ହେଡଲାଇନସ୍:

କୃଷିକ୍ଷେତ୍ର ରେ ଆହୁରି ସମୃଦ୍ଧ ଓ ସଶକ୍ତ ହେବ ଭଟଲି :- ବିଧାୟକ ଶ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଷୀ ମାନଙ୍କ ପାଇଁ ଖୋଲାହେବ ଆହୁରି 52 ଶହ ଗଭୀର ନଳକୂପ

ବରଗଡ :- ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ଅନେକ ଯୋଜନା କରିବା ସହିତ ତୃଣମୂଳ ସ୍ତରରେ କୃଷକ ଭାଇ ମାନେ ତାର କେମିତି ଦୁଫଳ ପାଇ ନିଜର ସ୍ଥିତି ସୁଦୃଢ କରିବେ ସେଥିପାଇଁ ବରାବର ପଦକ୍ଷେପ ଗ୍ରହଣ କରୁଛନ୍ତି । ଚଳିତ ବର୍ଷର ବଜେଟ ଦେଖିଲେ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୃଷି ପାଇଁ ବ୍ୟୟ ବରାଦ ଡେର ଅଧିକ ରହିଛି । ଅଣ ଜଳସେଚିତ ଚାଷ ଜମିରେ ପାଣିର ସୁବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ବିଜୁ କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ ଗଭୀର ନଳକୂପ ଖୋଲା ଯାଇ ଜଳସେଚନ ର ବ୍ୟବସ୍ଥା କରାଯାଉଛି । ଏହି ଯୋଜନାରେ ମାନ୍ୟବର ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରଶଂସନୀୟ ପ୍ରୟାସ କାରଣରୁ ଭଟଲି ନିର୍ବାଚନ ମଣ୍ଡଳୀରେ ଚଳିତ ବର୍ଷ ଆହୁରି 5200 ଗଭୀର ନଳକୂପ ଖନନ କରିବାର ଅନୁମୋଦିତ ହୋଇଛି । ଏହି ପର୍ଯାୟର ଖନନ ପାଇଁ ଆଜି ମାନ୍ୟବର ବିଧାୟକ ଶ୍ରୀ ସିଂ ସୋହେଲା ବ୍ଲକର ଲେଖାପଥର ନିକଟସ୍ଥ ଡୁମ୍ବେରପାଲି ଗ୍ରାମରେ ଗଭୀର ନଳ କୂପ ଖନନର ଶୁଭାରମ୍ଭ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ବିଧାୟକଙ୍କ ପ୍ରାୟସ ରେ ଭଟଲି ନିର୍ବାଚନ ମଣ୍ଡଳୀରେ ଚାଷୀ ଭାଇ ମାନଙ୍କର ସୁବିଧା ପାଇଁ ସଫଳତାର ସହିତ ପ୍ରାୟ 22500 ଗଭୀର ନଳକୂପ ଖନନ କରାଯିବା ସହିତ ଏହି ନଳକୂପ କୁ ଉର୍ଜା ପ୍ରଦାନ କରାଯିବା ପାଇଁ 5625 ଗୋଟି ଟ୍ରାନ୍ସଫର୍ମର ର ବ୍ୟବସ୍ଥା କରାଯାଇଛି । ଏହା ସହିତ ଭଟଲି ନିର୍ବାଚନ ମଣ୍ଡଳୀର 327 ଗୋଟି ଗ୍ରାମରେ ବିଦ୍ୟୁତ ସରବରହକୁ ଠିକ କରିବା ପାଇଁ 725 ଗୋଟି ନୂତନ ଟ୍ରାନ୍ସଫର୍ମର ଲଗାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଚାଷ କାମ ଓ ସାଧାରଣ ବ୍ୟବହାର ପାଇଁ ଆବଶ୍ୟକ ପଡୁଥିବା ବିଜୁଳି ସରବରହ ଠିକ କରିବା ପାଇଁ ବିଧାୟକ ଙ୍କର ପ୍ରୟାସ କ୍ରମ ଭଟଲି ନିର୍ବାଚନ ମଣ୍ଡଳୀର ଘେଁସ ଓ ଭଟଲି ବ୍ଲକର ଗ୍ରୀଣ୍ଡଲା ଠାରେ ଦୁଇ ଗୋଟି 133/33 ର ଗ୍ରୀଡ଼ ସହିତ ଘେସଁ , ଦସମାଇଲ , ଉଡେପାଲି ଛକ, ରାଇଶୋଭ , କମଗାଁ , ଅମ୍ବାଭନା , କାନ୍ଦପଳା, ଆଦି ସାତ ଗୋଟି ସ୍ଥାନରେ 33/11କେଭି ର ଗ୍ରୀଡ଼ ସ୍ଥାପନ କରାଯାଇଛି । ଏହା ସହିତ ସୋହେଲା ହୀରପାଲି, ଭଟଲି ବ୍ଲକ ନୂଆଗଡ଼ ଓ ଅମ୍ବାଭନା ର ଉତ୍ତମ ଠାରେ ଆହୁରି ତିନିଗୋଟି ଗ୍ରୀଡ଼ ପାଇଁ ଅନୁମୋଦନ ମିଳି ସାରିଛି । ଖୁବଶୀଘ୍ର ଏହି ସବୁର କାମ ଆରମ୍ଭ ହେବ ।
ପୂର୍ବରୁ ଭଟଲି ନିର୍ବାଚନ ମଣ୍ଡଳୀରେ ମାତ୍ର ତିନି ଗୋଟି ଗ୍ରୀଡ଼ ଥିବାବେଳେ ଶ୍ରୀ ସିଂ ବିଧାୟକ ହେବା ପରେ ତାଙ୍କର ପ୍ରୟାସ କ୍ରମେ ଗ୍ରୀଡ଼ ସଂଖ୍ୟା ବୃଦ୍ଧି ପାଇ 12 ରେ ପହଁଚିଥିବା ବେଳେ ଆହୁରି ତିନିଗୋଟି ର ନିର୍ମାଣ କାର୍ୟ୍ଯ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି , ସେହି ଭଳି ଜଳସେଚନ କ୍ଷେତ୍ରରେ ଦେଖିବାକୁ ଗଲେ 2009 ପୂର୍ବରୁ ମାତ୍ର ହାତ ଗଣତି କିଛି ଗଭୀର ନଳକୂପ ଥିବାବେଳେ ବର୍ତ୍ତମାନ ଏହାର ସଂଖ୍ୟା 22 ହଜାର ରୁ ଉର୍ଦ୍ଧ୍ବ । ଚଳିତ ବର୍ଷ ହେବାକୁ ଥିବା 5200 ନଳକୂପ କୁ ମିସାଇଲେ ପାଖାପାଖି 28 ହଜାର ନଳକୂପ କେବଳ ଚାଷୀ ମାନଙ୍କ ପାଇଁ ଖନନ କରାଯାଇଛି । ବରଗଡ଼ ଅଞ୍ଚଳର ଆର୍ଥିକ ବିକାଶ ରେ କୃଷକ ଭାଇ ମାନଙ୍କର ଅବଦାନ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ , ତେଣୁ ଚାଷ ଓ ଚାଷୀର ବିକାଶ ପାଇଁ ଭବିଷ୍ୟତ ରେ ମଧ୍ୟ ଆବଶ୍ୟକତା ମୁତାବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ମତପ୍ରକାଶ କରିଛନ୍ତି । ଆଜି ଏହି ପର୍ଯାୟ ର ନଳକୂପ ଖନନ କାର୍ଯ୍ୟକ୍ରମ ର ସୁଭରମ୍ବ ଅବସରରେ ସୋହେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପଧାନ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ, ସରପଞ୍ଚ ହରେକୃଷ୍ଣ ବାରିକ, ମନ ବାରିକ ଏବଂ ଗ୍ରାମର ଚାଷୀ ଭାଇମାନେ ଯୋଗ ଦେଇଥିଲେ ।

0
0
0
s2sdefault