ହେଡଲାଇନସ୍:

ବଣାଇଁ ବନଖଣ୍ଡ ବିଭାଗ ର କଠିନ ପରିଶ୍ରମ ଯୋଗୁଁ ସୁସ୍ଥ ହୋଇ ଜଙ୍ଗଲ କୁ ଗଲା ହାତୀ ଶାବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼(ବସନ୍ତ କୁମାର ଜେନା) : ଵଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ତୋଡା ସେକ୍ସନ ଝିରପାଣି ବିଟ୍ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଏକ ହାତୀ ଶାବକ କୁ ଉଦ୍ଧାର କରି ଚିକିତ୍ସା କରିଛି ବନବିଭାଗ । କିଛିଦିନ ହେଲା ଏହି ଅଞ୍ଚଳରେ ଏକ ୮ ଟିକିଆ ହାତୀପଲ ବିଚରଣ କରୁଥିଲେ । ଏହି ପଲରେ ଗୋଟିଏ ଦନ୍ତାହାତୀ, ପାଞ୍ଚଟି ମାଇ ଓ ଦୁଇଟି ଶାବକ ଥିଲେ । ଏହି ଶାବକ ଦୁଇଟି ମଧ୍ୟରୁ ପ୍ରାୟ ୩ ବର୍ଷର ଏକ ଛୁଆ ଝିରପାଣି ଜଙ୍ଗଲ ରେ ଅଚେତ ଅବସ୍ଥାରେ ପଡ଼ିଥିବା ଗତକାଲି ୨.୩୦ ମି: ସମୟରେ କୋଇଡା ବନାଞ୍ଚଳ ଅଧିକାରୀଙ୍କୁ ଖବର ମିଳିଥିଲା । ଖବର ପାଇ ସେ ତୁରନ୍ତ ଵଣାଇଁ ଵନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଥିଲେ । ସୂଚନା ପାଇ ସଙ୍ଗେ ସଙ୍ଗେ ଵଣାଇଁ ବନଖଣ୍ଡ ଅଧିକାରୀ ରାଉରକେଲା ଵନମଣ୍ଡଳ ଅଧିକାରୀ ଡ଼ଃ ଶ୍ରୀ ଅରୁଣ କୁମାର ମିଶ୍ରଙ୍କ ପରାମର୍ଶ ନେଇ କେନ୍ଦୁଝର ଵନଖଣ୍ଡ ରୁ ଏକ ସ୍ବତନ୍ତ୍ର ପଶୁ ଉଦ୍ଧାର ଟିମ୍ ସହ ଡ୍ରୋନ କ୍ୟାମେରା ର ସହାୟତା ରେ କୋଇଡା ଵିଭିଓ,ଏଭିଏସ ଓ ଡଵ୍ଲୁଟିଆଇକୁ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସହକାରୀ ବନ ସଂରକ୍ଷକ ଶୁଶାନ୍ତ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାଵଧାନରେ ସମସ୍ତ କର୍ମଚାରୀ ଉଗ୍ର ହାତୀପଲ ଓ ମାଁ ହାତୀର ଆକ୍ରମଣ କୁ ଦୃଷ୍ଟିରେ ରଖି ଅତି ସତର୍କତାର ସହିତ ଜୀବନ କୁ ଵାଜି ଲଗାଇ ପ୍ରତି ୫ ମିନିଟ୍ ଅନ୍ତରରେ ଶାବକକୁ ଔଷଧ ଦେଇଥିଲେ । ପରବର୍ତ୍ତୀ ସମୟରେ ଶାବକର ଶରୀରରେ ଔଷଧ କାମକରି ପ୍ରତିକ୍ରିୟା ଦେଖାଇଥିଲା । ହାତୀପଲ ଓ ମଣିଷଙ୍କ ମଧ୍ୟରେ ଯେମିତି କୌଣସି ଦୁର୍ଘଟଣା ନ ଘଟିବ ସେଥିପାଇଁ ଡ୍ରୋନ କ୍ୟାମେରା ମାଧ୍ୟମରେ ସାରା ରାତି ତୀକ୍ଷ୍ଣ ନଜର ରଖାଯାଇଥିଲା ।ତା ପରଦିନ ସକାଳ୫.ଟା ପାଖାପାଖି ହାତୀପଲ ଶାବକ କୁ ନେଇ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ହାତୀ ଶାବକଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଓ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଥିଲା । ହାତୀ ପଲର ଆଗକୁ ଯେମିତି କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ନ ହେବ ସେଥିପାଇଁ ମଧ୍ୟ ବନ ବିଭାଗ ସଜାଗ ରହି ସ୍ବତନ୍ତ୍ର ଦୃଷ୍ଟି ରଖିଥିବା ଜଣାପଡିଛି। ବନ କର୍ମଚାରୀଙ୍କ କଠିନ ପରିଶ୍ରମ ଓ ଠିକ୍ ସମୟରେ ତ୍ବରାନ୍ବିତ କାର୍ଯ୍ୟ ପାଇଁ ବିପଦ ସଂକୁଳ ଅବସ୍ଥାରେ ଥିବା ଶାବକର ଉଦ୍ଧାର କାର୍ଯ୍ୟ ସଫଳତାର ସହ ହୋଇପାରିଛି। ପରିଶେଷରେ ଵନମଣ୍ଡଳ ଅଧିକାରୀଙ୍କ ତତ୍ତ୍ଵାଵଧାନରେ, ଵନଖଣ୍ଡ ଅଧିକାରୀ କେନ୍ଦୁଝର ଡିଭିଜନ ରୁ ଆସିଥିବା ଡ୍ରୋନ ପର୍ଯ୍ୟବେକ୍ଷକ ଓ ପଶୁଧନ ବିଶେଷଜ୍ଞ ଦଳକୁ ଵଣାଇଁ ବନଖଣ୍ଡ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

0
0
0
s2sdefault