ହେଡଲାଇନସ୍:

ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ  ମହାନ୍ତି )- ବାରିପଦା ମହାରାଜପୁରସ୍ଥିତ ମୟୂରଭଂଜ କଲେଜ୍ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ପଦାର୍ଥ ଏବଂ ରସାୟନ ବିଜ୍ଞାନ ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ  ହୋଇଯାଇଛି ।  ଏହି ସମ୍ବର୍ଧନା  ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଜୀବନ ପଥକୁ ଶିକ୍ଷା ମାଧ୍ୟମରେ କିପରି ଏକ ଆଦର୍ଶ ଛାତ୍ର ଭାବରେ ଗଢିତୋଳିବେ ତାର ମୂଳମନ୍ତ୍ର ଉପରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସଭାରେ ସମ୍ମାନିତ ଅତିଥିଭାବରେ କଲେଜର ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଏକ ଉତମ ଛାତ୍ରର ଲକ୍ଷଣ ଓ କର୍ତବ୍ୟ ପରାୟଣତା ବିଷୟରେ ଅବଗତ କରାଇଥିବା ବେଳେ ଉପସ୍ଥିତ ପଦାର୍ଥ ବିଜ୍ଞାନର ମୁଖ୍ୟ ମଦନ ମୋହନ ସାହୁ, ରସାୟନ ବିଜ୍ଞାନର ମୁଖ୍ୟ ପୂଜାରିଣୀ ଦାସ ଛାତ୍ରଛାତ୍ରୀମାନଙ୍କୁ କର୍ତବ୍ୟ ନିଷ୍ଠା  ଓ ଆତ୍ମବିଶ୍ୱାସ ବଳରେ କିପରି ଶିକ୍ଷା ମାଧ୍ୟମରେ ଜୀବନର ପ୍ରତ୍ୟେକ ପାହାଚକୁ ସରଳତାର ସହିତ ଅଗ୍ର୍ରସର ହେବେ ସେଥିପ୍ରତି ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଅମୀର କୁମାର ମଲ୍ଲିକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ କୁମାରେଶ ନାୟକ, ଅମିତ କୁମାର ଜେନା, ବିଭୂଦତ ଗିରି, ବିବେକ କୁମାର ବେହେରା, ପଂଚାନନ ସାହୁ, ଗଣେଶ ଚନ୍ଦ୍ର ପରିଡା, ଅଧ୍ୟାପିକା ଶତାବ୍ଦିକା ମହାନ୍ତି, ବିଜୟା ନାୟକ, ମୀରା ସେନାପତି, ଦୀପାଲି ଗୋଚ୍ଛାୟତ, ସବିତାରାଣୀ ଦାସ ଆଦି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତମ ଜୀବନର ମାର୍ଗ ଦର୍ଶାଇଥିଲେ । ଏହି ଉତ୍ସବରେ ରସାୟନ ବିଭାଗର ଅସିତ କୁମାର ତ୍ରିପାଠୀ, ପ୍ରବୀଣ କୁମାର ଦାସ ଏବଂ ପଦାର୍ଥ ବିଜ୍ଞାନ ବିଭାଗର ସତ୍ୟବତୀ ବେହେରା, ଜ୍ୟୋତିପ୍ରଜ୍ଞା ଦାସବାବୁ, ସମ୍ବିତ ଗିରି, ପ୍ରିୟବ୍ରତ ମହାନ୍ତଙ୍କ ସହ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । 

 

0
0
0
s2sdefault