ହେଡଲାଇନସ୍:

୨୦୨୪ ନିର୍ବାଚନ ଏମିତି ହେବ, ଯାହାକି କେବେ ଆଗରୁ ହେଇନଥିଲା - ବିଜୟ ମହାପାତ୍ର l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରସିଦ୍ଧ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ କୃପା ଲାଭ କରିବା ପାଇଁ ବରିଷ୍ଠ  ରାଜନୀତିଜ୍ଞ ବିଜୟ କୁମାର ମହାପାତ୍ର ଅଚାନକ ଗସ୍ତ କରିଥିଲେ l ଅଚାନକ ଗ୍ରସ୍ତ କରିବା ଅବସରରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହିତ ନେମାଳ ପୀଠର ବିକାଶ ପାଇଁ ଆଲୋଚନା କରିଥିଲେ l ଏପରିକି  ରାଜ୍ୟ ରାଜନୀତି ରେ 2024 ନିର୍ବାଚନ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ଏବଂ ଗ୍ରୀଷ୍ମ ଋତୁ ଆସୁଥିବାରୁ ଆଗାମୀ ଦିନରେ ଲୋକମାନେ ନାନା ସମସ୍ୟା ର ସମୁଖୀନ ହେବେ ଯାହା ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରକାଶ କରିଥିଲେ l ବରିଷ୍ଟ ନେତା ଶ୍ରୀ ମହାପାତ୍ର ଙ୍କ ସହ ତାଙ୍କ ସୁପୁତ୍ର ତଥା ଯୁବନେତା ଅରବିନ୍ଦ ମହାପାତ୍ର, ବରିଷ୍ଟ ନେତା ପ୍ରଭାତ କେଶରୀ ମିଶ୍ର, ଅଶୋକ ମିଶ୍ର ଙ୍କ ସମେତ ବହୁ କର୍ମୀମାନେ ଉପସ୍ଥିତ ରହିଥିଲେ l

0
0
0
s2sdefault