ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର) ଓଡିଶା ଡ୍ରାଇଭର ମହାସଂଘ ଶାଖା ବାଣପୁର ବ୍ଲକ ଡ୍ରାଇଭର ସଂଘ ସଭାପତି ବନମାଳୀ ପରିଡା ଙ୍କ ନେତୃତ୍ୱରେ ସହ ସହ ସଂଖ୍ୟାରେ ସ୍ଟେରିଙ୍ଗ ଛାଡି ଆନ୍ଦୋଳନରେ ହେଲେ ସାମିଲ | ଡ୍ରାଇଭର ଏପରିକି କିଛି ଦୃଶ୍ୟ ଦେଖିବାକୁ ମିଳିଛି 16 ନମ୍ବର ଜାତୀୟ ରାଜପଥର ବାଣପୁର ବାଲୁଗାଁ ବାଇପାସ ଉପରେ | ଏକ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି ଡ୍ରାଇଭର ମାନେ |ରାଜ୍ୟ ସରକାର ଡ୍ରାଇଭର ଙ୍କୁ ଅଣଦେଖା କରିଥିବାରୁ ଓ ତାଙ୍କର 9 ଦଫା ଦାବି ପୂରଣ ନକରି ବାରମ୍ବାର ଦିନ ଗଡାଉ ଥିବାରୁ ଓଡିଶା ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାକୁ ଓଲ୍ହାଇଛି ବୋଲି ସଂଘର ସଭାପତି କହିଛନ୍ତି | ଯେଉଁ ପର୍ଯନ୍ତ ସରକାର ଆମର ଦାବିକୁ ନ ଶୁଣିଛନ୍ତି ଆମେ ସେ ପର୍ଯନ୍ତ ରାଜ ରାସ୍ତାରୁ ଓଲ୍ହେଇବୁ ନାହି ଓ ଆଗକୁ ଏଇ ଆନ୍ଦୋଳନକୁ ତୀବ୍ର କରିବୁ ବୋଲି ବାଣପୁର ଡ୍ରାଇଭର ସଂଘ ସଭାପାଇଁ ବନମାଳୀ ପରିଡା ଗଣମାଧ୍ୟମକୁ କହିଛନ୍ତି | ସ୍ଟେରିଙ୍ଗ ଛାଡ ଆନ୍ଦୋଳନ ପ୍ରଭାବ ରେ ରାସ୍ତାରେ ଅଟକି ରହିଥିବା ଗାଡି ଡ୍ରାଇଭର ଙ୍କର ଯେପରି କୌଣସି ଅସୁବିଧା ନହୁଏ ସେସବୁକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସଂଘ ତରଫରୁ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି ଓ ତା ସହ କୌଣସି ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ନହେଉ ସେଥିପାଇଁ ସଙ୍ଘ ତରଫରୁ ଆମ୍ବୁଲାନ୍ସ ର ବ୍ୟବସ୍ଥା କରାଯାଇଛି
ରାଜ୍ୟ
9 ଦଫା ଦାବି ନେଇ ବାଣପୁର ଡ୍ରାଇଭର ସଂଘ ରାଜରାସ୍ତାରେ
- Hits: 410











