ହେଡଲାଇନସ୍:

ପ୍ରଦୀପ ଜେନା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର


ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ

 

ଭୁବନେଶ୍ୱର : ବିଳମ୍ବରେ ହେଲେ ବି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଅଧିଷ୍ଠିତ ହୋଇଛନ୍ତି ବର୍ତ୍ତମାନର ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ୧୯୮୯ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ପ୍ରଦୀପ କୁମାର ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସନ୍ତା ୨୮ ତାରିଖରେ ଅବସର ଗ୍ରହଣ କରୁଥିବାରୁ ତାଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ଶ୍ରୀ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସାରିବା ପରେ ଶ୍ରୀ ଜେନା ମୁଖ୍ୟ ଶାସନ ସଚିବ ହେବେ ବୋଲି ଶୁଣା ଯାଉଥିଲା | ହେଲେ ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଦି ଦି ଥର ବୃଦ୍ଧି କରାଇଥିଲେ |
ସେହିଭଳି ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର ଅନୁ ଗର୍ଗଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ଏହି ନୂଆ ଦାୟିତ୍ୱ ସହ ସେ ଜଳସମ୍ପଦ ବିଭାଗର ଦାୟିତ୍ୱ ମଧ୍ୟ ପୂର୍ବଭଳି ସମ୍ଭାଳିବେ ।

ଅପର ପକ୍ଷରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି |

 

Image

0
0
0
s2sdefault