଜୁ ମହିଳା ଉପ ସଭାନେତ୍ରୀ ସିଷ୍ଟର ନିବେଦିତା ,ବିଜୁ ମହିଳା ଜିଲ୍ଲା ସମ୍ପାଦିକା ମମତା ପାଣି,ଜିଲ୍ଲା ସମ୍ପାଦିକା ମମତା ଜେନା,ବିଜୁ ମହିଳା ସଭାନେତ୍ରୀ ଦ୍ରୌପଦୀ ମୁର୍ମୁ,ସରପଞ୍ଚ ଗାୟତ୍ରୀ ମହାପାତ୍ର,ବିଦ୍ୟାଭାରତୀ ସିଂହ,ନର୍ମଦା ନାୟକ,ସସ୍ମିତା ସାହୁ,ସସ୍ମିତା ସାହୁ,କଙ୍କଡାହାଡ ବ୍ଲକର ନାରୀନେତ୍ରୀ ପ୍ରିୟଙ୍କା ପରିଡା,ବିଜେଡି ବ୍ଲକ ସଭାପତି କୃଷ୍ନଚନ୍ଦ୍ର ମହାନ୍ତି ସଭାପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ
କଙ୍କଡ଼ାହାଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ସରପଞ୍ଚ ତାପସ ପାଣି,ଛାତ୍ର ବିଜେଡ଼ି ସଭାପତି ଶାନ୍ତନୁ କୁମାର ସାହୁ,ପରଜଙ୍ଗ ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପରଜଙ୍ଗ ବ୍ଲକ ଆତ୍ମା ଅଧକ୍ଷ ଅକ୍ଷୟ ବେହେରା,ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପ୍ରେମାନନ୍ଦ ସାହୁଙ୍କ ସମେତ ,ନିର୍ବାଚିତ ଜନପ୍ରତିନିଧି ଓ ଶତାଧିକ ମହିଳା କର୍ମୀ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ,ଧୂପ ଦୀପ ପ୍ରଜ୍ବଳନ କରିଥିଲେ ।ନବୀନ ବାବୁଙ୍କ ମହିଳା ସଶକ୍ତିକରଣ ବିଷୟରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।

0
0
0
s2sdefault