ହେଡଲାଇନସ୍:

ଜଙ୍ଗଲ ସୁରକ୍ଷା ପାଇଁ ଶିକ୍ଷକ ଙ୍କ ନିଆରା ପ୍ରୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯଶିପୁର: ଗତ କିଛି ଦିନ ହେଲା ଜଙ୍ଗଲ ରେ ନିଆଁ କୁ ନେଇ ଚାରିଆଡ଼େ ଚର୍ଚ୍ଚା। ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ଅଞ୍ଚଳ ଯାହାକି "ଶିମିଳିପାଳ ଅଭୟାରଣ୍ୟ" ଏହାର ର ବିଭିନ୍ନ ସ୍ଥାନରେ ନିଆଁ ଲାଗି ବହୁ କ୍ଷୟକ୍ଷତି ହେଉଥିବା ନଜର କୁ ଆସୁଛି । ଏହାର ପାଦଦେଶରେ ଥିବା ବିଭିନ୍ନ ଜଙ୍ଗଲ ତଥା ବାଦାମ ପାହାଡ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । କିଛି ଦୁର୍ବୃତ୍ତ ତଥା ମହୁଲ ଫୁଲ ସଂଗ୍ରହ ପାଇଁ କିଛି ଲୋକ ନିଆଁ ଲଗାଇ ଲିଭାଉ ନ ଥିବା ମଧ୍ୟ ନଜର କୁ ଆସୁଛି । ଜଙ୍ଗଲରେ ନିଆଁ ଲାଗିଥିଲେ ସ୍ଥାନୀୟ ଶିକ୍ଷକ ଶ୍ରୀ ପୂରନ ମେହେର ରାସ୍ତାରେ ଯାଉଥିବା ବେଳେ ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥାନ୍ତି । କିଛି ଦିନ ହେଲା ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଜଙ୍ଗଲ ରେ ନିଆଁ ଲାଗିଥିଲେ ଲିଭାଇବା ପାଇଁ ଚେଷ୍ଟା କରିବା କୁ କହୁଛନ୍ତି । ଏହା ସହ ବିଭିନ୍ନ ପ୍ଲାଏ କାର୍ଡ ଧରି ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିଛନ୍ତି । ରାସ୍ତା କଡ଼ରେ ଥିବା ଗଛ ଗୁଡିକରେ ସେ ବିଭିନ୍ନ ସଚେତନତା ବାର୍ତ୍ତା "ନିଆଁ କୁ ନାଁ" ଲଗାଇଛନ୍ତି । ଶିକ୍ଷକ ଙ୍କ ଏପରି ପ୍ରୟାସ କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

0
0
0
s2sdefault