ହେଡଲାଇନସ୍:

ତାଲପାଲି ନୋଡାଲ  ଉଚ୍ଚବିଦ୍ୟାଳୟରେ ଗୁରୁଦିବସ ପାଳିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗାଇସିଲେଟ/ଶାସକ ପ୍ରଶାସକ :ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ନୋଡାଳ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା ସର୍ବପଲ୍ଲୀ ରାଧାକ୍ରିଷ୍ନଙ୍କ ଫଟୋଚିତ୍ରରେ ପୂଜାର୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥାପିତ ରହିବା  ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସୁବାଷ ଚନ୍ଦ୍ର ଝଗଡା, ସୁରେଶ ଚନ୍ଦ୍ର ସାହୁ,ଦୟାସାଗର ସାହୁ, ରିନା ମହାନନ୍ଦ,ଜୋସ୍ନାମୟୀ ପଧାନ, ରମେଶ ଚନ୍ଦ୍ର ପଣ୍ଡା,ଗୁଣନିଧି ପାଣିଗ୍ରାହୀ,ଲୋଚନ ସେଠ, ଗଜପତି ସାହୁ,ଉଦ୍ଧବ ସାହୁ,ମଣିମା ଦୀପ,ଦୀପା ମହାପାତ୍ର,ସୁମନ୍ତ ପଧାନ, କେଦାର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶିକ୍ଷକ ରମେଶଚନ୍ଦ୍ର ପଣ୍ଡା ଚୁମ୍ବକରେ ରାଧାକ୍ରିଷ୍ନଙ୍କ ଜୀବନୀ ସହ ଗୁରୁଦିବସ ପାଳନର ଉଦ୍ଦେଶ୍ୟ ଓ ବୌଶିଷ୍ଟ ବାବଦରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରେଇ ଥିଲେ।ପରେ ସଂସ୍କୃତ ଶିକ୍ଷକ ଦୟାସାଗର ସାହୁ ବକ୍ତବ୍ୟରେ  ଏକ ଆଦର୍ଶ ଛାତ୍ର ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଦଶମ ଶ୍ରେଣୀ ର ଛାତ୍ରୀ କୁମାରୀ ଭାରତୀ ଗୁରୁ "  "ଗୁରୁଦିବସ " ଉପରେ ରୋମାଞ୍ଚକର ବକୃତା ପଦାନ କରିବା ସହ ସଭା ସାଙ୍ଗ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

 

0
0
0
s2sdefault