ହେଡଲାଇନସ୍:

ମାଟ୍ରିକରେ କିସ୍‍ରୁ ୧୯ଶହ ପରୀକ୍ଷାର୍ଥୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଆସାମ ଛାତ୍ରଛାତ୍ରୀ ସାମିଲ୍‍

ଭୁବନେଶ୍ୱର, ୨୮ ।୨: ଚଳିତବର୍ଷ କିସ୍‍ରୁ ମାଟ୍ରିକ୍‍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍‍ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏଥିରେ କିସ୍‌ର ୧୯ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଆସାମ ରାଜ୍ୟର ଜନଜାତି ଛାତ୍ରଛାତ୍ରୀମାନେ କିସରେ ନାମ ଲେଖାଇ ମାଟ୍ରିକ୍‍ ପରୀକ୍ଷା ଦେଉଛନ୍ତି। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ କିସ୍‍ର ୧୫୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ୬୩୫ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୪୫୭ ଏବଂ ବିଜ୍ଞାନରେ ୪୮୮ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଅବ୍ୟବହିତ ପୂର୍ବରୁ ମଙ୍ଗଳବାର କିସ୍‍ ପରିସରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ପରୀକ୍ଷାର୍ଥୀଙ୍କ ଶୁଭ କାମନା କରିବା ସହ ପିଲାଙ୍କୁ କଲମ ବଣ୍ଟନ କରି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ଗତ କାଲି ମଧ୍ୟ ଶ୍ରୀ ସାମନ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ କଲମ ବଣ୍ଟନ କରିବା ସହ ସେମାନଙ୍କ ସଫଳତା କାମନା କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିବେ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି। ଏହା ସହିତ ସମୟର ସଦୁପଯୋଗ କରିବା ପାଇଁ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ପରୀକ୍ଷା ପରେ ମଧ୍ୟ ସମୟ ଅପଚୟ ନ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

0
0
0
s2sdefault